fbpx

ଭାରତକୁ ୧୯୨ ରନର ଟାର୍ଗେଟ ଦେଲା ଇଂଲଣ୍ଡ: ସିରିଜ ହାତେଇବା ଲକ୍ଷ୍ୟରେ ରୋହିତ ସେନା

ନୂଆଦିଲ୍ଲୀ: ରାଞ୍ଚି ଟେଷ୍ଟର ତୃତୀୟ ଦିନରେ କମବ୍ୟାକ କରିଛି ଟିମ ଇଣ୍ଡିଆ । ପ୍ରଥମ ଇନିଂସରେ ୪୬ ରନ୍ ପଛୁଆ ରହିଥିବା ବେଳେ ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ଉପରେ ଭାରୀ ପଡ଼ିଛି ସ୍ପିନ ଡିପାର୍ଟମେଣ୍ଟ । ଅଶ୍ୱୀନ ଏବଂ କୁଳଦୀପ ଯାଦବଙ୍କ ଘାତକ ବୋଲିଂରେ ଫିକା ପଡ଼ିଛି ଇଂଲଣ୍ଡର ବାଜବଲ୍ କ୍ରିକେଟ୍ । ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ମୋଟ ୧୪୫ ରନରେ ଅଲଆଉଟ ହୋଇ ପାଭିଲିୟନ୍ ଫେରିଛି । ଏହାସହିତ ଭାରତକୁ ଚତୁର୍ଥ ଟେଷ୍ଟ ବିଜୟ ପାଇଁ ୧୯୨ ରନର ବିଜୟ ଲକ୍ଷ୍ୟ ଦେଇଛି ଇଂଲଣ୍ଡ । ଏହି ଇନିଂସରେ ଭେଟେରାନ୍ ସ୍ପିନର ରବିଚନ୍ଦନ୍ର ଅଶ୍ୱୀନ ୫ଟି ୱିକେଟ ନେଇଥିବା ବେଳେ ଷ୍ଟାର ବୋଲର କୁଳଦୀପ ଯାଦବ ୪ଟି ସଫଳତା ହାସଲ କରିଛନ୍ତି ।

ଇଂଲଣ୍ଡ ପ୍ରଥମ ଇନିଂସରେ ୩୫୩ ରନ୍ କରିଥିବା ବେଳେ ଏହାର ଜବାବରେ ୩୦୭ ରନ୍ କରି ପାରିଥିଲା ଟିମ ଇଣ୍ଡିଆ । ପ୍ରଥମ ଇନିଂସ ଅଧାରରେ ଇଂଲଣ୍ଡ ୪୬ ରନ୍ ଆଗୁଆ ରହିଥିଲା । ଏହାପରେ ଦ୍ୱିତୀୟ ଇନିଂସରେ ୧୪୫ ରନ୍ ସହ ଭାରତକୁ ମୋଟ ୧୯୨ ରନର ବିଜୟ ଲକ୍ଷ୍ୟ ମିଳିଛି । ତେବେ ରାଞ୍ଚିର ଏହି ମଇଦାନରେ ବ୍ୟାଟିଂ କରିବା ସେତେଟା ସହଜ ରହିବ ନାହିଁ । ଦମଦାର ବ୍ୟାଟିଂ କରି ଚତୁର୍ଥ ଟେଷ୍ଟ ଜିତିବା ସହ ସିରିଜ ଉପରେ କବଜା କରିବା ଉଦ୍ଦେଶ୍ୟରେ ପଡ଼ିଆକୁ ଓହ୍ଲାଇବ ରୋହିତ ସେନା ।

ଇଂଲଣ୍ଡର ଦ୍ୱିତୀୟ ପାଳିରେ ଓପନର ଜ୍ୟାକ କ୍ରଲି ଏକମାତ୍ର ଖେଳାଳି ଭାବରେ ଅର୍ଦ୍ଦଶତକ (୬୦) ହାସଲ କରିଛନ୍ତି । ଅନ୍ୟ ପକ୍ଷରେ ଟିମ ଇଣ୍ଡିଆର ସ୍ପିନ ଡିପାର୍ଟମେଣ୍ଟ ଇଂଲଣ୍ଡର ବାଜବଲ୍ କ୍ରିକେଟକୁ ମାତ୍ ଦେଇଛନ୍ତି । ଭେଟେରାନ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ୫ଟି ୱିକେଟ ଅକ୍ତିଆର କରିଥିବା ବେଳେ କୁଳଦୀପ ଯାଦବ ୪ଟି ସଫଳତା ସହ ଇଂଲଣ୍ଡକୁ ୧୪୫ ରନରେ ଅଲ ଆଉଟ କରିବାରେ ସଫଳ ହୋଇଛନ୍ତି । ଏହି ମ୍ୟାଚରେ ଟେଷ୍ଟ କ୍ୟାରିୟରର ୩୫ତମ ଫାଇପର୍ ହାସଲ କରିଛନ୍ତି ରବିଚନ୍ଦ୍ରନ ଅଶ୍ୱୀନ ।

Get real time updates directly on you device, subscribe now.