fbpx

ଅମାନିଆ ଭୁବନେଶ୍ୱରର ୧୦ଟି ମେଡିକାଲରେ ଯାଞ୍ଚ

ଭୁବନେଶ୍ୱର,୨୫ ।୬(ଓଡିଶା ଭାସ୍କର): କରୋନା ସଙ୍କଟ ବଢିଚାଲିଥିବା ବେଳେ ଅମାନିଆ ହେଉଛନ୍ତି ଭୁବନେଶ୍ୱରର ଘରୋଇ ମେଡିକାଲ । ଏନେଇ ଭୁବନେଶ୍ୱର ନିଗମ କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ‘ଆଜି ରାଜଧାନୀର ୧୦ଟି ମେଡିକାଲରେ ୩ଟି ଟିମ୍ ଯାଞ୍ଚ କରିଛନ୍ତି । କାଲି ଏକ ମେଡିକାଲ ସିଲ୍ କରାଯିବା ପରେ ଆଜି ଯାଞ୍ଚ କରାଯାଇଛି । ସରକାରଙ୍କ ଗାଇଡଲାଇନ୍ ମୁତାବକ କାମ ହେଉଛି କି ନାହିଁ, ସେନେଇ ଅନୁଧ୍ୟାନ କରାଯାଇଥିଲା । ରିପୋର୍ଟ ଆସିବା ପରେ ହସ୍ପିଟାଲ ଉପରେ ପଦକ୍ଷେପ ନିଆଯିବ । ହସ୍ପିଟାଲକୁ ସୋକଜ୍ ନୋଟିସ୍ ଦିଆଯାଇ ପଦକ୍ଷେପ ନିଆଯିବ । କିଛି ହସ୍ପିଟାଲରେ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ହୋଇଥିବା ନଜର ଆସିଛି ।’

ଅନ୍ୟପଟେ ଗତକାଲି ବ୍ଲୁ ହୁଇଲ ମେଡିକାଲ ସିଲ୍ କରାଯାଇଥିଲା । କିଛି ମେଡିକାଲକୁ ନୋଟିସ୍ ପରେ ବି ସୁଧୁରୁନାହାନ୍ତି । କିନ୍ତୁ ନିଦ୍ଦିଁଷ୍ଟ ସମୟସୀମା ପାଳନ ନକଲେ କାର୍ଯ୍ୟାନୁଷ୍ଠାନ ହେବ । ହସ୍ପିଟାଲ ପ୍ରୋଟୋକଲ ମାନୁନଥିବା କର୍ମଚାରୀ ଅଧିକ ସଂକ୍ରମିତ ହେଉଛନ୍ତି ବୋଲି କମିଶନର କହିଛନ୍ତି ।

Get real time updates directly on you device, subscribe now.