fbpx

ଜାମ୍ମୁରେ ପୁଣି ସୁରକ୍ଷାକର୍ମୀ-ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ

ଜାମ୍ମୁ-କାଶ୍ମୀର, ୧୧ା୪(ଓଡିଶା ଭାସ୍କର) : ଜାମ୍ମୁରେ ପୁଣି ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ । ସୋପିଆନରେ ପୁଣି ଥରେ ଏନକାଉଣ୍ଟର ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ୩ କୁଖ୍ୟାତ ଆତଙ୍କବାଦୀ ନିହତ ହୋଇଛନ୍ତି । ତେବେ ଏହି ଗୁଳିବିନିମୟରେ ଗୋଟିଏ ୧୪ ବର୍ଷର ନାବାଳକ ମଧ୍ୟ ରହିଛି । ଜାମ୍ମୁ-କାଶ୍ମୀର ପୋଲିସ୍ ର ସୁଚନା ଅନୁଯାୟୀ, ସୁରକ୍ଷାକର୍ମୀ ମାନେ ଉକ୍ତ ନାବାଳକକୁ ଆତ୍ମସମର୍ପଣ କରିବା ପାଇଁ କହିଥିଲେ । କିନ୍ତୁ ସେ ରାଜି ହୋଇନଥିଲା । ଫଳରେ ଯବାନମାନେ ତାକୁ ଗୁଳି ମାରିବାକୁ ବାଧ୍ୟ ହୋଇଥିଲେ । ଏହାପରେ ସୋପିଆନରେ ଯବାନ ମାନେ ସର୍ଚ୍ଚ ଅପରେସନ୍ କୁ ଜୋରଦାର କରିଛନ୍ତି । ସେଠାରେ ଏବେ ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି ।

ସୁଚନା ଅନୁସାରେ, ଦକ୍ଷିଣ କାଶ୍ମୀରର ସୋପିଆନର ହାଦିପୁରାରେ ଆତଙ୍କବାଦୀ ଲୁଚି ରହିଥିବା ଖବର ଯବାନ ମାନଙ୍କୁ ମିଳିଥିଲା । ଏହାପରେ ଯବାନ ମାନେ ସେଠାରେ କମ୍ବିଂ ଅପରେସନ୍ ଆରମ୍ଭ କରିଥିଲେ । ଏହି ପରିପ୍ରେକ୍ଷୀରେ ଶନିବାର ସନ୍ଧ୍ୟାରେ ଜାମ୍ମୁ ଓ କଶ୍ମୀରର ଅନନ୍ତନାଗ ଓ ସୋପିଆନ ଜିଲ୍ଲାରେ ଆତଙ୍କବାଦୀ ଓ ମିଳିତ ନିରାପତ୍ତା ବଳଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଆଉ ଏଥିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ତେବେ ଘଟଣାସ୍ଥଳରୁ ଯବାନ ମାନେ ଗୋଟିଏ ଏକେ-୪୭ ଏବଂ ପିସ୍ତଲ ଉଦ୍ଧାର କରିଛନ୍ତି ।

Get real time updates directly on you device, subscribe now.