fbpx

Karishma Kapoor Birthday: ୧୬ ବର୍ଷ ବୟସରେ ସିନେମାରେ ଡେବ୍ୟୁ, ଅଭିନୟ ପାଇଁ ଛାଡିଥିଲେ ପାଠପଢା, ୯୦ ଦଶକରେ ବଲିଉଡରେ କରୁଥିଲେ ଏକତରଫା ରାଜ

Advertisement

ଓଡିଶା ଭାସ୍କର: ବଲିଉଡର ସୁନ୍ଦରୀ କରିସ୍ମା କପୁର ପ୍ରତିବର୍ଷ ୨୫ ଜୁନରେ ନିଜର ଜନ୍ମଦିନ ପାଳନ କରିଥାଆନ୍ତି । ୯୦ ଦଶକରେ ସିନେମାରେ ପାଦ ଥାପିଥିବା ଏହି ଅଭିନେତ୍ରୀ ଜଣକ ସେହି ସମୟରେ ବଲିଉଡରେ ରାଜ କରୁଥିଲେ । ଦିନଥିଲା ବଲିଉଡରେ ତାଙ୍କର ଚାହିଦା ଆକାଶଛୁଆଁ ଥିଲା । ତାଙ୍କର ପୂରା ଖାନଦାନ ହିଁ ବଲିଉଡ ସହ ସଂପର୍କ ରଖନ୍ତି, ସେଥିପାଇଁ କରିନା ମଧ୍ୟ ସିନେମାକୁ ହିଁ କ୍ୟାରିଅର କରିଥିଲେ । ୨୫ ଜୁନ ୧୯୭୪ ମସିହାରେ ଏହି ଅଭିନେତ୍ରୀଙ୍କ ଜନ୍ମ ଅଭିନେତା ରଣଧୀର କପୂର ଓ ଅଭିନେତ୍ରୀ ବବିତା କପୂରଙ୍କ ଔରସରୁ ହୋଇଥିଲା ।

ବଲିଉଡରେ କ୍ୟାରିଅର ଗଢିବା ପାଇଁ କରିସ୍ମା ନିଜର ପାଠପଢାକୁ ବି ଜଳାଞ୍ଜଳି ଦେଇଥିଲେ । ଛୋଟ ସମୟରେ ସେ ଅଭିନେତ୍ରୀ ଶ୍ରୀଦେବୀ ଓ ମାଧୁରୀ ଦୀକ୍ଷିତଙ୍କଠୁ ପ୍ରେରଣା ନେଉଥିଲେ । ମାତ୍ର ୧୬ ବର୍ଷ ବୟସରେ ସେ ବଲିଉଡ ଡେବ୍ୟୁ କରିଥିଲେ । ତାଙ୍କର ପ୍ରଥମ ସିନେମା ୧୯୯୧ ମସିହାରେ ଆସିଥିଲା, ଯାହାର ନାଁ ଥିଲା ‘ପ୍ରେମୀ କଏଦୀ’ । ଏହି ସିନେମା ବକ୍ସ ଅଫିସରେ ଭଲ ଆୟ କରିଥିଲା । ବଲିଉଡ ଡେବ୍ୟୁ ସାଙ୍ଗକୁ କରିସ୍ମା ଧୀରେ ଧୀରେ ବଲିଉଡରେ ନିଜକୁ ସ୍ଥାପିତ କରିଥିଲେ । ‘ପ୍ରେମୀ କଏଦୀ’ରୁ ଡେବ୍ୟୁ କରିଥିବା କରିସ୍ମା ୧୯୯୨ ମସିହାରେ ଜୈକି ଶ୍ରଫଙ୍କ ସହ ‘ପୁଲିସ ଅଫିସର’ ସିନେମାରେ କାମ କରିଥିଲେ । ପରବର୍ତ୍ତୀ ସମୟରେ ଅଭିନେତା ଗୋବିନ୍ଦାଙ୍କ ସହ ‘ରାଜା ବାବୁ’ ସିନେମାରେ ମଧ୍ୟ ସେ କାମ କରିଥିଲେ । ସିନେମା ‘ରାଜା ହିନ୍ଦୁସ୍ତାନୀ’ତାଙ୍କ ସିନେ କ୍ୟାରିଅର ପାଇଁ ମାଇଲଷ୍ଟୋନ ସାବ୍ୟସ୍ତ ହୋଇଥିଲା । ୧୯୯୬ ମସିହାରେ ଏହି ସିନେମା ବକ୍ସ ଅଫିସରେ ଧମାଲ ମଚାଇଥିଲା । ସିନେମାରେ କରିସ୍ମା କପୂର ଓ ଅମିର ଖାନଙ୍କ କିସିଂ ସିନ ସେହି ସମୟରେ ବେଶ୍ ଚର୍ଚ୍ଚା ସାଜିଥିଲା । ଏହି ସିନେମା ପରେ କରିସ୍ମା ବଲିଉଡର ରାଣୀ ହୋଇ ପାରିଥିଲେ ।

ପରବର୍ତ୍ତୀ ସମୟରେ କରିସ୍ମା ‘ଅନ୍ଦାଜ’, ‘କୁଲି ନମ୍ବର ୧’, ‘ଜୁଡୱା’, ହିରୋ ନମ୍ବର ୧, ‘ବିୱି ନମ୍ବର ୱାନ’, ‘ହସିନା ମାନ ଜାୟେଗି’, ‘ଚଲ ମେରେ ଭାଇ’, ‘ସାଜନ ଚଲେ ସସୁରାଲ’ ଭଳି ସିନେମାରେ ଦମଦାର ଅଭିନୟ କରି ଚିରଦିନ ପାଇଁ ଭାରତୀୟ ସିନେ ଜଗତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ କରି ପାରିଛନ୍ତି । କରିସ୍ମା କପୂର, ଅଭିଷେକ ବଚ୍ଚନକୁ ବିବାହ କରିବାର ଥିଲା । ମାତ୍ର କୌଣସି କାରଣରୁ ସେମାନଙ୍କ ସମ୍ପର୍କ ଭାଙ୍ଗିଯାଇଥିଲା । ପରବର୍ତ୍ତୀ ସମୟରେ ଅଭିନେତ୍ରୀ ଜଣକ ବ୍ୟବସାୟୀ ସଞ୍ଜୟ କପୂରଙ୍କୁ ବିବାହ କରିଥିଲେ । ମାତ୍ର ଏହି ସମ୍ପର୍କ ୧୩ ବର୍ଷ ପର୍ଯ୍ୟନ୍ତ ତିଷ୍ଠି ରହିଲା ଓ ୨୦୧୪ ମସିହାରେ ତଲାକ ହୋଇଗଲା । କରିସ୍ମାଙ୍କ ଦୁଇଟି ସନ୍ତାନ କିୟାନ ରାଜ କପୂର ଓ ସମାୟରା କପୂର ଅଛନ୍ତି ।

 

Get real time updates directly on you device, subscribe now.