fbpx

ଟିକା ନେବା ପରେ ବି ହେବେ କରୋନା ସଂକ୍ରମିତ

ଭୁବନେଶ୍ୱର, ୧୯ ।୪ (ଓଡିଶା ଭାସ୍କର) : : ରାଜ୍ୟରେ କରୋନା ସଂକ୍ରମଣ ପୁଣିଥରେ ବଢ଼ିବାକୁ ଲାଗିଛି । ଆକ୍ରାନ୍ତଙ୍କ ବୃଦ୍ଧି ପାଉଥିବା ବେଳେ ସୁସ୍ଥହାର ମଧ୍ୟ ବଢ଼ିବାକୁ ଲାଗିଛି । ଏହି ପରିପ୍ରେକ୍ଷୀରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ରାଜ୍ୟରେ କରୋନା ପ୍ରସ୍ତୁତି ବିଷୟରେ ସୁଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଟିକା ନେବା ପରେ ବି କରୋନା ଦ୍ୱାରା ସଂକ୍ରମିତ ହୋଇପାରନ୍ତି । ତେଣୁ କରୋନାଠାରୁ ମୁକ୍ତି ପାଇବାକୁ ହେଲେ କୋଭିଡ୍ ନିୟମ ମାନିବାକୁ ପଡିବ । ଟିକା ନେଲେ କରୋନା ହେବ କିନ୍ତୁ ମୃତ୍ୟୁହାର କମିଯିବ ଏବଂ ଲୋକଙ୍କ ମନରେ ଭାଇରସ୍ କୁ ନେଇ ଥିବା ଭୟାବହତା କମିଯିବ । ଜିଲ୍ଳାମାନଙ୍କ ମଧ୍ୟ ଏବେ ସଚେତନତା ଅଭିଯାନ ଆରମ୍ଭ ହୋଇସାରିଲାଣି । ସେମାନେ ବେଡ୍ ସଂଖ୍ୟା ବଢ଼ାଉଛନ୍ତି । ସେହିପରି କିଛି ଜିଲ୍ଳାରେ ଟିଏମସି ଖୋଲିଥିବା ବେଳେ ଛତିଶଗଡ ସୀମାନ୍ତ ଜିଲ୍ଲା ମାନଙ୍କରେ ଆବଶ୍ୟକତା ଅନୁସାରେ ଟିଏମସି ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଗକୁ ଦୈନିକ ୫୦ ହଜାର ଟେଷ୍ଟ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଓଡିଶାରୁ ପାଖାପାଖି ୪୦୦ ଲୋକ ପଞ୍ଜୀକରଣ କରି କୁମ୍ଭ ମେଳା ଯାଇଛନ୍ତି ବୋଲି ମଧ୍ୟ ସେ ଗଣମାଧ୍ୟମକୁ ସୁଚନା ଦେଇଛନ୍ତି ।

Get real time updates directly on you device, subscribe now.