fbpx

ରାଜସ୍ଥାନ: ପୂର୍ବତନ କଂଗ୍ରେସ ବିଧାୟକ ସସପେଣ୍ଡ: ଅଶ୍ଲୀଳ ଭିଡିଓ ଭାଇରାଲ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ

Advertisement

ନୂଆଦିଲ୍ଲୀ: ଆଗକୁ ଆସୁଛି ୨୦୨୪ ଲୋକସଭା ନିର୍ବାଚନ । ଏହାକୁ ନେଇ ପ୍ରତ୍ୟେକ ରାଜନୈତିକ ଦଳମାନେ ଏବେଠାରୁ ପ୍ରସ୍ତୁତି ପ୍ରକିୟା ଆରମ୍ଭ କରିଦେଲେଣି । ଏନେଇ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ଓ ବିରୋଧୀ ମହାମେଣ୍ଟ ଭାରତୀୟ ଜାତୀୟ ବିକାଶମୂଳକ ଅନ୍ତର୍ଭୁକ୍ତ ସହଯୋଗୀ (ଇଣ୍ଡିଆ) ପକ୍ଷରୁ ରଣନୀତି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ତେବେ ଏହା ମଧ୍ୟରେ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର ।

ସୂଚନା ମୁତାବକ, ଜଣେ ପୂର୍ବତନ ବିଧାୟକଙ୍କୁ କଂଗ୍ରେସରୁ ସସପେଣ୍ଡ କରାଯାଇଛି । ଅଶ୍ଲୀଳ ଭିଡିଓ ମାମଲାକୁ ନେଇ ରାଜସ୍ଥାନର ଏହି କଂଗ୍ରେସ ନେତାଙ୍କ ବିରୋଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏକ ଅଶ୍ଲୀଳ ଭିଡିଓ ଭାଇରାଲ ମାମଲାକୁ ନେଇ ବାରମର ଆସନରୁ ପୂର୍ବରୁ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ମେୱାରାମ ଜୈନଙ୍କ ବିରୋଧରେ ଏହି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ନିକଟରେ କିଛି ଅଶ୍ଲୀଳ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ବେଳେ ତା’ ପଛରେ ପୂର୍ବତନ ବିଧାୟକ ଶ୍ରୀ ଜୈନଙ୍କର ସମ୍ପୃକ୍ତି ନେଇ ଅଭିଯୋଗ ଆସିଥିଲା ।

ଜଣେ ମହିଳା ପୂର୍ବତ ବିଧାୟକଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ଗତ ୨୦୨୧ ଓ ୨୦୨୨ ମସିହାରେ ଅଭିଯୁକ୍ତମାନେ ତାଙ୍କ ସହ ବଳପୂର୍ବକ ଅନେକ ଥର ଦୁଷ୍କର୍ମ କରିଥିବା ନେଇ ମହିଳା ଜଣଙ୍କ ଅଭିଯୋଗ କରିଥିଲେ । ଏଥିସହିତ ତାଙ୍କ ଝିଅଙ୍କ ସହିତ ମଧ୍ୟ ଖରାପ ବ୍ୟବହାର କରାଯାଇଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି । ଏନେଇ ମହିଳା ଜଣଙ୍କ ଯୋଧପୁରର ରାଜୀବ ନଗର ଥାନାରେ ଶ୍ରୀ ଜୈନଙ୍କ ସମେତ ୮ ଜଣଙ୍କ ବିରୋଧରେ ମାମଲା ଦାୟର କରିବା ସହିତ ପ୍ରମାଣ ଭାବେ କିଛି ଭିଡିଓ ଏବଂ ଅଶ୍ଲୀଳ ଫଟୋ ମଧ୍ୟ ଦାଖଲ କରିଥିଲେ । ପୋଲି ଏହି ମାମଲାର ଯାଞ୍ଚ କରୁଥିବା ଜଣାପଡ଼ିଛି । ଶ୍ରୀ ଜୈନ କଂଗ୍ରେସର ଜଣେ ବରିଷ୍ଠ ନେତା ହୋଇଥିବା ବେଳେ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତଙ୍କର ଅତିନ୍ତ ବିଶ୍ୱସ୍ତ ବୋଲି କୁହାଯାଉଛି ।

Get real time updates directly on you device, subscribe now.