ବିବାହ ପୂର୍ବରୁ ପ୍ରତ୍ୟେକ ଯୁବକ-ଯୁବତୀ ୭ଟି ମେଡିକାଲ ଟେଷ୍ଟ କରିବା ନିହାତି ଆବଶ୍ୟକ: ନଚେତ୍ ବସି ବସି ଖାଲି ଭାବିବା ହିଁ ସାର ହେବ

ନୂଆଦିଲ୍ଲୀ: ବିବାହ ହେଉଛି ଏକ ପବିତ୍ର ବନ୍ଧନ । ଏଥିରେ ଦୁଇଟି ଅଜଣା ମନ ପରସ୍ପର ସହ ନୂଆ ସମ୍ପର୍କରେ ବାନ୍ଧି ହୋଇଥାନ୍ତି । କୁହାଯାଏ, ହୋମ ନିଆଁକୁ ସାକ୍ଷୀ ରଖି ଉଭୟ ପୁଅ ଓ ଝିଅ ପରସ୍ପରଙ୍କୁ ସାତ ଜନମର ସାଥୀ ବୋଲି ଗ୍ରହଣ କରିଥାନ୍ତି । ତେବେ ଆଜିକାଲିର ବ୍ୟସ୍ତ ତଥା ଆଧୁନିକ ସଭ୍ୟତାର ଦୁନିଆରେ ସବୁ ପୁଅ-ଝିଅଙ୍କୁ ବିବାହ ପୂର୍ବରୁ କିଛି ଜିନିଷ ପ୍ରତି ସାବଧାନ ରହିବା ନିହାତି ଆବଶ୍ୟକ । ସାଧାରଣ ଭାବେ ମ୍ୟାରେଜ ପୂର୍ବରୁ ପୁଅର ଚାକିରି, ରୋଜଗାର ଉପରେ ବେଶି ଫୋକସ କରାଯାଉଥିବା ବେଳେ ଝିଅର ରୂପ ଓ ଗୁଣ ପ୍ରତି ଦୃଷ୍ଟି ଦିଆଯାଇଥାଏ । ତେବେ ବିବାହ ପୂର୍ବରୁ ଆପଣମାନେ ନିଜର ପାର୍ଟନରଙ୍କ କିଛି ମେଡିକାଲ ଟେଷ୍ଟ କରିବା ନିହାତି ଜରୁରୀ । ଆଜିର ସମୟରେ ସ୍ୱାସ୍ଥ୍ୟ ସମସ୍ତଙ୍କ ପାଇଁ ଏକ ଅମୂଲ୍ୟ ସମ୍ପଦ । ତେଣୁ ଲାଇଫ୍ ପାର୍ଟନରଙ୍କର ସ୍ୱାସ୍ଥ୍ୟ ସହ ଜଡ଼ିତ ଟେଷ୍ଟ କରାଇବାକୁ ଆପଣମାନେ ଭୁଲନ୍ତୁ ନାହିଁ । ଆପଣମାନେ ମାନେ ଯଦି ଏ କ୍ଷେତ୍ରରେ ହେଳା କରିବେ, ତେବେ ଭବିଷ୍ୟତରେ ଅନେକ ବଡ଼ ସମସ୍ୟାର ସାମ୍ନା କରିପାରନ୍ତି ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।

୧- ଜେନେଟିକ ଟେଷ୍ଟ : ସାଧାରଣ ଭାବେ ବଂଶାନୁକ୍ରମିକ ଭାବ ଜେନେଟିକ୍ ରୋଗ ଗୋଟିଏ ପୀଢ଼ିରୁ ପର ପୀଢ଼ିକୁ ସ୍ଥାନାନ୍ତରିତ ହୋଇଥାଏ । ତେଣୁ ଜେନେଟିକ୍ ଟେଷ୍ଟ କରି ଆପଣମାନେ ରୋଗକୁ ଚିହ୍ନଟ କରିପାରିବେ ଓ ତା’ର ଉପଯୁକ୍ତ ଚିକିତ୍ସା କରିପାରିବେ ।

