ବିବାହ ବନ୍ଧନରେ ବାନ୍ଧିହେଲେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ସାମ୍ବାଦିକାଙ୍କୁ କଲେ ଘରଣୀ
ଗୋଆରେ ବାନ୍ଧବୀ ସୁଶ୍ରୀ ସଙ୍ଗୀତାଙ୍କର ହାତ ଧରିଲେ ପ୍ରଦୀପ ମାଝୀ ।
ଭୁବନେଶ୍ବର: ଚାଲିଛି ରାଜନେତାଙ୍କ ବାହାଘର ଋତୁ । ତେବେ ଗତକାଲି ବିବାହ କରିଛନ୍ତି ନବରଙ୍ଗପୁରର ପୂର୍ବତନ ସାଂସଦ ତଥା ବିଜେଡି ନେତା ପ୍ରଦୀପ ମାଝୀ ।
ପ୍ରଦୀପ ଗୋଆରେ ଡେଷ୍ଟିନେସନ ଓେଡିଂ କରି ସାମ୍ବାଦିକା ସୁଶ୍ରୀ ସଙ୍ଗୀତା ସାହୁକୁ ସାତଜନ୍ମର ସାଥି କରିଛନ୍ତି । ଗୋଆରେ କେଡ଼ିନି ହାଉସ ରିସର୍ଟରେ ତାଙ୍କର ହାତଗଣ୍ଠି ପଡ଼ିଛି ।
ତେବେ ମଙ୍ଗଳବାର ତାଙ୍କର ହଳଦୀ ମେହେନ୍ଦୀ ହୋଇଥିଲେ । ଏଥିରେ ବହୁତ ଖୁସି ନଜର ଆସିଥିଲେ ପ୍ରଦୀପ । ସୁଶ୍ରୀଙ୍କ ସହ ଷ୍ଟେଜରେ ଠୁମକା ଲଗାଇଥିଲେ । ଗତକାଲି ବୈଦିକ ରୀତିରେ ତାଙ୍କର ବିବାହ ସରିଛି ।
ତେବେ ରିସର୍ଟର କିଛି ଦୂରରୁ ବାହାରିଥିଲା ପ୍ରଦୀପଙ୍କର ବରଯାତ୍ରୀ । ଅଳ୍ପ ସଂଖ୍ୟକ ବନ୍ଧୁ ପରିଜନଙ୍କୁ ବରଯାତ୍ରୀ ନେଇ ମଣ୍ଡପରେ ପହଞ୍ଚିଥିଲେ ପ୍ରଦୀପ । ତେବେ ପ୍ରଦୀପ ମାଝୀଙ୍କ ସ୍ତ୍ରୀଙ୍କ ଘର ଭୁବନେଶ୍ବର ବୋଲି ଜଣାପଡ଼ିଛି ।
୪୯ ବର୍ଷ ବୟସରେ ପ୍ରେମ ଆଉ ତା’ପରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ନବରଙ୍ଗପୁରର ପୂର୍ବତନ ସାଂସଦ । ଜିମରେ ସୁଶ୍ରୀଙ୍କ ସହିତ ଦେଖା ହେବା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ।
ମା’ ଚାଲିଯିବା ପରେ ଏକୁଟିଆ ହୋଇଯାଇଥିବା ପ୍ରଦୀପଙ୍କୁ ଆଗକୁ ବଢ଼ିବାରେ ସୁଶ୍ରୀ ସଙ୍ଗୀତା ସାହୁ ସାଥ୍ ଦେଇଥିଲେ । ବର୍ତ୍ତମାନ ସେମାନେ ଦୁହିଁଙ୍କର ହାତ ଧରି ସ୍ବାମୀ ସ୍ତ୍ରୀ ହୋଇଛନ୍ତି ।