PAN ପରେ ଏବେ Voter IDରେ ମଧ୍ୟ ହେବ ଆଧାର ଲିଙ୍କ୍, ନିଷ୍ପତ୍ତି ନେଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ: ଆଧାର ଏବଂ ଭୋଟର ଆଇଡି (ଇପିଆଇସି) ଲିଙ୍କ୍ କରିବାର ରାସ୍ତା ପରିଷ୍କାର ହୋଇଯାଇଛି । ମଙ୍ଗଳବାର ଦିନ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ, ଦେଶର ନିର୍ବାଚନ କମିଶନ ଦୁଇଟିକୁ ଲିଙ୍କ କରିବାକୁ ଅନୁମତି ଦେଇଛନ୍ତି ।

ଏ ସମ୍ପର୍କରେ ଏକ ବିବୃତ୍ତିରେ ନିର୍ବାଚନ କମିଶନ କହିଛନ୍ତି ଯେ, ସମ୍ବିଧାନର ଧାରା ୩୨୬ ଏବଂ ଜନପ୍ରତିନିଧି ଆଇନର ଧାରା ୨୩(୪), ୨୩(୫) ଏବଂ ୨୩(୬) ଅନୁଯାୟୀ ଇପିଆଇସିକୁ ଆଧାର ସହିତ ଲିଙ୍କ୍ କରାଯିବ । ପୂର୍ବରୁ ସରକାର ଆଧାର ସହିତ ପାନ କାର୍ଡକୁ ଲିଙ୍କ୍ କରିବାକୁ ନିଷ୍ପତ୍ତି ନେଇଥିଲେ ।

ବିବୃତ୍ତିରେ କୁହାଯାଇଛି ଯେ ନିର୍ବାଚନ କମିଶନ ଜନପ୍ରତିନିଧିତ୍ୱ ଆଇନ, ୧୯୫୦ ର ଧାରା ୩୨୬ ଏବଂ ସୁପ୍ରିମକୋର୍ଟଙ୍କ ପ୍ରାସଙ୍ଗିକ ନିଷ୍ପତ୍ତି ଅନୁଯାୟୀ ଇପିଆଇସିକୁ ଆଧାର ସହିତ ଲିଙ୍କ୍ କରିବା ପାଇଁ ପଦକ୍ଷେପ ନେବେ ।

ସିଇସି ଜ୍ଞାନେଶ କୁମାରଙ୍କ ନେତୃତ୍ୱରେ ନିର୍ବଚନ ସଦନରେ ଇସି ଡକ୍ଟର ସୁଖବୀର ସିଂହ ସାନ୍ଧୁ ଏବଂ ଡକ୍ଟର ବିବେକ ଜୋଶୀଙ୍କ ସହିତ ଆଜି କେନ୍ଦ୍ର ଗୃହ ସଚିବ-ବିଧାୟେୀ ବିଭାଗ ସଚିବ, ଏମଇଆଇଟିୱାଇର ସଚିବ ଓ ୟୁଆଇଡିଏଆଇର ସିଇଓ ଓ ଇସିଆଇର ଟେକନିକ୍ ବିଶେଷଜ୍ଞମାନଙ୍କ ସହିତ ବୈଠକ ଅନୁଷ୍ଠିତ ହୋଇଥିଲା ।