fbpx

ଅଧିକ ଚାପରେ ରହିଲେ ହୋଇପାରେ ସେକ୍ସ ସମସ୍ୟା, ଏମିତି କରନ୍ତୁ ଦୂର

ପ୍ରତିବର୍ଷ ୧୨ ଫେବୃଆରୀ ରେ ‘ସେକ୍ସୁଆଲ ଆଣ୍ଡ ରିପ୍ରୋଡକ୍ଟିଭ  ହେଲ୍ଥ ଆୱେରନେସ ଡେ’ ଭାବରେ ପାଳନ କରାଯାଏ । ଏହି ଦିନ ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ସେକ୍ସ ସମ୍ବନ୍ଧିତ ସମସ୍ୟା ପ୍ରତି ଜାଗୃତ କରିବା । ଆଜି ବି ଅଧିକାଂଶ ଲୋକ ସେକ୍ସ ସମ୍ବନ୍ଧିତ ସମସ୍ୟା, ଅସୁବିଧାକୁ ନେଇ କଥା ହେବାକୁ ସଙ୍କୋଚ କରିଥାନ୍ତି । ଆଜିକାଲି ଲୋକଙ୍କ ମଧ୍ୟରେ ଚାପ ଏବଂ ଚିନ୍ତା କରିବାର ସ୍ତର ଅଧିକ ରହୁଛି ଏବଂ ଏହି କାରଣରୁ ମଧ୍ୟ ଲୋକଙ୍କୁ ସେକ୍ସୁଆଲ ହେଲଥ୍ ଉପରେ ନକରାତ୍ମକ ପ୍ରଭାବ ପଡ଼ିଥାଏ । ଚିନ୍ତା କିମ୍ବା ଅନ୍ୟ ମାନସିକ ସମସ୍ୟା ଯୋଗୁଁ ସେକ୍ସୁଆଲ ଡିସଫଙ୍କସନ ହୋଇଥାଏ । ଆସନ୍ତୁ ଜାଣିବା ସେକ୍ସୁଆଲ ଡିସଫଙ୍କସନ କ’ଣ ଏବଂ କେଉଁ ଭଳି ଭାବରେ ସେକ୍ସୁଆଲ ଡିସଫଙ୍କସନ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ ।

ହେଲଥଲାଇନର ରିପୋର୍ଟ ଅନୁଯାୟୀ,ସେକ୍ସୁଆଲ ଡିସଫଙ୍କସନ ଅର୍ଥାତ୍ ଯୌନରୋଗ । ଏଥିରେ ସେକ୍ସ ପ୍ରତି ଇଚ୍ଛା କମିଯାଏ । ଅବଶ୍ୟ ବୟସ ବଢ଼ିବା ପରେ ଏହାର ସମ୍ଭାବନା ଆହୁରି ବଢ଼ିଥାଏ । ଚିନ୍ତା କରିବା ଏକ ପ୍ରମୁଖ କାରଣ, ଏହା ଛଡ଼ା ସେକ୍ସୁଆଲ ଟ୍ରମା, ଡାଇବେଟିସ୍, ଆଲକହଲ, ନିର୍ଦ୍ଦିଷ୍ଟ ଔଷଧ ସେବନ, ହାର୍ଟ କିମ୍ବା ଅନ୍ୟ ଶାରୀରିକ ସମସ୍ୟା ହୋଇଥାଇପାରେ । ସେକ୍ସୁଆଲ ଡିସଫଙ୍କସନରେ ଲୋ ଲିବିଡୋ ଇରେକ୍ଟାଇଲ ଡିସଫଙ୍କସନ, ଇଜ୍ୟେକୁଲେଶନ ଡିସଅର୍ଡର, ବେଜାଇନାରେ ଯନ୍ତ୍ରଣା ଆଦି ସମସ୍ୟା ସାମିଲ ରହିଛି ।

