fbpx

EWS ଛାତ୍ରଛାତ୍ରୀ ଦ୍ୱାଦଶ ପର୍ଯ୍ୟନ୍ତ ମାଗଣା ଶିକ୍ଷା ପାଇବାକୁ ହକଦାର: ଘରୋଇ ସ୍କୁଲମାନଙ୍କୁ ଝଟକା ଦେଲେ ହାଇକୋର୍ଟ

ନୂଆଦିଲ୍ଲୀ: ଘରୋଇ ସ୍କୁଲମାନଙ୍କରେ ପାଠ ପଢ଼ୁଥିବା ଆର୍ଥିକ ଦୁର୍ବଳ ଶ୍ରେଣୀ (ଇଡବ୍ଲ୍ୟୁଏସ) ଛାତ୍ରଛାତ୍ରୀଙ୍କୁ ନେଇ ଦିଲ୍ଲୀ ହାଇକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି । ଇଡବ୍ଲ୍ୟୁଏସ ବର୍ଗର ଛାତ୍ରଛାତ୍ରୀମାନେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ମାଗଣାରେ ଶିକ୍ଷା ପାଇବାକୁ ହକଦାର ଅଟନ୍ତି । ଏହି ମାମଲାରେ ୧୨ରୁ ଅଧିକ ଅଭିଭାବକ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ତାଙ୍କର ରାୟରେ ୩୫ ଜଣ ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତି ଦେଇଛନ୍ତି । ଘରୋଇ ସ୍କୁଲରେ ଛାତ୍ରଛାତ୍ରୀଙ୍କ ପାଠପଢ଼ାକୁ ପ୍ରଭାବିତ ନକରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଦିଲ୍ଲୀ ହାଇକୋର୍ଟଙ୍କ ଏହି ରାୟ ପରେ ଏବେ ପ୍ରାଇଭେଟ ସ୍କୁଲମାନଙ୍କୁ ଲାଗିଛି ଏକ ବଡ଼ ଝଟକା । ଏଥିସହିତ ଇଡବ୍ଲ୍ୟୁଏସ କୋଟାରେ ନର୍ସରେ ଆଡମିସନ କରୁଥିବା ଛାତ୍ରଛାତ୍ରୀମାନେ ଯୁକ୍ତଦୁଇ ଶ୍ରେଣୀ ପର୍ଯ୍ୟନ୍ତ ମାଗଣା ଶିକ୍ଷା ପାଇବାକୁ ହକଦାର ବୋଲି କୋର୍ଟ କହିଛନ୍ତି । ପ୍ରକୃତ କଥା ହେଉଛି, ୨୦୨୪-୨୫ ଶିକ୍ଷାବର୍ଷରେ ଅନେକ ଘରୋଇ ସ୍କୁଲ ନିଜର ସ୍କୁଲରେ ଇଡବ୍ଲ୍ୟୁଏସ କୋଟାରେ ୮ମ ଶ୍ରେଣୀ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ନାମ କାଟି ଦେଇଥିଲେ । ଇଡବ୍ଲ୍ୟୁଏସ କୋଟାରେ ନର୍ସରୀରୁ ଆଗକୁ ପାଠପଢ଼ା ଜାରି ରଖିବାକୁ ହେଲେ ପିଲାଙ୍କୁ ପୂରା ଫିସ୍ ଜମା କରିବାକୁ ପଡ଼ିବ ବୋଲି ସ୍କୁଲ ପକ୍ଷରୁ କୁହାଯାଇଥିଲା । ଏନେଇ ୪୨ରୁ ଅଧିକ ଛାତ୍ରଛାତ୍ରୀଙ୍କ ଅଭିଭାବକ ଶିକ୍ଷା ଅଧିକାର ଅଧିନିୟମ (ଆରଟିଇ) ୧୯୭୩ ଅଧିନରେ ଦିଲ୍ଲୀ ହାଇକୋର୍ଟରେ ଯାଚିକା ଦାୟର କରିଥିଲେ । ଏହି ଆଦେଶର ଶୁଣାଣି କରି କୋର୍ଟ ଶୁଣାଣି କରିଛନ୍ତି ।

Get real time updates directly on you device, subscribe now.