fbpx

ରାଜ୍ୟର ପ୍ରତି ପଞ୍ଚାୟତରେ ରହିବେ ଆକାଉଣ୍ଟାଣ୍ଟ ଡାଟାଏଣ୍ଟ୍ରି ଅପରେଟର

ଭୁବନେଶ୍ୱର: ରାଜ୍ୟର ପ୍ରତି ପଞ୍ଚାୟତରେ ଆକାଉଣ୍ଟାଣ୍ଟ ଡାଟାଏଣ୍ଟ୍ରି ଅପରେଟର ରହିବେ । ମୋଟ ୭୧୪୨ଟି ଡାଟାଏଣ୍ଟ୍ରି ପଦବୀ ସୃଷ୍ଟି ପାଇଁ କ୍ୟାବିନେଟ ମଂଜୁରୀ । ମୋଟ ପଦବୀରୁ ୭୦% OSSC ଦ୍ୱାରା ମନୋନୀତ କରାଯିବ । ବାକି ୩୦% ଗ୍ରାମ ରୋଜଗାର ସେବକଙ୍କୁ ମଧ୍ୟରୁ ମନୋନୟନ ହେବେ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏହି କ୍ୟାବିନେଟ୍ ବୈଠକରେ ୧୨ଟି ପ୍ରସ୍ତାବ ଉପରେ ମୋହର ବାଜିଛି।

ହଜାରେ ଟଙ୍କା ଲେଖାଏଁ ପାଇବେ SHG ସଦସ୍ୟା। ୭୦ଲକ୍ଷ ମହିଳା ପାଇବେ ଏହି ସହାୟତା, ୟୁନିଫର୍ମ ନିମନ୍ତେ ମିଳିବ ସହାୟତା ରାଶି। ସେହିପରି ବୁଣାକରାଙ୍କୁ ଅଧିକ ସହାୟତା ଦେବାକୁ କରାଯାଇଛି ଯୋଜନା। ୨ହଜାରରୁ ୨ ହଜାର ୫୦୦ ଲେଖାଏଁ ସହାୟତା ପଇବେ ବୁଣାକାର । ୪୦ରୁ ୮୦ ବର୍ଷ ବୟସ୍କ ବୁଣାକାର ଓ କାରିଗରଙ୍କୁ ମାସିକ ୨ହଜାର ମିଳିବ। ୮୦ ବର୍ଷରୁ ଉର୍ଦ୍ଧ୍ବ ବୁଣାକାରଙ୍କୁ ୨୫୦୦ ଟଙ୍କା ମିଳିବ। ‘ନୂଆ-ଓ ଛତ୍ର ବୃତ୍ତି’କୁ ମଧ୍ୟ ମିଳିଛି କ୍ୟାବିନେଟ ମଞ୍ଜୁରି।

ସେହିପରି ପୂର୍ବ ବୈଠକରେ ୧୪ଟି ବିଭାଗର ୨୭ଟି ପ୍ରସ୍ତାବକୁ କ୍ୟାବିନେଟ୍ ମୋହର ବାଜିଛି। ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ପାଇଁ ବଡ ଘୋଷଣା କରାଯାଇଛି। ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରତି ପରିବାରକୁ ମିଳିବ ୧ ହଜାର ଟଙ୍କା । ପରିବାର ପିଛା ୧ ହଜାର ଟଙ୍କା ଓ ୨ଟି ଝୋଟ ବ୍ୟାଗ୍‌ ମିଳିବ । ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ କରିବାକୁ ମିଳିବ ଏହି ଟଙ୍କା ଓ ବ୍ୟାଗ୍‌ । ରାଜ୍ୟର ୯୫ ଲକ୍ଷ ୯୦ ହଜାର ହିତାଧିକାରୀ ଉପକୃତ ହେବେ । ଯୋଜନାରେ ରାଜ୍ୟ ସରକାର ୯୫୯.୫ କୋଟି ଖର୍ଚ୍ଚ କରିବେ।

Get real time updates directly on you device, subscribe now.