fbpx

ଭିଜିଲାନ୍ସ ଜାଲରେ କୁବେର ଯନ୍ତ୍ରୀ: ସମ୍ପତ୍ତି ଦେଖି ତାଜୁବ ହୋଇଗଲେ ଅଧିକାରୀ

ଠାବ ହୋଇଛି ବ୍ରହ୍ମପୁର ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତିି । ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀଙ୍କ ଆଖି ଅଚଳାଚଳ ସମ୍ପତ୍ତି । ପ୍ରାୟ ୭ କୋଟିରୁ ଅଧିକ ଟଙ୍କାର ସଂପତ୍ତି ଠାବ କରିଛି ଭିଜିଲାନ୍ସ । ମିଳିଥିବା ସୂଚନା ଅନୁଯାୟୀ ତାଙ୍କର ବ୍ରହ୍ମପୁର ଗଜପତି ନଗରରେ ୫ ମହଲା ଓ ୪ ମହଲାର ୨ ଟି କୋଠା । ଭୁବନେଶ୍ୱର ଏମସ୍ ନଗରରେ ୪ ମହଲା ଆଲିସାନ୍ କୋଠା । ଭୁବନେଶ୍ୱରର ପ୍ରମୁଖ ସ୍ଥାନମାନଙ୍କରେ ୧୨ ଟି ପ୍ଲଟ୍ ମଧ୍ୟ ଠାବ । ୮୫ ଲକ୍ଷର ବ୍ୟାଙ୍କ ଜମା, ୨ଟି ଏସୟୁଭି କାର୍, ୨୦ ଲକ୍ଷ ନଗଦ ଟଙ୍କା ଜବତ ହୋଇଛି ।

ସୂଚନା ଅନୁଯାୟୀ, ବୁଧବାର ସକାଳେ କାର୍ୟ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀଙ୍କ ବାସଭବନ ସହ ଏକକାଳୀନ ତାଙ୍କର ୫ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ ।

Get real time updates directly on you device, subscribe now.