fbpx

ଡାଇବେଟିସ ରୋଗୀ ଇନ୍‌ସୁଲିନ୍‌ ନେଉଥିଲେ ସାବଧାନ ! ଏହି ଦିଗ ପ୍ରତି ଦିଅନ୍ତୁ ଧ୍ୟାନ

ଇନସୁଲିନ୍ ହରମୋନ ଆମ ଶରୀରରୁ କମ୍ କ୍ଷରଣ ହେଲେ ଡାଏବେଟିସ୍ ରୋଗ ହୁଏ। ତେଣୁ ଡାଏବେଟିସରୁ ରକ୍ଷା ପାଇବା ପାଇଁ ଇନସୁଲିନ୍ ହରମୋନକୁ ଔଷଧ ଭାବେ ନେବାକୁ ପଡ଼ିଥାଏ। ଯଦି ଆପଣ ଇନ୍‌ସୁଲିନ୍‌ ନେଉଛନ୍ତି ତେବେ ନିମ୍ନୋକ୍ତ ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ…

-ଇନ୍‌ସୁଲିନ୍‌ ଦୁଇ ପ୍ରକାରର। ସେଗୁଡ଼ିକ ହେଲା ବାସାଲ ଏବଂ ବୋଲସ। ସାଧାରଣତଃ ଲୋକେ ଏ ବିଷୟରେ ବିଶେଷ ଜାଣି ନ ଥାନ୍ତି। ରୋଗୀଙ୍କ ସ୍ଥିତିକୁ ଦେଖି ଡାକ୍ତର ଏହି ଦୁଇଟି ମଧ୍ୟରୁ ଗୋଟିଏ ନଚେତ ଦୁଇଟିଯାକ ନେବାକୁ ପରାମର୍ଶ ଦେଇଥାନ୍ତି।

-କାହାକୁ କେତେବେଳେ ବ୍ୟବହାର କରାଯାଏ: ବାସାଲ ଇନ୍‌ସୁଲିନ ଖାଇବା ପରେ ଅଥବା ମଝିରେ ଦିଆଯାଏ। ସେହିଭଳି ବୋଲସ ରୋଗୀ ଶରୀରରେ ଶର୍କରା ଭାଗ ଅଧିକ ହେଲେ ଦିଆଯାଇଥାଏ।

-ସର୍ବଦା ବାସାଲ ଇନ୍‌ସୁଲିନ୍‌ ସର୍ବଦା ବ୍ୟବହାର ହୋଇଥାଏ। ଏଥିସହ ଇନ୍‌ସୁଲିନ୍‌ର ମାତ୍ରାକୁ ନଜର ରଖାଯାଏ। ଡାକ୍ତରଙ୍କ ପରାମର୍ଶ ବିନା ଏହାର କମ୍‌ କିମ୍ବା ବେଶୀ ମାତ୍ର ନେବା ଉଚିତ ନୁହେଁ।

-ସମୟ ସହ ବୋଲସର ମାତ୍ରା ବଦଳିଥାଏ। ରୋଗୀଙ୍କ ଶାରୀରିକ ସ୍ଥିତିକୁ ଦେଖି ଏହାର ମାତ୍ରା ବଢ଼ାଯାଏ ନଚେତ କମାଯାଏ। ରୋଗୀଙ୍କ ଜୀବନଶୈଳୀ, ଓଜନ, ଚିକିତ୍ସାନୁଯାୟୀ ଶରୀରକୁ କେତେମାତ୍ରାରେ ଡୋଜ୍‌ ଦିଆଯିବ ତାହା ନିଶ୍ଚିତ କରାଯାଏ। ଏଥିସହ ଡାଏଟ୍‌ରେ ପରିବର୍ତ୍ତନ ଏବଂ ଶର୍କରା କମ୍‌ ଥିବା ଖାଇବା ଖାଇ ଇନ୍‌ସୁଲିନ୍‌ ସ୍ତର କମ୍‌ କରାଯାଏ।

Get real time updates directly on you device, subscribe now.