fbpx

ବଡ ଖବର, ଜାରି ରହିବ EWS ସଂରକ୍ଷଣ: କୋଟା ସମ୍ବିଧାନ ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ: ଦେଶରେ ଶିକ୍ଷା ଏବଂ ସରକାରୀ ଚାକିରିରେ ଅର୍ଥନୈତିକ ଦୁର୍ବଳ ବିଭାଗ(EWS) ପାଇଁ ୧୦% ସଂରକ୍ଷଣ ଜାରି ରହିବ । ୧୦୩ତମ ସାମ୍ବିଧାନିକ ସଂଶୋଧନର ବୈଧତାକୁ ସମର୍ଥନ କରିବା ସହ ସମ୍ବିଧାନ ପୀଠର ନିଷ୍ପତ୍ତି ବିରୋଧରେ ରୁଜୁ ହୋଇଥିବା ମାମଲାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଭାରତର ମୁଖ୍ୟ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ଦିନେଶ ମାହେଶ୍ୱରୀ, ଜଷ୍ଟିସ ଏସ ରବିନ୍ଦ୍ର ଭଟ୍ଟ, ଜଷ୍ଟିସ ବେଳଲା ଏମ. ତ୍ରିବେଦୀ ଏବଂ ଜେବି ପାଦରୀବାଳାଙ୍କୁ ନେଇ ଗଠିତ ୫ ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି ।

ଗତ ନଭେମ୍ବରରେ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ବର୍ଗର ଲୋକମାନଙ୍କ ପାଇଁ ଚାକିରି ଏବଂ ଶିକ୍ଷା କ୍ଷେତ୍ରରେ ୧୦% ସଂରକ୍ଷଣର ସାମ୍ବିଧାନିକ ବୈଧତାକୁ ଜାରି ରକିବା ପାଇଁ ଅନୁମତି ଦେଇଥିଲେ । ଭାରତର ତତ୍କାଳୀନ ପ୍ରଧାନ ବିଚାରପତି ଉଦୟ ଉମେଶ ଲଳିତଙ୍କ ନେତୃତ୍ୱରେ ସର୍ବୋଚ୍ଚ ନ୍ୟାୟାଳୟର ଏକ ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚ ବହୁମତ ସହ ଏହି ରାୟ ଦେଇଛନ୍ତି । ଏହା ସମ୍ବିଧାନର ମୌଳିକ ଗଠନକୁ ଉଲ୍ଲଙ୍ଘନ କରୁନାହିଁ ବୋଲି କୁହାଯାଇଛି । ତେବେ ଜଷ୍ଟିସ ଲଳିତ ବର୍ତ୍ତମାନ ଅବସର ନେଇ ସାରିଛନ୍ତି । ତେଣୁ ତାଙ୍କ ସ୍ଥାନରେ ବର୍ତ୍ତମାନ ନୂତନ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ ସମୀକ୍ଷା ପୀଠର ନେତୃତ୍ୱ ନେଉଛନ୍ତି ।

ଶିକ୍ଷାନୁଷ୍ଠାନ ଏବଂ ସରକାରୀ ଚାକିରିରେ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ଶ୍ରେଣୀର ଲୋକମାନଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ଦିଆଯିବ ବୋଲି ସେ ମଧ୍ୟ ରାୟ ଶୁଣାଇଛନ୍ତି । ବହୁମତ ନିର୍ଣ୍ଣୟ (୩-୨) ଅନୁସାରେ ଏହି ସମ୍ବିଧାନକୁ ସମର୍ତନ ଜଣାଇଛନ୍ତି ଜଷ୍ଟିସ ଚନ୍ଦ୍ରଚୂଡ । ତେବେ ଏହି ସଂରକ୍ଷଣ ଭେଦଭାବପୂର୍ଣ୍ଣ ନୁହେଁ, ଏବଂ ଏହା ସମ୍ବିଧାନର ମୌଳିକ ଗଠନକୁ ଉଲ୍ଲଙ୍ଘନ କରୁନାହିଁ ବୋଲି ନ୍ୟାୟାଳୟ କହିଛନ୍ତି ।

Get real time updates directly on you device, subscribe now.