fbpx

ପ୍ରଥମ ଶ୍ରେଣୀ କ୍ରିକେଟର ସବୁଠାରୁ ମହଙ୍ଗା ଓଭର: ଗୋଟିଏ ଓଭରରେ ୪୩ ରନ୍ ଦେଲେ ଜଣେ ଦ୍ରୁତ ବୋଲର, ଭାଙ୍ଗିଲା ୨୬ ବର୍ଷ ତଳର ରେକର୍ଡ

Advertisement

ନୂଆଦିଲ୍ଲୀ: କ୍ରିକେଟ ଜଗତରେ ଅନେକ ନୂଆ ରେକର୍ଡ ସ୍ଥାପନ ହେବା ସହ ବହୁ ପୂରାତନ ରେକର୍ଡ ଭଙ୍ଗ ହୋଇଥାଏ । ତେବେ ଏହା ମଧ୍ୟରେ ଜଣେ ଅନ୍ତର୍ଜାତୀୟ କ୍ରିକେଟରୁ ଜଣେ ବ୍ୟାଟ୍ସମ୍ୟାନ ଏଭଳି ମାରିଲେ ଯେ ସେ ବୋଲିଂ କରିବା ବି ଭୁଲଇ ଯାଇଥିଲେ । ଗୋଟିଏ ଓଭରରେ ୪୩ ରନ୍ ଦେବା ପରେ ଏହି ବୋଲରଙ୍କ ମୁଣ୍ଡ ଏବେ ଲାଜରେ ତଳକୁ ନଇଁ ଯାଇଛି । ସବୁଠାରୁ ବଡ଼ କଥା ହେଉଛି ଏହି ବୋଲର ଜଣଙ୍କ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା, ବିରାଟ କୋହଲି ଓ ୠଷଭ ପନ୍ତଙ୍କ ଭଳି ଖେଳାଳିଙ୍କୁ ଅତୀତରେ ଆଉଟ୍ କରିଥିଲେ ।

ପ୍ରକୃତ କଥା ହେଉଛି, ଇଂଲଣ୍ଡର ଦ୍ରୁତ ବୋଲର ଓଲି ରବିନସନ କାଉଣ୍ଟି ଚାମ୍ପିୟନଶିପରେ ଲିଷ୍ଟେରଶର ବିପକ୍ଷରେ ଗୋଟିଏ ଓଭରରେ ୪୩ ରନ୍ ଦେଇଥିଲେ । ରବିନସନଙ୍କ ନାମରେ ଇଂଲଣ୍ଡର ପ୍ରଥମ ଶ୍ରେଣୀ କ୍ରିକେଟରେ ସବୁଠାରୁ ମହଙ୍ଗା ଓଭର ବୋଲିଂର ଏକ ବିରଳ ରେକର୍ଡ ସ୍ଥାପନ ହୋଇଛି । ଏହାପୂର୍ବରୁ ୧୯୯୮ରେ ଆଲେକ୍ସ ଟୁଡର ଗୋଟିଏ ଓଭରରେ ୩୮ ରନ୍ ଦେଇଥିଲେ । ଟ୍ୟୁଡରଙ୍କ ରେକର୍ଡକୁ ଏବେ ରବିନସନ ଅତିକ୍ରମ କରିଯାଇ ଏକ ବିରଳ ରେକର୍ଡ ସ୍ଥାପନ କରିଛନ୍ତି ।

ରବିନସନ ଗୋଟିଏ ଓଭରରେ ମୋଟ ୯ଟି ବଲ୍ ଫୋପାଡ଼ିଥିବା ବେଳେ ସେଥିମଧ୍ୟରୁ ବ୍ୟାଟ୍ସମ୍ୟାନ ୮ଟି ବାଉଣ୍ଡରୀ ମାରିଥିଲେ । ସେଥିମଧ୍ୟରେ ୬ଟି ଚୌକା, ୨ଟି ଛକା ସାମିଲ ରହିଥିଲା । ଇଂଲିଶ କାଉଣ୍ଟି କ୍ରିକେଟରେ ନୋ ବଲରେ ୨ ରନ୍ ମିଳିଥାଏ । ୫୯ତମ ଓଭରରେ ଏହି ମହଙ୍ଗା ଓଭର ଦେଖିବାକୁ ମିଳିଥିଲା । ବାମହାତୀ ବ୍ୟାଟ୍ସମ୍ୟାନ ଲୁଇଓ କିମ୍ବର ରବିନସନଙ୍କୁ ଆଖିବୁଜା ମାଡ଼ ଦେଇଥିଲେ । କିମ୍ବର ଏହି ମ୍ୟାଚରେ ମାତ୍ର ୧୦୦ଟି ବଲରେ ସବୁଠାରୁ ଦ୍ରୁତ ଦ୍ୱିଶତକ ହାସଲ କରିବା ସହ କାଉଣ୍ଟି କ୍ରିକେଟରେ ଇତିହାସ ରଚିଥିଲେ ।

Get real time updates directly on you device, subscribe now.