fbpx

ପିଲାଙ୍କ ଉପରେ ଖରାପ ନଜର ପଡ଼ିଥିଲେ କ’ଣ କରିବେ? ପ୍ରତିକାର ଜାଣନ୍ତୁ…

Advertisement

ଓଡିଶା ଭାସ୍କର: ଦୁନିଆର ସବୁ ବାପାମାଆ ଚାହାନ୍ତି ଯେ, ସେମାନଙ୍କ ପିଲା ସବୁବେଳେ ସୁସ୍ଥ ସବଳ ରହୁ। ଏଥିପାଇଁ ସେମାନେ ନିଜ ପେଟକୁ ବି ନଖାଇ ତାଙ୍କ ପିଲାମାନଙ୍କୁ ଖାଦ୍ୟ ଖୁଆନ୍ତି। ଆଉ ମା’ ମାନଙ୍କ କଥା ଯେତେ ବି ବର୍ଣ୍ଣନା କଲେ ତାହା କମି ପଡ଼ିଯିବ। କାରଣ ଜଣେ ମା’ ତାର ଛାତି ଚିରି ନିଜ ପିଲାକୁ ଅମୃତ ଖୁଆଇଥାଏ। ପିଲାର ଭଲ ସ୍ୱାସ୍ଥ୍ୟ ପାଇଁ କେତେବେଳେ କେଉଁ ପ୍ରକାରର ଖାଦ୍ୟ ଦେବାକୁ ପଡେ ତାହା ମାଆ ମାନଙ୍କୁ ଭଲ ଭାବେ ଜଣା। କିନ୍ତୁ ଏସବୁ କରିବା ପରେ ଜଣେ ଜଣେ ପିଲାଙ୍କ ସ୍ୱାସ୍ଥ୍ୟ ଭଲ ହୋଇନଥାଏ। ଯେତେ ଖୁଆଇ ପିଅଇଲେ ବି ସେମାନଙ୍କ ଚେହେରା ଲାଗେ ନାହିଁ। ମାତ୍ର ଏପରି କାହିଁକି ହୋଇଥାଏ? ବିଜ୍ଞାନକୁ ବାଦ ଦେଇ ଯଦି ଆମେ ଜ୍ୟୋତିଷ ଶାସ୍ତ୍ର କଥାକୁ ଦେଖିବା ତାହେଲେ ପିଲାଙ୍କ ଉପରେ ଖରାପ ନଜର ପଡିବା ଦ୍ୱାରା ଏପରି ହୋଇଥାଏ ବୋଲି କୁହାଯାଏ। ଯେଉଁ କାରଣରୁ ଆପଣ ଅନେକ ସମୟରେ ଏହାକୁ ନେଇ ଚିନ୍ତିତ ମଧ୍ୟ ଥାଆନ୍ତି।
ତେବେ ପିଲା ଉପରେ ପଡିଥିବା ଏହି ଖରାପ ନଜରକୁ ଏଡ଼ାଇବା ପାଇଁ ପ୍ରତିକାର କେମିତି କରିବେ? 
ମନେ ରଖନ୍ତୁ, ପିଲା ଯଦି ସୁସ୍ଥ ସବଳ ହୋଇଥାଏ କାହାର ନା କାହାର ଖରାପ ନଜର ତା’ ଉପରେ ପଡ଼ିଥାଏ। ପିଲାଟି କାନ୍ଦୁଥିଲେ କିମ୍ବା କ୍ଷୀର ପିଉ ନ ଥିଲେ ତୁରନ୍ତ କ୍ଷୀରକୁ ତା’ ଦେହରେ ୩ ଥର ଢାଳି ସେହି କ୍ଷୀରକୁ ନେଇ କୁକୁରକୁ ପିଇବାକୁ ଦିଅନ୍ତୁ। ନଜର ଚାଲିଯିବ।

Get real time updates directly on you device, subscribe now.