fbpx
BSKY SKY
BSKY SKY

ଭାରତୀୟ ନୌସେନାକୁ ବଡ଼ ସଫଳତା: ପାକ୍ ରାସ୍ତାରେ ଆସୁଥିବା ୨୦୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ

BSKY

ନୂଆଦିଲ୍ଲୀ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ଶନିବାର ଭାରତୀୟ ନୌସେନା ସହିତ ମିଶି ଏକ ବଡ ଅପରେସନକୁ ସଫଳ କରିଛନ୍ତି। ପାକିସ୍ତାନ ରାସ୍ତା ଦେଇ ଆସୁଥିବା ୨୦୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ କରାଯାଇଛି। ଏନସିବି ନୌସେନା ସହିତ ମିଶି ଆରବ ସାଗରରେ ଏକ ଜାହାଜରୁ ୨୦୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ କରିଛି। ଆରବ ସାଗରରେ ବିପୁଳ ମାତ୍ରାରେ ଡ୍ରଗ୍ସ ନେଇ ଯାଉଥିବା ଦୁଇଟି ବଡ ବୋଟ୍ ଗୁଜରାଟ କିମ୍ବା ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବା ଏନସିବିକୁ ଗୁଇନ୍ଦା ରିପୋର୍ଟ ମିଳିଥିଲା।

ଏହି ଅପରେସନକୁ ଭାରତୀୟ ନୌସେନାର ସହଯୋଗରେ ଉପ ମହାନିର୍ଦ୍ଦେଶକ ସଞ୍ଜୟ କୁମାର ସିଂହ ଏନସିବିର ନେତୃତ୍ଵ ନେଇଥିଲେ। ଏହା ଏକ ବଡ ସଫଳତା ବୋଲି କହିଛନ୍ତି ଭାରତୀୟ ନୌସେନାର ମୁଖପାତ୍ର। ଚଳିତ ସପ୍ତାହରେ ସମୁଦ୍ର ଉପରେ ତୀକ୍ଷ୍ଣ ନଜର ରଖିବା ପରେ ଏନସିବି ଏବଂ ଭାରତୀୟ ନୌସେନାକୁ ଏହି ଦୁଇଟି ବଡ ବୋଟ୍ ଦେଖିବାକୁ ମିଳିଥିଲା। ବୋଟ୍ ସମୁଦ୍ର କୂଳରୁ ୨୦୦ ମାଇଲ୍ ଦୂରରେ ଥିାଲ। ଏହା ପରେ ଭାରତୀୟ ନୌସେନା ବୋଟ୍ର ପିଛା କରିଥିଲେ। ଏହା ଜାଣି ପରି ଚୋରାଚାଲାଣକାରୀ ଅନ୍ୟ ଏକ ବୋଟ୍ରେ ଫେରାର ମାରିଥିଲେ। ଏନସିବି ଡ୍ରଗ୍ସ ଥିବା ବୋଟ୍କୁ ନିଜ କବଜାକୁ ନେଇଥିଲା। ଏନସିବିର ମହାନିର୍ଦ୍ଦେଶକ ଏସଏନ ପ୍ରଧାନ କହିଛନ୍ତି, ଏହା ଏକ ବହୁତ ବଡ ସଫଳତା। ସମୁଦ୍ରରେ ମିଳିଥିବା ବୋଟ୍ରେ ଉର୍ଦ୍ଦୁ ଭାଷାରେ କିଛି ଲେଖା ହେଇଛି। ଗୁଇନ୍ଦା ରିପୋର୍ଟ ଅନୁସାରେ, ଡ୍ରଗ୍ସ ପାକିସ୍ତାନରୁ ପଠାଯାଇଥିଲା। ୨୦୦୦ କୋଟି ଟଙ୍କାର ଡ୍ରଗ୍ସ ଭାରତକୁ ପଠାଯାଉଥିବା ବରିଷ୍ଠ ଅଧିକାରୀ କହିଛନ୍ତି।

Get real time updates directly on you device, subscribe now.