fbpx

NEET କାଉନସେଲିଂ; ସୁପ୍ରିମକୋର୍ଟ ଦେଲେ ବଡ଼ ରାୟ

ନୂଆଦିଲ୍ଲୀ: ନିଟ୍ କାଉନସେଲିଂ ନେଇ ସୁପ୍ରିମକୋର୍ଟ ବଡ଼ ରାୟ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ପକ୍ଷରୁ ନିଟ୍-ପିଜି କାଉନସେଲିଂକୁ ଗ୍ରୀନ୍ ସିଗନାଲ୍ ଦିଆଯାଇଛି । ନିଟ୍-ପିଜି ଓ ୟୁଜି ନାମଲେଖା ନେଇ ନିଷ୍ପତ୍ତି ଶୁଣାଇଛନ୍ତି । ପୂର୍ବରୁ ଥିବା ଇଡବ୍ଲୁଏସ୍/ଓବିସି ସଂରକ୍ଷଣ ଚାଲୁ ରହିବ ବୋଲି ସ୍ପଷ୍ଟ କରିଛନ୍ତି । ଓବିସି ପାଇଁ ୨୭ ପ୍ରତିଶତ ସଂରକ୍ଷଣକୁ ଅଦାଲତ ପକ୍ଷରୁ ସ୍ୱୀକୃତି ଦିଆଯାଇଛି । EWCଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ଲାଗୁ ହେବ । ସର୍ବଭାରତୀୟ କୋଟାରୁ ଇଡବ୍ଲୁଏସ୍/ଓବିସି ବର୍ଗ ସଂରକ୍ଷଣ ପାଇବେ । ସେହିପରି ଭବିଷ୍ୟତରେ ସଂରକ୍ଷଣ ଜାରି ରହିବ କି ନାହିଁ ସେନେଇ ସୁପ୍ରିମକୋର୍ଟ ନିଷ୍ପତି ନେବେ । ଏନେଇ ଆସନ୍ତା ଶୁଣାଣି ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ କରାଯିବ । ଜଷ୍ଟିସ୍ ଡି ୱାଇ ଚନ୍ଦ୍ରଚୂଡ ଓ ଏଏସ୍ ବୋପାନ୍ନାଙ୍କ ପୀଠ ଏହି ନିଷ୍ପତି ଶୁଣାଇଛନ୍ତି ।

Get real time updates directly on you device, subscribe now.