fbpx
BJD SKY
BJD SKY

ଲତା ଦିଦିଙ୍କ ଗୀତ ଶୁଣି କ୍ରିକେଟ ଛାଡିବାକୁ ନିଷ୍ପତ୍ତି ନେଇଥିଲେ ସୁନିଲ ଗାଭାସ୍କର : ଜାଣନ୍ତୁ କ’ଣ ଥିଲା ପ୍ରକୃତ ଘଟଣା

BJD

ନୂଆଦିଲ୍ଲୀ: ଭାରତର କୋକିଳାକଣ୍ଠୀ ଲତା ଦିଦିଙ୍କ ଦେହାନ୍ତ ପରେ ତାଙ୍କ ସମ୍ପର୍କୋର ଅନେକ ଗୁମର କୋଲିବାରେ ଲାଗିଛି । କ୍ରିକେଟ ପ୍ରତି ତାଙ୍କର ଖୁବ ରୁଚି ଥିଲା ଏବଂ ଅନେକ କ୍ରିକେଟରଙ୍କ ସହ ମିଶିଥିଲେ । ତେବେ ଏହାରି ମଧ୍ୟରେ ପୂର୍ବତନ କ୍ରିକେଟର ସୁନିଲ ଗାଭାସ୍କର ଏବଂ ଲତା ଦିଦିଙ୍କୁ ନେଇ ଆଉ ଏକ ଖବର ସାମନାକୁ ଆସିଛି । ଲତା ଦିଦିଙ୍କ ଗୀତ ଶୁଣିବା ପରେ ସୁନିଲ ନେଇଥିଲେ ଏକ ନିଆରା ନିଷ୍ପତ୍ତି ।

When Gavaskar told Noor Jahan, 'We only know Lata Mangeshkar...' | जब  गावस्कर ने नूरजहां से कहा था, 'हम तो केवल लता मंगेशकर को जानते हैं...' -  Dainik Bhaskar

୧୩ ବର୍ଷ ବୟସରେ ରାଜଦୀପ ସରଦେଶାଇଙ୍କୁ ଦେଇଥିବା ଏକ ଇଣ୍ଟରଭ୍ୟୁକୁ ପ୍ରଥମ ଥର ପାଇଁ ଶୁଣିଥିଲେ ସୁନିଲ । ‘ଏ ମେରେ ବତନ୍ କେ ଲୋଗୋଁ’ ଗୀତ ସହିତ ଅନେକ ଲୋକଙ୍କ ଭାବନା ଯୋଡି ହୋଇଥିଲା । ଏମିତି କି ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ମଧ୍ୟ ଏହି ଗୀତ ଶୁଣି କାନ୍ଦି ପକାଇଥିଲେ । କିନ୍ତୁ ଏହି ଗୀତ ଶୁଣି ସୁନିଲଙ୍କ ମନରେ ଦେଶଭକ୍ତି ସଞ୍ଚାର ହୋଇଥିଲା । ଯେଉଁଥିରୁ ପ୍ରେରିତ ହୋଇ ସେ କିଛି ସମୟ ପାଇଁ ଭାରତୀୟ ସେନାରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଆଗକୁ ଆସି ସେ ଜଣେ ଦକ୍ଷ କ୍ରିକେଟର ବନିଥିଲେ ସୁନିଳ ଗାଭାସ୍କର ।

Get real time updates directly on you device, subscribe now.