fbpx

ମମତା ବାନାର୍ଜୀ ଆଉ ଦିଦି ନୁହଁନ୍ତି, ସେ ବର୍ତ୍ତମାନ ଆଣ୍ଟି ହୋଇଗଲେଣି…ତେଣୁ ତାଙ୍କୁ ଦିଦି କହିବା ବନ୍ଦ କରାଯାଉ: ଶୁଭେନ୍ଦୁ ଅଧିକାରୀ

କୋଲକାତା: ପଶ୍ଚିମବଙ୍ଗ ଭାଜପା ମୁଖ୍ୟ ଶୁଭେନ୍ଦୁ ଅଧିକାରୀ ସନ୍ଦେଶଖାଲି ମାମଲାର ମୁଖ୍ୟ ଅଭିଯୁକ୍ତ ଶେଖ୍‌ ଶାହାଜାହାନଙ୍କୁ ଗିରଫ କରିବାରେ ବିଳମ୍ବକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡା ସମାଲୋଚନା କରିଛନ୍ତି। ଶେଖ୍‌ ଶାହାଜାହାନଙ୍କୁ ଗିରଫ କରିବାରେ ବିଫଳ ହୋଇଥିବାରୁ ମମତାଙ୍କୁ ମଧ୍ୟ କଟାକ୍ଷ କରିଛନ୍ତି ଶୁଭେନ୍ଦୁ।

ଶୁଭେନ୍ଦୁ ମମତାଙ୍କୁ କଟାକ୍ଷ କରି କହିଛନ୍ତି, ମମତା ବାନାର୍ଜୀ ଆଉ ଦିଦି ନୁହଁନ୍ତି। ସେ ବର୍ତ୍ତମାନ ଆଣ୍ଟି ହୋଇଗଲେଣି। ତେଣୁ ତାଙ୍କୁ ଦିଦି କହିବା ବନ୍ଦ କରାଯାଉ। ବିଧାନସଭା ନିର୍ବାଚନରେ ​​ଯେତେବେଳେ ମୁଁ ତାଙ୍କୁ ନନ୍ଦିଗ୍ରାମରେ ପରାସ୍ତ କରିଥିଲି, ସେତେବେଳେ ସେ ମୋ ଉପରେ ରାଗି ଯାଇ ମୋ ବିରୋଧରେ ୪୨ ଟି ମାମଲା ଦାଏର କରିଥିଲେ। ସେ ଜଣେ ଅତି ନିଷ୍ଠୁର ମହିଳା ବୋଲି କହି ସୁଭେନ୍ଦୁ ଅଧିକାରୀ ତାଙ୍କ ଉପରେ ବର୍ଷିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ‘ପଶ୍ଚିମବଙ୍ଗରେ ଯାହା ଘଟେ, ମମତାଙ୍କ ପୃଷ୍ଠ ପୋଷକତାରେ ହିଁ ଘଟିଥାଏ। ସିରିଆରେ ଯାହା ଘଟୁଛି, ପଶ୍ଚିମବଙ୍ଗରେ ମଧ୍ୟ ସେଭଳି ଘଟଣା ଘଟୁଛି। ତାଙ୍କ ଦଳ ପଶ୍ଚିମବଙ୍ଗରେ ଡବଲ ଇଂଜିନ ସରକାର ଗଠନ କରିବା ଏବଂ ରାଜ୍ୟରେ ମମତା ବାନାର୍ଜୀ ସରକାରଙ୍କ ଶାସନକୁ ସମାପ୍ତ କରିବା ଦିଗରେ କାମ କରୁଛି।’ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ରେ ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଉପରେ ଏକ ପ୍ୟାନେଲ ଆଲୋଚନା ବେଳେ ସୁଭେନ୍ଦୁ ଅଧିକାରୀ ଏହି ମନ୍ତବ୍ୟ ଦେଇଛନ୍ତି।

ତେବେ ଏହା ସହ ସେ କହିଛନ୍ତି, ମମତା କେବେ ବି ଶାହାଜାହାନଙ୍କୁ ଗିରଫ କରିବେ ନାହିଁ। କାରଣ ଏହା କରିବା ଦ୍ୱାରା ଟିଏମ୍‌ସି ବସିରହାଟ ଆସନ ହରାଇବ। ସେ କହିଛନ୍ତି, ପୋଲିସ ଭୋଟ ନିୟନ୍ତ୍ରଣ କରୁଥିବାରୁ ଶେଖ ଶାହାଜାହାନ୍‌ଙ୍କୁ ଗିରଫ କରିବ ନାହିଁ। ତେବେ ମାର୍ଚ୍ଚ ୬ରେ ସିଜେଆଇର ବେଞ୍ଚରେ ଶୁଣାଣି ହେବ।

 

Get real time updates directly on you device, subscribe now.