fbpx

(video):୫୦ ଦଶକରେ ବିକିନି ପିନ୍ଧିବାକୁ ଭୟ କରୁ ନଥିବା ଏମିତି ଜଣେ ଅଭିନେତ୍ରୀ, ଦମଦାର ଅଭିନୟ ବି କରୁଥିଲେ, ଆଜି ବି କରନ୍ତି….

ଓଡିଶା ଭାସ୍କର:ଭାରତୀୟ ସଭ୍ୟତା ଏମିତି ଅଟେ ଯେଉଁଠି ପାଦରେ ଆଜି ବି ନୂପୁର ପିନ୍ଧାଯାଏ । ମାତ୍ର ଟିକେ ଭାବନ୍ତୁ ଆଜିଠୁ ପ୍ରାୟ ୭୦ ବର୍ଷ ପୂର୍ବେ କେମିତି ମାହୋଲ ଥିବ ଭାରତରେ । ସେହି ସମୟରେ ମଧ୍ୟ ରିସ୍କ ନେଇ କେତେକ ଅଭିନେତ୍ରୀ ଏମିତି କିଛି କରିଛନ୍ତି, ଯାହା ତାଙ୍କୁ ରାତାରାତି ଷ୍ଟାର କରି ଦେଇଛି । ସେହି ସମୟରେ ଲୋକଙ୍କୁ ଅଦ୍ଭୂତ ଲାଗୁଥିବା ଭଳି ଏମିତି କିଛି କାର୍ଯ୍ୟ କରି ଦେଇଥିଲେ ବଲିଉଡର ଜଣେ ଅଭିନେତ୍ରୀ, ଯାହାଙ୍କ ନାମ ହେଉଛି ବୈଜୟନ୍ତୀମାଳା । ଏହି ଅଭିନେତ୍ରୀ ଜଣକ ପ୍ରାୟ ସମସ୍ତ ଅଭିନେତାଙ୍କ ସହ କାମ କରି ଅନେକ ସୁପରହିଟ ସିନେମାରେ ନିଜର ଛାପ ଛାଡି ଯାଇଛନ୍ତି ।

ନବେଦଶକର ଅଭିନେତ୍ରୀ ବୈଜୟନ୍ତୀମାଳା ଆଜିବି ଆମ ଗହଣରେ ଅଛନ୍ତି ଓ କୌଣସି ନା କୌଣସି ଉତ୍ସବରେ ତାଙ୍କୁ ଦେଖିବାକୁ ମିଳେ । ନିଜର ବୟସତା କାରଣରୁ ସେ ସାର୍ବଜାନୀନ ସ୍ଥାନରେ ବେଶୀ ଦେଖିବାକୁ ମିଳି ନ ଥାଆନ୍ତି । ଆଜି ଏହି ଅଭିନେତ୍ରୀ ଜଣକ ନିଜର ୯୧ ତମ ଜନ୍ମଦିନ ପାଳନ କରୁଛନ୍ତି ।

ବୈଜୟନ୍ତୀମାଳା ଭାରତନାଟ୍ୟମ, କୁଚିପୂଡି ତଥା ଅନେକ କ୍ଲାକିସ ଡ୍ୟାନ୍ସରେ ପାରଙ୍ଗମ ଅଟନ୍ତି । ସେ ହିନ୍ଦୀ ସିନେମା ସହ ତାମିଲ ଓ ତେଲୁଗୁ ସିନେମାରେ ବି ନଜର ଆସିଛନ୍ତି । ତାଙ୍କର ସିନେମା ତାଲିକାରେ ଆସେ-ନୟା ଦୌର, ସୂରଜ, ସଙ୍ଗମ, ସଂଘର୍ଷ, ମଧୁମତୀ, ପୈଗାମ, ଆଶା, ପ୍ୟାର ହିଁ ପ୍ୟାର, ସାଥି, ଲୋଫର, ନାଗିନ ଭଳି ଅନେକ ସୁପରହିଟ ସିନେମା । ଅଭିନେତା ଦୀଲିପ କୁମାରଙ୍କ ସହ ତାଙ୍କୁ ବେଶୀ ପସନ୍ଦ କରାଯାଇଛି । ତାଙ୍କର ଅଭିନୀତ ୭୦ ଟି ସିନେମାରୁ ପ୍ରାୟ ସବୁ ହିଟ ହୋଇଛି । ସେ ପଦ୍ମବିଭୂଷଣ ସମ୍ମାନରେ ମଧ୍ୟ ସମ୍ମାନିତ ।

ବୈଜୟନ୍ତୀମାଳା ନିଜର ହଟ ଓ ବୋଲ୍ଡ ଅନ୍ଦାଜ ପାଇଁ ସେହି ସମୟରେ ପରିଚିତ ଥିଲେ । ଜଣେ ଅଧିକ ପାଉଣା ନେଉଥିବା ଅଭିନେତ୍ରୀ ଥିଲେ ବୈଜୟନ୍ତୀ । କୁହାଯାଏ, ତାଙ୍କ ସମୟରେ ସେ ବିକିନି ପିନ୍ଧି ମଧ୍ୟ ସଟ ଦେବାକୁ ପଛାଉ ନଥିଲେ । ଯାହାକି ଏବେ ମଧ୍ୟ ଦେଖିଲେ ଲୋକେ ଆଶ୍ଚର୍ଯ୍ୟ ହେବେ । ୫୦ ଦଶକରେ ଏଭଳି ଦୃଶ୍ୟ ଦେବା ନିଶ୍ଚିତ ଭାବରେ ଏକ କଠିନ କାର୍ଯ୍ୟ ମଧ୍ୟ । ହେଲେ ସେ ଅଭିନୟର ଆବଶ୍ୟକତାକୁ ପୂରଣ କରିବାକୁ ଯାଇ ଏଭଳି କରିବାକୁ ଭୟ କରୁ ନଥିଲେ ।

Get real time updates directly on you device, subscribe now.