“ଶସ୍ୟରେ ଅଧିକ ସାର ବ୍ୟବହାର, ଶରୀର ପାଇଁ କ୍ଷତିକାରକ”, କୃଷିମନ୍ତ୍ରୀ ଦେଲେ ସୂଚନା
ଅଧିକ ସାର ଶରୀର ପାଇଁ ଭଲ ନୁହେଁ, କହିଲେ କୃଷିମନ୍ତ୍ରୀ
ଭୁବନେଶ୍ୱର: ଶସ୍ୟରେ ଅଧିକ ସାର ପ୍ରୟୋଗ କରିବା ଶରୀର ପାଇଁ କ୍ଷତିକାରକ ବୋଲି କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ କହିଛନ୍ତି। ସେ ସାର ବ୍ୟବହାରକୁ ପସନ୍ଦ କରୁନାହାନ୍ତି । ସାର ବ୍ୟବହାର କରି ଉତ୍ପାଦନ କଲେ ବିଦେଶକୁ ରପ୍ତାନି ହେବନି ବୋଲି ସେ ସୂଚନା ଦେଇଛନ୍ତି।
ସେ ଆହୁରି କହିଛନ୍ତି ଯେ, ସମ୍ବଲପୁରରେ ଓୟୁଏଟିର ଆଉ ଏକ କ୍ୟାମ୍ପସ ନିର୍ମାଣ କରାଯିବ। ମୟୂରଭଞ୍ଜ, ବଲାଙ୍ଗୀରରେ କୃଷି କଲେଜ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସୋନପୁରରେ ଫିସରି କଲେଜ ନିର୍ମାଣ କରାଯିବ।