ସାଇକୋଲୋଜୀ ଟୁଡେର ରିପୋର୍ଟ ଅନୁଯାୟୀ, ସେକ୍ସ ଚିନ୍ତା ଦୂର କରିବାର ଏକ ଭଲ ଉପାୟ । ଏହା ଦ୍ୱାରା ଏଣ୍ଡୋର୍ଫିନ ଏବଂ ଅନ୍ୟ ହର୍ମୋନ ରିଲିଜ ହୋଇଥାଏ । ଯାହାଦ୍ୱାରା ମୁଡ୍ ଭଲ ହୋଇଥାଏ । କିନ୍ତୁ ଅନ୍ୟ ପଟେ ଚିନ୍ତା ଏବଂ ଚାପ ଯୋଗୁଁ ସେକ୍ସୁଆଲ ହେଲଥ୍ ପ୍ରଭାବିତ ହୋଇଥାଏ । ଅତ୍ୟଧିକ ଷ୍ଟ୍ରେସ ନେବା କାରଣରୁ ପୁରୁଷଙ୍କଠାରେ ଇରେକ୍ଟାଇଲ ଡିସଫଙ୍କସନ ସମସ୍ୟା ଦେଖାଦେଇଥାଏ ।

ବର୍ତ୍ତମାନର ବଦଳୁଥିବା ଜୀବନଶୈଳୀ ଯୋଗୁଁ ଷ୍ଟ୍ରେସ ବଢ଼ିବାରେ ଲାଗିଛି । ଫଳରେ ରାଗିଯିବା, ଚିଡ଼ଚିଡ଼ାପଣ, ଏକାକୀପଣ ଭଳି ଭବନାତ୍ମକ ଲକ୍ଷଣ ଦେଖାଦେଇଥାଏ । ଏଭଳି ସମସ୍ୟାକୁ ସମୟ ପୂର୍ବରୁ ଦୂର କରିବା ଆବଶ୍ୟକ ।

ଷ୍ଟ୍ରେସ୍ କମ୍ କରିବାର ଉପାୟ:

–              ଯେଉଁ କାରଣରୁ ଆପଣଙ୍କୁ ଷ୍ଟ୍ରେସ ହେଉଛି ତାହାଠାରୁ ଦୂରେଇ ରୁହନ୍ତୁ

–              ଅଧିକ ଆଲକହଲ, ଧୂମ୍ରପାନ କରନ୍ତୁ ନାହିଁ

–              କୌଣସି କଥାକୁ ନେଇ ଚିନ୍ତିତ ରୁହନ୍ତୁ ନାହିଁ

–              ଷ୍ଟ୍ରେସ୍ ଯୋଗୁଁ କୌଣସି ଶାରୀରିକ ସମସ୍ୟ କିମ୍ବା ସେକ୍ସ ପ୍ରୋବ୍ଲେମ ହେଉଥିଲେ ଡାକ୍ତରଙ୍କ ସହ କଥା ହୁଅନ୍ତୁ

–              ମୁଡ୍ ଠିକ୍ କଲା ଭଳି ଫଳ ଖାଆନ୍ତୁ । ପନିପରିବା, ଫଳର ସେବନ ଖୁବ୍ କରନ୍ତୁ ।

–              ନିଜ ପସନ୍ଦର କାମ କରନ୍ତୁ । ଯେମିତିକି ଗୀତ ଶୁଣିବା, ବହି ପଢ଼ିବା, ବନ୍ଧୁଙ୍କ ସହ ବୁଲିବା ଇତ୍ୟାଦି

–              ସେହିଭଳି କାମ କରନ୍ତୁ ଯାହାଦ୍ୱାରା ଆପଣଙ୍କ ଫ୍ରେସ୍ ଅନୁଭବ ହେବ ଏବଂ ସେରୋଟୋନିନ ହର୍ମୋନ ରିଲିଜ ହେବ । ପର୍ଯ୍ୟାପ୍ତ ପରିମାଣରେ ଶୁଅନ୍ତୁ, ପାଣି ପିଅନ୍ତୁ, ଏବଂ ସ୍ୱାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ ।

Get real time updates directly on you device, subscribe now.