ଜୟପୁର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୟପୁରରେ ଡିସେମ୍ବର ୯ରୁ ୧୧ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ‘ରାଇଜିଂ ରାଜସ୍ଥାନ’ ଗ୍ଲୋବାଲ ଇନଭେଷ୍ଟମେଣ୍ଟ ସମିଟ୍ ୨୦୨୪ ଉଦ୍ଘାଟନ କରିଛନ୍ତି । ଏହି ସମ୍ମିଳନୀରେ ମୋଦୀ ମୁଖ୍ୟ ଅତିଥି ଭାବେ ସାମିଲ ହୋଇଥିଲେ । ଏହି ତିନି ଦିବସୀୟ ଶିଖର ସମ୍ମିଳନୀରେ ୩୨ଟି ଦେଶ ଅଂଶଗ୍ରହଣ କରିଛନ୍ତି ଯେଉଁଥିରେ ୧୭ଟି ଦେଶ ‘ପାର୍ଟନର ଦେଶ’ ଭାବେ ଅଂଶଗ୍ରହଣ କରିଛନ୍ତି । ଏହି ସମ୍ମିଳନୀରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କ ସମେତ ଦେଶର ପ୍ରମୁଖ ଉଦ୍ୟୋଗପତି କୁମାର ମଙ୍ଗଲମ ବିଡଲା, ଅନିଲ ଅଗ୍ରୱାଲ, ଗୌତମ ଆଦାନୀ, ଆନନ୍ଦ ମହିନ୍ଦ୍ରା, ସଞ୍ଜୀବ ପୁରୀ, ଅଜୟ ଏସ୍ ଶ୍ରୀ ରାମ ପ୍ରମୁଖ ସାମିଲ ଅଛନ୍ତି ।
‘ରାଇଜିଂ ରାଜସ୍ଥାନ’ ଗ୍ଲୋବାଲ ଇନଭେଷ୍ଟମେଣ୍ଟ ସମିଟ୍ ୨୦୨୪ ସମ୍ମିଳନୀରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ‘ଦେଶର ପ୍ରତ୍ୟେକ ନିବେଶକ ଭାରତକୁ ନେଇ ଉତ୍ସାହିତ । ଭାରତ ରିଫର୍ମ, ପର୍ଫମ ଏବଂ ଟ୍ରାନ୍ସଫର୍ମ ମନ୍ତ୍ର ମାଧ୍ୟମରେ ଭାରତ ବିକାଶ ହାସଲ କରିଛି ଯାହାର ପ୍ରତିଫଳନ ପ୍ରତ୍ୟେକ କ୍ଷେତ୍ରରେ ଦେଖାଯାଉଛି ।’ସେ ଆହୁରି ମଧ୍ୟ କହିଛନ୍ତି କି ଏହା ଟେକ୍ନୋଲୋଜି ଏବଂ ତଥ୍ୟର ଶତାବ୍ଦି । ଭାରତ ଡେମୋକ୍ରାସି, ଡେମୋଗ୍ରାଫି ଏବଂ ଡାଟା ମାଧ୍ୟମରେ ପ୍ରକୃତ ଶକ୍ତି ବିଶ୍ୱକୁ ଦେଖାଉଛି । ଡିଜିଟାଲ ଟେକ୍ନୋଲୋଜିର ଗଣତାନ୍ତ୍ରିକରଣ ମାଧ୍ୟମରେ ସମାଜର ସମସ୍ତ କ୍ଷେତ୍ର ଏବଂ ବର୍ଗ କିପରି ଲାଭାନ୍ୱିତ ହୋଇପାରିବେ ଏହା ଭାରତ ଦର୍ଶାଇଛି ।’ ଜୟପୁର ପ୍ରଦର୍ଶନୀ ଏବଂ ସମ୍ମିଳନୀ କେନ୍ଦ୍ର(JECC)ରେ ଏହି ସମ୍ମିଳନୀ ଆୟୋଜିତ କରାଯାଉଛି । କାର୍ଯ୍ୟକ୍ରମରେ ୫ ହଜାରରୁ ଅଧିକ ଗଣମାନ୍ୟ ବ୍ୟକ୍ତି, ବ୍ୟବସାୟ ଜଗତର ବ୍ୟକ୍ତି ବିଶେଷ, ଜାତୀୟ- ଆନ୍ତର୍ଜାତୀୟ ଅନୁଷ୍ଠାନ, ନିବେଶକ, ପ୍ରତିନିଧି ଏବଂ ଅନ୍ୟ ପ୍ରତିଯୋଗୀମାନେ ଅଂଶ ଗ୍ରହଣ କରିଛନ୍ତି । ପୂର୍ବରୁ ଏହି ସମ୍ମିଳନୀ ୩୦ ଲକ୍ଷ କୋଟି ଟଙ୍କା ନିବେଶ ପ୍ରସ୍ତାବକୁ ନେଇ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇସାରିଛି । ୧୭ଟି ‘ପାର୍ଟନର ଦେଶ’ ହେଲେ ଡେନମାର୍କ, ଜାପାନ, ଦକ୍ଷିଣ କୋରିଆ, ସିଙ୍ଗାପୁର, ୱିଜରଲାଣ୍ଡ, ମାଲେସିଆ, ସ୍ପେନ୍, କ୍ୟୁବା, ଭେନେଜୁଏଲା, ମୋରକ୍କୋ, ଆର୍ଜେଣ୍ଟିନା, ବ୍ରାଜିଲ, କୋଷ୍ଟା ରିକା, ନେପାଲ, ଓମାନ୍, ପୋଲାଂଣ୍ଡ ଏବଂ ଥାଇଲାଣ୍ଡ ।
पधारो सा
भारत की विकास यात्रा के नेतृत्वकर्ता, माननीय प्रधानमंत्री श्री @narendramodi जी के राइज़िंग राजस्थान ग्लोबल इन्वेस्टमेंट समिट 2024 में सहभागिता हेतु जयपुर पधारने पर उनका हार्दिक स्वागत एवं अभिनंदन।#आपणो_अग्रणी_राजस्थान #RisingRajasthanWithModi pic.twitter.com/ixnZXS19jN
— Bhajanlal Sharma (@BhajanlalBjp) December 9, 2024