fbpx
BSKY
BJD SHG SKY
BJD YOUTH SKY

ରୁଷିଆ-ୟୁକ୍ରେନ ଯୁଦ୍ଧ ପାଇଁ ବିଶ୍ୱରେ ଗହମ ଅଭାବ: ୨୦୨୨-୨୩ ଆର୍ଥିକ ବର୍ଷରେ ୧ କୋଟି ଟନରୁ ଅଧିକ ଗହମ ରପ୍ତାନୀ କରିବ ଭାରତ

ନୂଆଦିଲ୍ଲୀ: ୟୁକ୍ରେନ-ରୁଷିଆ ଯୁଦ୍ଧ ପାଇଁ ସମଗ୍ର ବିଶ୍ୱ ବଜାରରେ ବର୍ତ୍ତମାନ ଗହମର ଅଭାବ ଦେଖାଦେଇଛି । ଉଭୟ ରାଷ୍ଟ୍ର ବିଶ୍ୱର ଦୁଇ ପ୍ରମୁଖ ଗହମ ଉତ୍ପାଦନକାରୀ ଦେଶ ହୋଇଥିବା ବେଳେ ଯୁଦ୍ଧ ପରିସ୍ଥିତି ଓ କଟକଣା କାରଣରୁ ବିଦେଶକୁ ଗହମ ସହ ଅନ୍ୟ ସାମଗ୍ରୀ ବିଦେଶକୁ ରପ୍ତାନୀ କରିପାରୁ ନାହାନ୍ତି । ତେବେ ଭାରତ ଚଳିତ ୨୦୨୨-୨୩ ଆର୍ଥିକ ବର୍ଷରେ ଏକ କୋଟିରୁ ଅଧିକ ଟନର ଗହମ ରପ୍ତାନୀ କରିବାକୁ ଲକ୍ଷ୍ୟ ରଖିଛି । ଗତ ୨୦୨୧-୨୨ରେ ୭୦ ଲକ୍ଷ ଟନ, ୨୦୨୦-୨୧ରେ ୨୧.୫୫ ଲକ୍ଷ ଟନ, ୨୦୧୯-୨୦ରେ ୨ ଲକ୍ଷ ଟନ ରପ୍ତାନୀ କରାଯାଇଥିବା କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପୀୟୁଷ ଗୋୟଲ ସୂଚନା ଦେଇଛନ୍ତି ।

ଗୋୟଲ କହିଛନ୍ତି ଯେ, କୃଷକମାନେ ବର୍ତ୍ତମାନ ଗହମର ଉତ୍ପାଦନ ବୃଦ୍ଧି ଉପରେ ଧ୍ୟାନ ଦେଉଛନ୍ତି । ଗୁଜୁରାଟ, ମଧ୍ୟପ୍ରଦେଶ ପରି ବିଭିନ୍ନ ଅଞ୍ଚଳରେ ଗତବର୍ଷ ଅପେକ୍ଷା ଅଧିକ ଉତ୍ପାଦନ ହେଉଛି । ଗହମ ବ୍ୟତୀତ ଅନ୍ୟାନ୍ୟ କୃଷିଜାତ ଶସ୍ୟ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ପ୍ରଭାବଶାଳୀ ବୃଦ୍ଧି ପରିଲକ୍ଷିତ ହେବାରେ ଲାଗିଛି । ବିଶ୍ୱ ବଜାରର ଚାହିଦା ମେଣ୍ଟାଇବା ପାଇଁ ଦେଶର କୃଷକମାନେ କୃଷିର ଗୁଣବତ୍ତା ଉପରେ ଗୁରୁତ୍ୱାରୋପ କରୁଛନ୍ତି । ଏହାଦ୍ୱାରା କୃଷକମାନେ ସେମାନଙ୍କର ଚାହିଦା ମୁତାବକ ମୂଲ୍ୟ ପାଇପାରିବେ । କୋଭିଡ-୧୯ ମହାମାରୀ ଦେଶକୁ ସଙ୍କଟରେ ପକାଇଥିଲେ ହେଁ କୃଷି ଉତ୍ପାଦନ କ୍ଷେତ୍ରରେ ଦେଶ ଆଗକୁ ବଢ଼ିପାରିଛି ।

Get real time updates directly on you device, subscribe now.