fbpx

ଶସ୍ତା ଓ ମହଙ୍ଗା ଉପରେ ରହିଛି ସମସ୍ତଙ୍କ ନଜର, ବଜେଟ୍ ପରେ କେଉଁ ଜିନିଷରେ ମିଳିପାରେ ରିଲିଫ୍?

Advertisement

ନୂଆଦିଲ୍ଲୀ: ଆଉ କିଛି ଘଣ୍ଟା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ସାଧାରଣ ବଜେଟ୍ ୨୦୨୨-୨୩ ଉପସ୍ଥାପନ କରିବେ । ବଜେଟ୍ ଭାଷଣ ପରେ ସବୁଥର ପରି ଅନେକ ଜିନିଷ ଶସ୍ତା ହେବ ଓ ଅନେକ ଜିନିଷ ମହଙ୍ଗା ହେବ । କରୋନା ମହାମାରୀ ମଧ୍ୟରେ ସରକାର ଅର୍ଥନୀତିକୁ ମଜଭୁତ କରିବାକୁ ସରକାର ଚେଷ୍ଟା କରିବେ । ତେବେ ଆସନ୍ତୁ ଜାଣିବା ଏହି ବଜେଟ୍ ପରେ କେଉଁ ଜିନିଷ ମହଙ୍ଗା ହେବ ଓ କେଉଁଟି ଶସ୍ତା ହେବ …

ପେଟ୍ରୋଲ ଏବଂ ଡିଜେଲ ଉପରେ ଛାଡ୍
ପେଟ୍ରୋଲ ଓ ଡିଜେଲର ବଢ଼ୁଥିବା ମୂଲ୍ୟ ମଧ୍ୟରେ ତୈଳ ବୃଦ୍ଧି ଉପରେ ନିଶ୍ଚିତ କୌଣସି ଘୋଷଣା ହେବାର ଆଶଙ୍କା ରହିଛି । ସରକାର ଏକ୍ସାଇଜ୍ ଡ୍ୟୁଟି ହ୍ରାସ୍ କରି ଲୋକଙ୍କୁ ଆରାମ ଦେବାର ଅନେକ ଆଶା କରୁଛନ୍ତି । ଏହ ବ୍ୟତୀତ ସରକାରଙ୍କ ପକ୍ଷରୁ ନୂଆ ସେସ୍ ଲାଗୁ କରି ଏହାର ମୂଲ୍ୟ ବଢ଼ାଇ ଦିଆଯାଇପାରେ ବୋଲି ସମ୍ଭାବନା ରହିଛି ।

ସ୍ୱାସ୍ଥ୍ୟ ବୀମା ହୋଇପାରେ ଶସ୍ତା
ସ୍ୱାସ୍ଥ୍ୟ କମ୍ପାନୀ ଉପରେ ଜିଏସ୍ଟି ହ୍ରାସ କରାଯାଉ ବୋଲି ବୀମା କମ୍ପାନୀଗୁଡ଼ିକ ଦୀର୍ଘ ସମୟ ଧରି ଦାବି କରି ଆସୁଛନ୍ତି । ଏକ ସର୍ବେରୁ ଜଣାପଡିଛି ଯେ, ମହଙ୍ଗା ପ୍ରିମିୟମ କାରଣରୁ ଅନେକ ଲୋକ ସ୍ୱାସ୍ଥ୍ୟ ବୀମା ନେଇପାରୁ ନାହାନ୍ତି । ଏପରି ପରିସ୍ଥିତିରେ ଯଦି ସ୍ୱାସ୍ଥ୍ୟ ବୀମା ଉପରେ ଜିଏସ୍ଟି ୧୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ ହୁଏ, ତେବେ ଏହା ଶସ୍ତା ହୋଇଯିବ ।

ଏଲପିଜି ସିଲିଣ୍ଡର ଉପରେ ସରକାରଙ୍କ ଛାଡ଼୍
ବଜେଟରେ ମହଙ୍ଗା ଏଲପିଜି ଗ୍ୟାସ ସିଲିଣ୍ଡରରୁ ମୁକ୍ତି ପାଇଁ ସରକାରଙ୍କ ଆକ୍ସନ ଉପରେ ସମସ୍ତଙ୍କ ନଜର ରହିବ । କରୋନା ମହାମାରୀ ପରେ ଏଲପିଜି ସିଲିଣ୍ଡର ଉପରେ ସବସିଡି ବହୁତ ହ୍ରାସ ପାଇଛି । ଏଭଳି ପରିସ୍ଥିତିରେ ସିଲିଣ୍ଡରର ମୂଲ୍ୟ ପ୍ରାୟ ୧୦୦୦ ଟଙ୍କାକୁ ବୃଦ୍ଧି ପାଇଛି ।

୨୦୨୧ ରେ କ’ଣ ହୋଇଥିଲା ଶସ୍ତା-ମହଙ୍ଗା
୨୦୨୧ ର ବଜେଟରେ ଅର୍ଥମନ୍ତ୍ରୀ ପ୍ରତ୍ୟକ୍ଷ ଟିକସଦାତାଙ୍କୁ କୌଣସି ଛାଡ଼୍ ଦେଇନଥିଲେ । ସରକାରଙ୍କ ତରଫରୁ ମଦ, କାବୁଲ ଚନା, ମଟର, ମସୁର ଡାଲି ସମେତ ଅନେକ ଉତ୍ପାଦ ଉପରେ କୃଷି ଭିତ୍ତିଭୂମି ସେସ୍ ଲାଗୁ କରିବାକୁ ଘୋଷଣା କରାଯାଇଥିଲା । ଅନେକ ପ୍ରକାରର କଞ୍ଚାମାଲ ଉପରେ କଷ୍ଟମ ଡ୍ୟୁଟି ବୃଦ୍ଧି କରାଯାଇଥିଲା ଏବଂ କିଛି ଇସ୍ପାତ ଦ୍ରବ୍ୟ ଉପରେ ଡ୍ୟୁଟି ହଟାଇ ଦିଆଯାଇଥିଲା । କପର ସ୍କ୍ରାପ୍ ଉପରେ ଡ୍ୟୁଟି ୫% ରୁ ୨.୫% କୁ ହ୍ରାସ ପାଇଥିଲା । ମୋବାଇଲର କିଛି ପାର୍ଟ ଉପରେ ୨.୫% ଡ୍ୟୁଟି ଲାଗୁ କରାଯାଇଥିଲା ।

କଟନ୍, ସିଲ୍କ, ପ୍ଲାଷ୍ଟିକ, ଲେଦର୍, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ, ଅଟୋ ପାର୍ଟସ୍, ସୋଲାର ପ୍ରଡକ୍ସ, ମୋବାଇଲ୍, ଚାର୍ଜର, ଆମଦାନୀ ହୋଇଥିବା ପୋଷାକ, ରତ୍ନ, ଏଲଇଡି ବଲ୍ୱ, ଫ୍ରିଜ୍ / ଏସି ଏବଂ ମଦ ବଜେଟରେ ମହଙ୍ଗା ହୋଇଥିଲା । ନାଇଲନ୍ ପୋଷାକ, ଲୁହା, ଇସ୍ପାତ, ତମ୍ବା ଜିନିଷ, ସୁନା, ରୂପା ଓ ପଲିଥିନ୍ ଭଳି ଜିନିଷ ଶସ୍ତା ହୋଇଥିଲା ।

Get real time updates directly on you device, subscribe now.