fbpx

ଅକ୍ଟୋବର ୨୧ରେ ପାକିସ୍ତାନରେ ପହଞ୍ଚିବେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ: ୪ ବର୍ଷର ଆତ୍ମନିର୍ବାସନ ସରିଲା

Advertisement

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ ଆସନ୍ତା ୨୧ ତାରିଖରେ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରିବେ । ବ୍ରିଟେନରେ ୪ ବର୍ଷର ଆତ୍ମନିର୍ବାଚନ ସମାପ୍ତ ହେବା ପରେ ଏକ ଚାର୍ଟର୍ଡ ପ୍ଲେନ ମାଧ୍ୟମରେ ଶରିଫ ପାକିସ୍ତାନ ଅଭିମୁଖେ ଯାତ୍ରା କରିବେ । ଏନେଇ ବୁକିଂ ସରିଥିବା ବେଳେ ଅନ୍ୟ ସମସ୍ତ କାର୍ଯ୍ୟ ମଧ୍ୟ ସରିଛି ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି ।

୩ ଥର ପାକିସ୍ତାନର ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିଥିବା ୭୩ ବର୍ଷୀୟ ଶରିଫ ଆସନ୍ତା ବର୍ଷ ଜାନୁଆରୀରେ ଦେଶରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ନିଜ ଦଳ ପାକିସ୍ତାନ ମୁସଲିମ ଲିଗ- ନୱାଜ (ପିଏମଏଲ-ଏନ)ର ନେତୃତ୍ୱ ନେବାର ସମ୍ଭାବନା ରହିଛି । ଅକ୍ଟୋବର ୨୧ରେ ଶରିଫ ତାଙ୍କର ଦଳର ସଦସ୍ୟ ଓ ସାମ୍ବାଦିକଙ୍କ ସହିତ ଦୁବାଇରୁ ପାକିସ୍ତାନକୁ ପ୍ରତ୍ୟାବର୍ତ୍ତନ କରିବା ନେଇ ସ୍ଥିରୀକୃତ ହୋଇଛି । ଲାହୋର ଯାତ୍ରା କରିବା ପୂର୍ବରୁ ସ୍ୱତନ୍ତ୍ର ବିମାନ ଦୁବାଇରୁ ଆସି ଇସଲାମାବାଦରେ ଅବତରଣ କରିବ ।

ଏହାପରେ ଶରିଫ ମିନାର-ଇ-ପାକିସ୍ତାନଠାରେ ଜନସଭାକୁ ସମ୍ବୋଧିତ କରିବେ । ଉମ୍ରାହ ପାଇଁ ଶରିଫ ଆଜି ସାଉଦି ଆରବରେ ପହଞ୍ଚିବେ । ସେ ସାଉଦି ଆରବରେ ଏକ ସପ୍ତାହ ପର୍ଯ୍ୟନ୍ତ ରହିବ । ଏହି ଅବସରେ ସେ କିଛି ଗୁରୁତ୍ୱପୂର୍ଣ୍ଣ ବୈଠକରେ ସାମିଲ ହେବେ । ଏହାପରେ ୧୮ ତାରିଖରେ ସେ ଦୁବାଇ ଯାତ୍ରା କରିବେ । ନିଜର ବିଶ୍ୱସ୍ତ ସହଯୋଗୀ ମିଆ ନାସିର ଜାଞ୍ଜୁଆ, ୱାକର ଅହମଦ, ବନ୍ଧୁ କରିମ ୟୁସୁଫ ଓ ଅନ୍ୟମାନେ ସହିତ ଶରିଫ ସାଉଦି ଆରବ ଯାତ୍ରା କରିବେ । ଶରିଫ ପାଖାପାଖି ୩ ବର୍ଷର ଧରି ଲଣ୍ଡନରେ ଆତ୍ମନିର୍ବାସନରେ ରହିଥିଲେ । କିଛିମାସ ପୂର୍ବରୁ ସେ ପାକିସ୍ତାନ ଯାଇଥିଲେ ।

Get real time updates directly on you device, subscribe now.