ଘରେ ନାହିଁ ଦୁଆର, ଚୋରଙ୍କୁ ଭୟ ଶନିଦେବଙ୍କ ପାହାର
ମହାରାଷ୍ଟ ଗାଁ ଯେଉଁଠାରେ କୌଣସି ଘରେ ନାହିଁ ଦୁଆର। ସବୁ ଦୁଆର ପଡ଼ିଛି ଖୋଲା। ବିଶ୍ୱାସ ଗାଁକୁ ଭରସା ଶନିଦେବ।
ମହାରାଷ୍ଟ୍ର: ସାଧାରଣତଃ ଘର କଲେ ଲୋକେ ସୁରକ୍ଷା ପାଇଁ ଦୁଆର କରନ୍ତି। କେଉଁଆଡ଼େ ଯିବା ଆସିବା କରିବା ସମୟରେ ଘରକୁ ତାଲା ଲଗାନ୍ତି। ଯେପରି ଘରୁ କୌଣସି ଚୋରି ନହେଉ। ଘରେ ଥିବା ଜିନିଷ ପତ୍ର ସୁରକ୍ଷିତ ରହୁ।
ହେଲେ ଦେଶରେ ଏପରି ଏକ ଗାଁ ଅଛି ଯେଉଁଠାରେ କୌଣସି ଘରେ ନାହିଁ ଦୁଆର। ସବୁ ଦୁଆର ପଡ଼ିଛି ଖୋଲା। ବିଶ୍ୱାସ ଗାଁକୁ ଭରସା ଶନିଦେବ। ଲୋକଙ୍କ ଅଖଣ୍ଡ ବିଶ୍ୱାସ ଅଛି କି ଗାଁରେ କେବେ ଚୋର ପଶିବେନି। ଭଗବାନ ଗାଁକୁ ଜଗିଛନ୍ତି। ସବୁଠୁ ଆଶ୍ଚର୍ଯ୍ୟ କଥା ଗାଁରେ ୟୁକୋ ବ୍ୟାଙ୍କର ଶାଖାରେ ମଧ୍ୟ ତାଲା ପଡ଼ିନାହିଁ।
ଲୋକ କୁହନ୍ତି କି ସନି ଦେବ ଗାଁ ଜଗିଛନ୍ତି। ଯିଏ ଗାଁରେ ପଶିବ ସନିଦେବ ତାଙ୍କୁ ଉଚିତ ଦଣ୍ଡଦେବେ। ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାର ଶିଙ୍ଗନାପୁର ଗାଁରେ ଦେଖିବାକୁ ମିଳେ ଏହି ଦୃଶ୍ୟ।
ମହାରାଷ୍ଟ୍ରରେ ଶନି ଦେବଙ୍କର ଏକ ମନ୍ଦିର ଅଛି । ଏଠାରେ ଶନି ଦେବଙ୍କର ଏକ ଶିଳାଖଣ୍ଡ ପଥର ଅଛି। ଏହାର ନାମ ଶନି ଶିଙ୍ଗନାପୁର।
ଯଦିଓ ସାରା ଦେଶରେ ଶନି ମହାରାଜଙ୍କର ଅନେକ ମନ୍ଦିର ଅଛି, ସେଥିମଧ୍ୟରୁ ଗୋଟିଏ ହେଉଛି ଶନି ଶିଙ୍ଗନାପୁର ମନ୍ଦିର । ଏଠାରେ ଅବସ୍ଥିତ ଶନି ଦେବଙ୍କ ପଥର ପ୍ରତିମା ଖୋଲା ଆକାଶ ତଳେ ପୂଜା ପାଉଛନ୍ତି।
ଶନି ଶିଙ୍ଗନାପୁର ମନ୍ଦିରରେ ଥିବା ଶନିଦେବଙ୍କ ପ୍ରତିମା ଖୋଲା ଆକାଶ ତଳେ ଅଛିି କାହିଁକି? ଏହା ପଛରେ ଏକ ଛୋଟ କାହାଣୀ ଅଛି। ଯେତେବେଳେ ମେଷପାଳକମାନେ ମୂର୍ତ୍ତିଟି ପାଇଲେ, ସେହି ରାତିରେ ଭଗବାନ ଶନି ଜଣେ ମେଷପାଳକର ସ୍ୱପ୍ନରେ ଦର୍ଶନ ଦେଲେ।
ଏବଂ ତାଙ୍କୁ ମୂର୍ତ୍ତି ପୂଜା ଏବଂ ପୂଜା କରିବାର ପଦ୍ଧତି ବିଷୟରେ କହିଥିଲେ। ତା’ପରେ ମେଷପାଳକମାନେ ଭଗବାନ ଶନିଙ୍କୁ ପଚାରିଲେ ଯେ ସେମାନେ ମୂର୍ତ୍ତି ପାଇଁ ଏକ ମନ୍ଦିର ନିର୍ମାଣ କରିବା ଉଚିତ କି?
ଏହାର ଉତ୍ତରରେ ଶନିଦେବ କହିଥିଲେ ଛାତର ଆବଶ୍ୟକତା ନାହିଁ । ସମଗ୍ର ଆକାଶ ତାଙ୍କର ଛାତ । ଏହି କାରଣରୁ ଭଗବାନ ଶନିଙ୍କ ପଥର ଖଣ୍ଡ ମୂର୍ତ୍ତି ଏବେ ବି ଖୋଲା ଆକାଶ ତଳେ ଅଛି ।