fbpx
BSKY SKY
BSKY SKY

୩ ମାସ ପାଇଁ ବନ୍ଦ ରହିବ ମୋଦୀଙ୍କ ‘Maan Ki Baat’ କାର୍ଯ୍ୟକ୍ରମ: ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା

BSKY

ନୂଆଦିଲ୍ଲୀ: ଚଳିତବର୍ଷର ଲୋକସଭା ନିର୍ବାଚନ ପାଇଁ ଦେଶର ସମସ୍ତ ରାଜନୈତିକ ଦଳ ଅଙ୍କକଷା ଆରମ୍ଭ କରି ସାରିଛନ୍ତି । ଏତିରେ ଖୁବ ଆଗରେ ରହିଛି ଭାରତୀୟ ଜନତା ପାର୍ଟି । ଏହି ନିର୍ବାଚନର ପ୍ରସ୍ତୁତି ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବଡ଼ ଘୋଷଣା କରିଛନ୍ତି । ଆସନ୍ତା ୩ ମାସ ପର୍ଯ୍ୟନ୍ତ ଲୋକପ୍ରିୟ କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମ ବନ୍ଦ ରହିବ । ୧୧୦ତମ ‘ମନ୍ କୀ ବାତ୍’ ଏ ନେଇ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ମାର୍ଚ୍ଚ ମାସରୁ ନିର୍ବାଚନ ଆଚରଣ ବିଧି ଲାଗୁ ହେବାକୁ ଯାଉଛି । ଏହି ନିୟମ ଅନୁସାରେ, ୩ ମାସ ପାଇଁ ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମ ବନ୍ଦ ରହିବ ବୋଲି ମୋଦୀ ଘୋଷଣା କରିଛନ୍ତି । ୩ ମାସ ପରେ ଆର୍ଥତ୍ ନିର୍ବାଚନ ସରିବା ପରେ କାର୍ଯ୍ୟକ୍ରମର ପରବର୍ତ୍ତୀ (୧୧୧ ତମ) ଏପିସୋଡ ଶୁଭାରମ୍ଭ ହୋଇପାରେ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.