ରାଜଧାନୀରେ ଇଞ୍ଜିନିୟରଙ୍କ ମାନବ ସେବା, ରାତିରେ ଏକ ଟଙ୍କାରେ ବିକୁଛନ୍ତି ଚା’ ବିସ୍କୁଟ…’ଜୟ ଜଗନ୍ନାଥ ରସଗୋଲା ଆମର, ଟଙ୍କିକିଆ ଚା ବିସ୍କୁଟ କେବଳ ଆପଣଙ୍କର’

ଜୟ ଜଗନ୍ନାଥ ରସଗୋଲା ଆମର, ଟଙ୍କିକିଆ ଚା ବିସ୍କୁଟ କେବଳ ଆପଣଙ୍କର । ରାଜଧାନୀରେ ମିଳୁଛି 1 ଟଙ୍କିଆ ଚା ।

ଭୁବନେଶ୍ବର: ଶୀତ ଋତୁରେ କପେ ଉଷୁମ ଚା । ତା ସାଙ୍ଗକୁ ଖଣ୍ଡେ ବିସ୍କୁଟ ମିଳିଗଲେ ଶାନ୍ତି । ରାଜଧାନୀରେ ରହିଛି ଏହି ସୁବିଧା । ତାହା ପୁଣି ମାତ୍ର ଏକ ଟଙ୍କାରେ । କଥାଟି ଆଶ୍ଚର୍ଯ୍ୟ ଲାଗିଲେ ବି ସମ୍ପୁର୍ଣ୍ଣ ସତ୍ୟ । ପ୍ରିୟରଞ୍ଜନ ନାମକ ବ୍ୟକ୍ତି ଏହି ଚା ଦୋକାନ କରି ମାନବ ସେବା ଯୋଗାଉଛନ୍ତି ।

ମାନବ ସେବା ମାଧବ ସେବା-  ଦୋକାନ ଆଗରେ କେବଳ ଗୋଟିଏ ଶବ୍ଦ ଜୟ ଜଗନ୍ନାଥ ରସଗୋଲା ଆମର, ଟଙ୍କିକିଆ ଚା ବିସ୍କୁଟ କେବଳ ଆପଣଙ୍କର । ହେଲେ ଯୁବକଜଣଙ୍କର ପୋଷାକକୁ ଦେଖିଲେ ଜମା ଚା ବାଲାଙ୍କ ଭଳି ମନେହେଉନାହାନ୍ତି । ଜିନ, କୋଟ, ଜୋତା ସାଙ୍ଗକୁ ମୁଣ୍ଡରେ ପଗଡି ବାନ୍ଧି ବିକୁଛନ୍ତି ଟଙ୍କିକିଆ ଚା । ସ୍କୁଟି ଉପରେ ବସି ଇଞ୍ଜିନିୟର ଯୁବକ ଏହି ସେବା କରୁଛନ୍ତି ।

ଏକ ଟଙ୍କିଆ ଶୁଣି ଲୋକଙ୍କର ମଧ୍ୟ ଗହଳି ଜମୁଛି । ଦେଖୁଦେଖୁ ସବୁ ତା ସରିଯାଉଛି । ତାଙ୍କ ଜୀବନରେ କେବଳ ଗୋଟିଏ ମନ୍ତ୍ର ମାନବ ସେବା ହିଁ ମାଧବ ସେବା ।

ଇଞ୍ଜିନିୟରଙ୍କ ମାନୂ ସେବା-    କେନ୍ଦ୍ରାପଡା ଆଳିର ଯୁବକ ହେଉଛନ୍ତି ପ୍ରିୟରଞ୍ଜନ । 2012 ମସିହାରେ ଇଞ୍ଜିନିୟରିଂରେ ଡିପ୍ଲୋମା କରିଥିଲେ ହେଁ ଚାକିରି ଖଣ୍ଡେ ମିଳିନଥିଲା । ଏହାପରେ 2015 ମସିହାରୁ ମାନବ ସେବା ଆରମ୍ଭ କରନ୍ତି ।

ତେବେ ସେ କେବଳ ଏକ ଟଙ୍କିଆ ଚାହା ନୁହେଁ ବରଂ ପ୍ରତି ସୋମବାର ଦିନ ଭାତ ଡାଲମା ଖଟା କରି 500 ଲୋକଙ୍କୁ ଖାଇବାକୁ ଦିଅନ୍ତି । ସବୁ ବନ୍ଧା ପଡ଼ିଛି କିନ୍ତୁ କେବଳ ଖୁସି ଓ ମହାପ୍ରଭୁଙ୍କ ଆଶୀର୍ବାଦରୁ ସବୁକିଛି ଠିକ୍ ଚାଲିଛି ବୋଲି ସେ କହିଛନ୍ତି ।