fbpx

ଇଏସଆଇସିରେ ଏହି ପଦରେ ବିନା ପରୀକ୍ଷାରେ ପାଇ ପାରିବେ ଚାକିରି, ୭୮୦୦୦ ମିଳିବ ଦରମା

Advertisement

କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସଆଇସି) ସ୍ପେଶାଲିଷ୍ଟ ଗ୍ରେଡ୍-୨(ଜୁନିୟର/ସିନିୟର ସ୍କେଲ) ରେ ବିଭିନ୍ନ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଇଚ୍ଛୁକ ତଥା ଯୋଗ୍ୟ ଆଶାୟୀ ଯେଉଁମାନେ ଏହି ପଦରେ ଆବେଦନ କରିବା ପାଇଁ ଚାହୁଛନ୍ତି ସେମାନେ ଇଏସଆଇସି ର ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ । ଏହି ପଦରେ ଆବେଦନ ଆରମ୍ଭ ହୋଇଯାଇଛି । ଏହି ବିଜ୍ଞପ୍ତି ଅନୁଯାୟୀ ସମୁଦାୟ ୪୫ ପଦବୀ ପାଇଁ ଆବେଦନ ଗ୍ରହଣ କରାଯାଉଛି । ଆବେଦନ କରିବା ପାଇଁ ୨୦ ଏପ୍ରିଲ ୨୦୨୨ ଶେଷ ତାରିଖ ରହିଛି ।

ଖାଲି ରହିଥିବା ପୋଷ୍ଟ:

ସ୍ପେଶାଲିଷ୍ଟ ଗ୍ରେଡ୨(ସିନିୟର ସ୍କେଲ):  ୪୦ ପଦ

ସ୍ପେଶାଲିଷ୍ଟ ଗ୍ରେଡ୨(ଜୁନିୟର ସ୍କେଲ):  ୫ ପଦ

ବୟସସୀମା: ଆଶାୟୀଙ୍କ ବୟସ ୪୫ ବର୍ଷରୁ ଅଧିକ ହୋଇନଥିବା ଦରକାର । ତେବେ ସଂରକ୍ଷଣ ବର୍ଗଙ୍କ ପାଇଁ ବସୟସୀମାରେ ଛାଡ଼ ଦିଆଯାଇଛି ।

ଏଭଳି ରହିବ ଦରମା:

ସ୍ପେଶାଲିଷ୍ଟ ଗ୍ରେଡ୨(ସିନିୟର ଗ୍ରେଡ)- ପେ ମେଟ୍ରିକ୍ସ ଲେଭଲ ୧୨ ଅନୁଯାୟୀ ୭୮,୮୦୦ ଟଙ୍କା ଦିଆଯିବ ।

ସ୍ପେଶାଲିଷ୍ଟ ଗ୍ରେଡ୨(ଜୁନିୟର ଗ୍ରେଡ)-ପେ ମେଟ୍ରିକ୍ସ ଲେଭଲ ୧୧ ଅନୁଯାୟୀ ୬୭,୭୦୦ ଟଙ୍କ ଦରମା ରହିଛି ।

ଏହା ବ୍ୟତୀତ ଆଶାୟୀ ସିଧାସଳଖ ଏହି ଲିଙ୍କରେ ଯାଇ ଆବେଦନ କରିପାରିବେ କିମ୍ବା ଏହି ଲିଙ୍କରେ ଯାଇ ଅଫିସିଆଲ ନୋଟିଫିକେସନ ପଢ଼ିପାରିବେ । ତେବେ ଆବେଦନ କରିବା ପୂର୍ବରୁ ଅଫିସିଆଲ ନୋଟିଫିକେସନ ପଢ଼ିନେବାକୁ ପରାମର୍ଶ ।

Get real time updates directly on you device, subscribe now.