ନୂଆଦିଲ୍ଲୀ- କର୍ମଚାରୀଙ୍କ ପାଇଁ ଖୁସି ଖବର । ଇପିଏଫଓ ୩.୦ରେ କର୍ମଚାରୀ ନିଜ ପିଏଫ ଟଙ୍କା ଘର ପାଖରେ ପାଇପାରିବେ । ଘର ପାଖ ଏଟିଏମରୁ ଟଙ୍କା ଉଠାଇବା ସୁବିଧା ମିଳିବ । ଏହି ସୁବିଧା ଆସନ୍ତା ବର୍ଷ ମେ- ଜୁନ ଭିତରେ କାର୍ଯ୍ୟକାରୀ ହୋଇଯିବ । ତେବେ କେମିତି ପ୍ରୋଭିଡେଣ୍ଟ ଫଣ୍ଡର ଟଙ୍କା ଜଣେ ବାହାର କରିପାରିବେ ସେ ସମ୍ପର୍କରେ ଆଗରୁ ଜାଣିବାର ଆବଶ୍ୟକତା ରହିଛି ।
ଆସନ୍ତା ମେ- ଜୁନରୁ ଇପିଏଫଓର ଟଙ୍କା ଏଟିଏମରୁ ବାହାର କରିପାରିବେ । ଏହି ସୁବିଧା ପାଇବା ପାଇଁ କର୍ମଚାରୀଙ୍କୁ କେତେକ କାମ କରିବାକୁ ହେବ । ଏଟିଏମରୁ ପିଏଫ ଟଙ୍କା ଉଠାଇବାକୁ ହେଲେ ପ୍ରଥମେ କର୍ମଚାରୀଙ୍କୁ ତାଙ୍କ ପିଏଫ ଆକାଉଣ୍ଟକୁ ବ୍ୟାଙ୍କ ସହ ଲିଙ୍କ କରିବାକୁ ହେବ । ତା ପରେ ହିଁ ଏହି ସୁବିଧାର ଲାଭ ଉଠାଇ ହେବ । ଏଥିପାଇଁ ଇପିଏଫଓର ଅଫିସିଆଲ ୱେବସାଇଟକୁ ଯାଇ ନିଜ ପିଏଫ ଆକାଉଣ୍ଟକୁ ଏଟିଏମ ସହ ଲିଙ୍କ କରିବାକୁ ହେବ ।
ତେଣୁ ଏହା ପୂର୍ବରୁ କର୍ମଚାରୀଙ୍କୁ unifiedportal-mem.epfindia.gov.in/memberinterface/ ୱେବସାଇଟ ଭିଜିଟ କରି ନିଜ UAN ନମ୍ବର ପାସୱାର୍ଡ ଏଣ୍ଟ୍ରି କରିବାକୁ ହେବ । ତା ପରେ ସ୍କ୍ରିନରେ ଆସୁଥିବା କ୍ୟାପ୍ଚ କୋଡ ଭରିବାକୁ ପଡିବ । ତା ପରେ କର୍ମଚାରୀ ଆକାଉଣ୍ଟରେ ଲଗ ଇନ କରିପାରିବେ । ଏହାକୁ ସାରିବା ପରେ ଇପିଏଫଓ ପୋର୍ଟାଲ ଭିଜିଟ କରି UAN ଓ ପାସୱାର୍ଡ ଭରିବାକୁ ପଡିବ । ଏତିକି କରିବା ପରେ ଅନଲାଇନ ସର୍ଭିସରେ କ୍ଲେମ ବିକଳ୍ପକୁ ଚିହ୍ନଟ କରିବାକୁ ହେବ ଓ ଅଟୋମୋଡଷ୍ଟେଟମେଣ୍ଟରେ କ୍ଲିକ କରିବାକୁ ହେବ । ବ୍ୟାଙ୍କ ଆକାଉଣ୍ଟ ଭେରିଫାଇ ଓ ଆକାଉଣ୍ଟ ପାସବୁକ ବା ଚେକକୁ ଅପଲୋଡ କରିବାକୁ ହେବ ।
ଏସବୁ କରିବା ପରେ ଟଙ୍କା ଉଠାଣର କାରଣ ହେବାକୁ କୁହାଯିବ । ଏହିକୁ ଲେଖି ଦାଖଲ କରିବା ପରେ ୧୦ ଦିନରେ ଟଙ୍କା ବ୍ୟାଙ୍କ ଆକାଉଣ୍ଟକୁ ଆସିବ ଓ ଆପଣ ଆରାମରେ ଏଟିଏମରୁ ଟଙ୍କା ଉଠାଇପାରିବେ ।