ସବୁ ବିଜେଡି ନେତା ବିଜେପିରେ ମିଶିବାକୁ ଚାହୁଁଛନ୍ତି: ମନ୍ତ୍ରୀ ସଂପଦ ସ୍ୱାଇଁ
‘ବିଜେଡିର ସମସ୍ତେ ବିଜେପିରେ ମିଶିବାକୁ ଚାହୁଁଛନ୍ତି’: ମନ୍ତ୍ରୀ ସଂପଦ ସ୍ୱାଇଁ
ଭୁବନେଶ୍ୱର: ବର୍ତ୍ତମାନ ମନ୍ତ୍ରୀ ସଂପଦ ସ୍ୱାଇଁଙ୍କ ବିଜେଡିକୁ ନେଇ ଏକ ବିବୃତ୍ତି ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ, ବିଜେଡିର ଶୀର୍ଷରୁ ତଳ ଯାଏଁ ସମସ୍ତେ ବିଜେପିରେ ମିଶିବାକୁ ଚାହୁଁଛନ୍ତି। କିନ୍ତୁ ଆମ ଦଳ କାହାକୁ ଗ୍ରହଣ କରିବ, ନ କରିବ, ତାହା ବରିଷ୍ଠ ନେତୃବୃନ୍ଦ ନିଷ୍ପତ୍ତ ନେବେ ବୋଲି ମନ୍ତ୍ରୀ ସଂପଦ ସ୍ୱାଇଁ କହିଛନ୍ତି।
ସେ ବିଜେଡିକୁ ଟାର୍ଗେଟ କରି କହିଛନ୍ତି ଯେ, ଅଳ୍ପ ଦିନ ମଧ୍ୟରେ ବିଜେଡି ବିଲୁପ୍ତ ହୋଇଯିବ। ସବୁ ବିଜେଡି ନେତା ବିଜେପିରେ ମିଶିଯିବେ। ବିରୋଧୀ ଦଳରେ ରହିବାକୁ ବିଜେଡି ନେତାମାନଙ୍କୁ ଭଲ ଲାଗୁନି ବୋଲି ମନ୍ତ୍ରୀ ସଂପଦ ସ୍ୱାଇଁ କହିଛନ୍ତି।