fbpx

EPFO ଲାଗୁ କରିବ ନୂଆ ନିୟମ! କର୍ମଚାରୀଙ୍କ ସର୍ବନିମ୍ନ ବେତନ ସୀମା ୨୧୦୦୦କୁ ବୃଦ୍ଧି ପାଇବ

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ପକ୍ଷରୁ ସମସ୍ତ ଚାକିରିଆଙ୍କ ପାଇଁ ଏକ ଖୁସି ଖବର ଆସିଛି । ଖୁବଶୀଘ୍ର ଇପିଏଫଓ ପେନସନ୍ ଫଣ୍ଡ ବୃଦ୍ଧି ପାଇଁ ଏକ ନୂଆ ଯୋଜନା ଲାଗୁ କରିବାକୁ ଯାଉଛି । ତେବେ ଏହି ନୂଆ ନିଷ୍ପତ୍ତି ପରେ ଏଣିକି ନିଯୁକ୍ତିଦାତାଙ୍କୁ ପୂର୍ବାପେକ୍ଷା ଅଧିକ ଯୋଗଦାନ କରିବାକୁ କରିବ । କର୍ମଚାରୀଙ୍କୁ ଅବସର ପରେ ମୋଟା ଅଙ୍କର ଅର୍ଥ ମିଳିବା ସହ ଇପିଏଫଓ ଅଧିନକୁ ଅଧିକ କର୍ମଚାରୀ ଆସିଯିବେ ।

ବର୍ତ୍ତମାନ ଇପିଏଫଓର ଇପିଏଫ ଯୋଜନା ପାଇଁ କର୍ମଚାରୀଙ୍କ ମାସିକ ବେତନ ସୀମା ୧୫ ହଜାର ଟଙ୍କା ରହିଛି । ଗତ ୨୦୧୪ରେ କେନ୍ଦ୍ର ସରକାର ଏଥିରେ ପରିବର୍ତ୍ତନ କରିଥିଲେ । ସେ ସମୟରେ ସରକାର ବେତନ ସୀମା ୬,୫୦୦ରୁ ବୃଦ୍ଧି କରି ୧୫ ହଜାର ଟଙ୍କା ଧାର୍ଯ୍ୟ କରିଥିଲେ । ଯେଉଁ କମ୍ପାନୀରେ ୨୦ରୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଥିବେ ସେ କ୍ଷେତ୍ରରେ ସେମାନଙ୍କୁ ପିଏଫ ଜମା କରିବାକୁ ଅନୁମତି ମିଳିବା ନେଇ ନିୟମ ରହିଥିଲା ।

ତେବେ ସୂଚନା ମୁତାବକ, ଖୁବଶୀଘ୍ର କମର୍ଚାରୀଙ୍କ ସର୍ବନିମ୍ନ ବେତନ ସୀମା ବୃଦ୍ଧି ନେଇ ଏକ୍ସପର୍ଟ କମିଟିଙ୍କ ତରଫରୁ ନିଷ୍ପତ୍ତି ନିଆଯାଇପାରେ । ମହଙ୍ଗା ହିସାବରେ ଇଣ୍ଡେକ୍ସ କରାଯିବ । ସମୟ ସମୟରେ କଭରେଜ ପାଇଁ ସମୀକ୍ଷା କରାଯିବ । କର୍ମଚାରୀଙ୍କ ସର୍ବନିମ୍ନ ମାସିକ ବେତନ ସମୟସୀମା ୧୫ ହଜାରରୁ ବୃଦ୍ଧି ହୋଇ ୨୧ ହଜାର କରାଯିବ । ତେବେ ଏହାଦ୍ୱାରା କର୍ମଚାରୀ ଓ ନିଯୁକ୍ତିଦାତାଙ୍କ ତରଫରୁ ଜମା କରାଯାଉଥିବା ପିଏଫ ଅର୍ଥରାଶି ବୃଦ୍ଧି ପାଇବ । ୧୫ ହଜାର ଟଙ୍କା ଉପରେ ପିଏଫ ଯୋଗଦାନ ୧୮୦୦ ଟଙ୍କା ରହିଥିବା ବେଳେ ୨୧ ହଜାର ଟଙ୍କା ଉପରେ ୨୫୩୦ ଟଙ୍କା ହୋଇଯିବ । ଏଥିସହିତ ଭବିଷ୍ୟତରେ ପ୍ରସ୍ତୁତ ହେବାକୁ ଥିବା ପେନସନ ଫଣ୍ଡ ମଧ୍ୟ ବୃଦ୍ଧି ପାଇବ ।

Get real time updates directly on you device, subscribe now.