fbpx

ବର୍ଷାଋତୁରେ ସାଧାରଣ ଜ୍ୱର ବି ସାଜିପାରେ ମୃତ୍ୟୁର କାରଣ, ଜାଣନ୍ତୁ କ’ଣ କହନ୍ତି ଏକ୍ସପର୍ଟ

Advertisement

ବର୍ଷାଋତୁରେ ସାଧାରଣ ଜ୍ୱର ବି ସାଜିପାରେ ମୃତ୍ୟୁର କାରଣ, ଜାଣନ୍ତୁ କ’ଣ କହନ୍ତି ଏକ୍ସପର୍ଟ
ଓଡିଶା ଭାସ୍କର: ଋତୁ ବଦଳିଲେ ମଣିଷର ଶରୀରରେ ରୋଗ ମଧ୍ୟ ଧୀରେ ଧୀରେ ଆସେ । ଯାହାକୁ ଆମେ ସାଧାରଣ ଭାବି ଅଣଦେଖା କରିଥାଉ । ଫଳରେ ଆମେ ଅଧିକ ଅସୁସ୍ଥ ହୋଇପଡୁ । ଏହିକ୍ରମରେ ଯେତେବେଳେ ଜଣକୁ ଅଧିକ ଜ୍ୱର ହୋଇଥାଏ, ତାହାକୁ ବ୍ୟାକ୍ଟେରିୟଲ ଇନଫେକସନର ଅଧିକ ଭୟ ଥାଏ । ଫଳରେ ନାକ, ଗଳା ତଥା ତ୍ୱଚା ବହୁଳ ଭାବରେ ପ୍ରଭାବିତ ହୋଇଥାଏ । ଏହା କୋରିନେବ୍ୟାକ୍ଟିରିୟମ୍ ଡିପ୍‌ଥେରିଆ କାରଣରୁ ହୋଇଥାଏ । ଏହା ଏକ ପ୍ରକାର ବ୍ୟାକ୍ଟେରିୟନ ଇନଫେକସନ ଅଟେ । ହାଇପରପାଇରେକ୍ସିଆ, ମାନେ ୧୦୬ ଡିଗ୍ରୀ ଫାରେନହାଇଟରୁ ଅଧିକ ତାପମାତ୍ରା ଏକ ମେଡିକାଲ ଇମାରଜେନ୍ସି ଅଟେ । ଯଦି ଜ୍ୱରକୁ କମ୍ କରା ନ ଯାଏ, ତେବେ ଶରୀରର ଅନ୍ୟାନ୍ୟ ଅଙ୍ଗକୁ ଏହା ଖରାପ କରିପାରେ । ଭାଇରାଲ ଫେଭର ଏକ ଗମ୍ଭୀର ଓ ସଂକ୍ରାମକ ରୋଗ ଅଟେ, ଯାହା ରକ୍ତ ସଞ୍ଚାଳନର ଦ୍ୱାରକୁ କ୍ଷତି ପହଞ୍ଚାଇଥାଏ । ଯେଉଁଥିରୁ ରକ୍ତ ଲିକ ହୋଇଥାଏ । ଫଳରେ ରକ୍ତର ଥକ୍କା ଜମିବାରେ ଲାଗେ । ଏହାର ଚିକିତ୍ସା ସମୟ ଥାଉ ଥାଉ ନ କଲେ ଜଣେ ମୃତ୍ୟୁକୁ ବି ସାମ୍ନା କରିବା ଥୟ ।

ଯଦି ଶରୀରରେ ତାପମାତ୍ରା ୧୦୩ ଡିଗ୍ରୀ ଫାରେନହାଇଟ ବା ୩୯.୪ ଡିଗ୍ରୀ ସେଲସିୟସ ଥିବ, ତେବେ ଆମକୁ ଶୀଘ୍ର ଚିକିତ୍ସା କରାଇ ନେବାର ଆବଶ୍ୟକତା ରହିଛି । ତାହାସହ ଯଦି ଜ୍ୱର ୩ ଦିନରୁ ଅଧିକ ରହୁଛି, ତେବେ ତୁରନ୍ତ ଜଣେ ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସା ବ୍ୟବସ୍ଥା କରିବା ଉଚିତ । ଏଥିସହିତ ଜ୍ୱରସହ କାଶ ଲାଗି ରହିଲେ ଏହାର ଶୀଘ୍ର ଚିକିତ୍ସା ନ କଲେ ଜଣେ ଗୁରୁତର ହୋଇ ଜୀବନ ହାରିବାର ଭୟ ମଧ୍ୟ ଥାଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କୁହନ୍ତି । ଏହା ସାଧାରଣ ଜ୍ୱର ହୋଇ ନ ଥାଏ, ବରଂ ରୋଗୀକୁ ଏଭଳି ସ୍ଥିତି ଗୁରୁତର କରିଥାଏ ବୋଲି ମଧ୍ୟ ସେମାନେ କହନ୍ତି ।

Get real time updates directly on you device, subscribe now.