୨- ଏସଟିଡି ଟେଷ୍ଟ: ସେକ୍ସୁଆଲି ଟ୍ରାନ୍ସମିଟେଡ ଡିଜିଜ୍ ବା ଯୌନ ସଂକ୍ରମଣ ରୋଗ (ଏସଟିିଡି) ରୋଗ ଯୌନ କ୍ରିୟା ମାଧ୍ୟମରେ ବ୍ୟାପିଥାଏ । କିଛି ପୁଅ ଓ ଝିଅ ବିବାହ ପୂର୍ବରୁ ଯୌନ ସମ୍ପର୍କ ରଖୁଥିବାରୁ ସେମାନଙ୍କ ଠାରେ ଏହି ରୋଗ ଥିବାର ଆଶଙ୍କା ରହିଥାଏ । ତେଣୁ ବିବାହ ପୂର୍ବରୁ ଏସଟିଡି ଟେଷ୍ଟ କରିନେବା ଭଲ ।

୩- ମାନସିକ ରୋଗ ଟେଷ୍ଟ: ଆମର ଶାରୀରିକ ରୋଗ ଭଳି ମାନସିକ ରୋଗ ବା ମେଣ୍ଟାଲ ଡିଜିଜ ଜୀବନ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । ତେଣୁ ବିବାହ ପୂର୍ବରୁ ଏହାକୁ ଟେଷ୍ଟ କରିବାକୁ ଭୁଲନ୍ତୁ ନାହିଁ ।

୪- ଓଭାରିଆନ ଟେଷ୍ଟ: ମହିଳାଙ୍କ କ୍ଷେତ୍ରରେ ବୟସ ବଢ଼ିବା ସାଙ୍ଗକୁ ଡିମ୍ବାଣୁ ଉତ୍ପାଦନ ହ୍ରାସ ପାଇବାରେ ଲାଗିଥାଏ । ଫଳରେ ବିବାହ ପରେ ଗର୍ଭଧାରଣରେ ସମସ୍ୟା ସୃଷ୍ଟି ହୋଇପାରେ । ତେଣୁ ବିବାହ ପୂର୍ବରୁ ଓଭାରିଆନ୍ ଟେଷ୍ଟ କରାଇ ନିଅନ୍ତୁ ।

୫- ଇନଫର୍ଟିଲିଟି ଟେଷ୍ଟ: ପୁରୁଷଙ୍କର ଶୁକ୍ରାଣୁ ସଂଖ୍ୟା ଓ ମହିଳାଙ୍କ ଓଭାରି ସ୍ୱାସ୍ଥ୍ୟ ବିଷୟରେ ଜାଣିବା ପାଇଁ ଏହି ଟେଷ୍ଟ କରାଯାଇଥାଏ । ଏହି ଟେଷ୍ଟ ଦ୍ୱାରା ପୁରୁଷଙ୍କର ସ୍ପର୍ମ କାଉଣ୍ଟ ବା ଶୁକ୍ରାଣୁ କମ୍ ବିଷୟରେ ଜଣାପଡ଼ିଥାଏ । ଏକ ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ଏହି ଟେଷ୍ଟ ନିହାତି ଜରୁରୀ ।

୬- ଥାଲେସେମିୟା ଟେଷ୍ଟ: ଥାଲାସେମିୟା ଏକ ରକ୍ତଜନିତ ରୋଗ ହୋଇଥିବା ବେଳେ ଦମ୍ପତ୍ତି ଏଥିରେ ସଂକ୍ରମିତ ଥିଲେ ପିଲାମାନଙ୍କୁ ମଧ୍ୟ ତାହା ହୋଇପାରେ । ତେଣୁ ପିଲାଙ୍କର ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହାକୁ ଟେଷ୍ଟ କରାଇ ନେବା ନିହାତି ଜରୁରୀ ।

୭- ଏଚଆଇଭି ଟେଷ୍ଟ: ଆଜି ସମୟରେ ଲୋକ ଲଜ୍ଜା ଛାଡ଼ି ପ୍ରତି ଯୁବକ-ଯୁବତୀ ବିବାହ ପୂର୍ବରୁ ସେମାନଙ୍କର ସାଥୀଙ୍କର ଏଚଆଇଭି ଟେଷ୍ଟ କରାଇନେବା ଆବଶ୍ୟକ । ଯଦି ଜଣେ ଏଥିରେ ସଂକ୍ରମିତ ହୋଇଥାଏ, ତେବେ ସେମାନଙ୍କର ସୁନାର ସଂସାର ଅଯଥାରେ ବର୍ବାଦ ହୋଇଯାଇଥାଏ । ତେଣୁ ମ୍ୟାରେଜ ପୂର୍ବରୁ ଏହି ଟେଷ୍ଟ କରିନିଅନ୍ତୁ ।