ପିକଅପ୍ ଭ୍ୟାନରେ ପ୍ରେମିକାକୁ Gang Rape କଲା ପ୍ରେମିକ, ନେଲା ସମ୍ପର୍କ ତୁଟାଇବାର ପ୍ରତିଶୋଧ

ପ୍ରେମିକ ଲୁଟିଲା ପ୍ରେମିକାର ଇଜ୍ଜତ । ପ୍ରେମ ମିଳିଲାନି ବୋଲି କଲା ଏମିତି ।

ପୁଣେ: ମହାରାଷ୍ଟ୍ର ଭିମ୍ବଡ଼ିରେ ଜଣେ ଯୁବତୀଙ୍କୁ ବଳାକ୍ରାର କରେଇଛି ତା’ ପୂର୍ବତନ ପ୍ରେମିକ । ପାଖାପାଖି ୬ ଜଣ ଏ କାଣ୍ଡରେ ଲିପ୍ତ ଥିବା କହିଛି ପୋଲିସ । ପୀଡ଼ିତାଙ୍କ ପୂର୍ବତନ ପ୍ରେମିକ ଅନ୍ୟ ୫ ଜଣ ସାଙ୍ଗଙ୍କ ସହ ମିଶି ଏପରି କରିଥିବା ଜଣାପଡ଼ିଛି ।

ପୀଡ଼ିତା ସ୍ଥାନୀୟ ପୋଲିସ ଷ୍ଟେଶନରେ ଅପହରଣ ଓ ଗଣଦୁଷ୍କର୍ମ ଅଭିଯୋଗ କରିଛନ୍ତି । ଅଭିଯୁକ୍ତଙ୍କ ଭିତରୁ ୪ ଜଣ ପୀଡ଼ିତାଙ୍କ ରେପ୍ କରିଥିବାବେଳେ ବାକି ୨ ଜଣ ଏ କାଣ୍ଡର ମାଷ୍ଟର ମାଇଣ୍ଡ ଥିବା ଜଣାପଡ଼ିଛି ।

କଲା ଯୋଜନା : ଅଭିଯୁକ୍ତମାନେ ପ୍ରଥମେ ପୀଡ଼ିତାଙ୍କ ଭାଇକୁ କିଡନାପ କରିଥିଲେ । ଏହାପରେ ନାଟକ କରି ଭାଇ ଫୋନରୁ ଭଉଣୀକୁ ପାଖ ନିଛାଟିଆ ଜାଗାକୁ ଡାକିଲେ । ଭାଇର ଦେହ ଖରାପ ଶୁଣିବା ପରେ ଏକ ଅଟୋରେ ପୀଡ଼ିତା ସେଠାରେ ପହଞ୍ଚିଥିଲେ ।

ଭାଇକୁ ମାଡ଼ଦେଲା: ଅଭିଯୁକ୍ତମାନେ ଡ୍ରାଇଭର ଓ ପୀଡ଼ିତାଙ୍କ ଭାଇକୁ ମାଡ ମାରି ଦରମରା କରିବା ପରେ ଘଟଣାସ୍ଥଳରୁ ପୀଡ଼ିତାଙ୍କୁ ନେଇଯାଇଥିଲେ । ନିକଟସ୍ଥ ଏକ ସ୍କୁଲ ପଛପଟ ବୁଦାରେ ପ୍ରଥମେ ପୀଡ଼ିତାଙ୍କୁ ବଳାକ୍ରାର କରିଥିଲେ । ଏହାପରେ ପିକଅପ ଭ୍ୟାନରେ ଆଉ ଏକ ସ୍ଥାନକୁ ପୀଡ଼ିତାଙ୍କୁ ନେଇ ଗାଡ଼ିରେ ହିଁ ତାଙ୍କୁ ୪ ଜଣ ବଳାକ୍ରାର କରିଥିବା ପୋଲିସ କହିଛି ।

ଅଭିଯୋଗ ପରେ ସ୍ଥାନୀୟ ପୋଲିସ ମାତ୍ର ଜଣଙ୍କୁ ଗିରଫ କରିଛି । ବାକି ଅଭିଯୁକ୍ତ ଫେରାର୍ ଥିବାବେଳେ ସେମାନଙ୍କୁ ଧରିବାରେ ପ୍ରୟାସ ଚଳାଇଛି ପୋଲିସ ଟିମ୍ ।