fbpx

ଖାଇବାରେ ଅଧିକ ଲୁଣର ବ୍ୟବହାର ଦ୍ୱାରା ବଢ଼ିଯାଏ ମୃତ୍ୟୁର ଆଶଙ୍କା: ରିସର୍ଚ୍ଚରୁ ଖୁଲାସା

Advertisement

ଖାଇବାର ସ୍ୱାଦ ବଢ଼ାଇବା ପାଇଁ ଲୁଣ ନିହାତି ଦରକାର । ଲୁଣ ବିନା ଆପଣ ଖାଇବା ଯେତେ ଭଲରେ ବନାନ୍ତୁ ନା କାହିଁକି, ତାହା ସ୍ୱାଦହୀନ ହୋଇଯିବ । କିନ୍ତୁ ଯଦି ଆପଣ ଖାଇବାରେ ଅତ୍ୟଧିକ ଲୁଣ ପକାଇ ଖାଉଛନ୍ତି, ତେବେ ସମୟ ପୂର୍ବରୁ ଆପଣଙ୍କ ମୃତ୍ୟୁ ହୋଇପାରେ । ୫ ଲକ୍ଷରୁ ଅଧିକ ବ୍ରିଟେନ୍ ଲୋକଙ୍କୁ ନେଇ କରାଯାଇଥିବା ଏକ ରିସର୍ଚ୍ଚରେ ଏହା ଜଣାପଡିଛି ।

ତେବେ ତୁଲେନ୍ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଦୀର୍ଘ ୧୦ ବର୍ଷ ଧରି ୫ ଲକ୍ଷରୁ ଉଦ୍ଧ୍ୱର୍ ବ୍ରିଟେନ୍ ବାସୀଙ୍କ ଉପରେ ଏହି ଅଧ୍ୟୟନ କରିଥିଲେ । ଫଳାଫଳରୁ ଜଣାପଡ଼ିଲା, ଯେଉଁମାନେ ଭୋଜନ ସମୟରେ ଅତିରିକ୍ତ ଲୁଣ ବ୍ୟବହାର କରନ୍ତି, ୭୫ ବର୍ଷ ବୟସ ପୂର୍ବରୁ ସେମାନଙ୍କ ମୃତ୍ୟୁ ଆଶଙ୍କା ୨୮ ପ୍ରତିଶତ ଅଧିକ ଜଣାପଡ଼ିଲା ।

ଭୋଜନରେ ଅତିରିକ୍ତ ଲୁଣ ଖାଇବା ଦ୍ୱାରା ରକ୍ତରେ ଜଳ ଧାରଣ ଆଶଙ୍କା ବଢ଼େ । ଫଳରେ ରକ୍ତ ବାହିକା ଉପରେ ଚାପ ପଡ଼େ ଏବଂ ରକ୍ତ ଚାପ ବୃଦ୍ଧିପାଏ । ଏହା ହୃଦ୍ଘାତ କିମ୍ବା ଷ୍ଟ୍ରୋକ୍ ଆଶଙ୍କା ବଢ଼ାଏ । ହୃଦ୍ରୋଗ ଓ ଷ୍ଟ୍ରୋକ୍ ଏବେ ମୃତ୍ୟୁର ସବୁଠୁ ବଡ଼ କାରଣ ହୋଇଛି, ଯାହା ବିଶ୍ୱରେ ଲକ୍ଷାଧିକ ଲୋକଙ୍କ ମୃତ୍ୟୁ ପାଇଁ ଦାୟୀ । ତେବେ ଅଧିକ ଲୁଣ ଖାଇବା ଦ୍ୱାରା ବୃଦ୍ଧାବସ୍ଥାରେ ଏହି ସମସ୍ୟା ହୋଇଥାଏ ।

ବୃଦ୍ଧାବସ୍ଥା ବେଳେ ଆଖି ପାଇଁ ଅଧିକ ଲୁଣ ଖାଇବା ମଧ୍ୟ ଭଲ ନୁହେଁ । ଏହା ବ୍ୟତୀତ ଅତ୍ୟଧିକ ପରିମାଣର ଲୁଣ ବ୍ୟବହାର ହେତୁ ଆପଣଙ୍କ ରକ୍ତ ସ୍ତର ମଧ୍ୟ କମିଯାଏ । ଅଧିକ ଲୁଣ ଖାଇବା ଦ୍ୱାରା ଶରୀରରେ ଆଲର୍ଜି ହୋଇଥାଏ ବୋଲି ବିଶ୍ୱାସ କରାଯାଏ । ବିଶେଷଜ୍ଞଙ୍କ ସୂଚନା ଅନୁସାରେ, ବୟସ୍କମାନେ ଦିନକୁ ୬ ଗ୍ରାମ୍ରୁ ଅଧିକ ଲୁଣ ଖାଇବା ଉଚିତ୍ ନୁହେଁ । ପିଲାମାନେ ତା’ଠୁ କମ୍ ଖାଇବା ଜରୁରୀ । ତେଣୁ ଖାଦ୍ୟରେ ଲୁଣ ମିଶାଇବା ଉପରେ ଲୋକେ ସର୍ବଦା ଯତ୍ନଶୀଳ ହେବା ସବୁଠୁ ଗୁରୁତ୍ୱପୂର୍ଣ୍ଣ । ତା’ଛଡ଼ା ସାଧାରଣ ଲୁଣ ଅପେକ୍ଷା ସ୍ୱାସ୍ଥ୍ୟକର ଲୁଣ ଚୟନ କରିବା ଉଚିତ, ଯେଉଁଥିରେ ସୋଡିୟମ୍ ମାତ୍ରା କମ୍ ଓ ପୋଟାସିୟମ୍ ଅଧିକ ରହିଛି । ଏବେ ଏହି ଲୁଣ ସହଜରେ ମିଳୁଛି । ଝିଅମାନଙ୍କ ପାଇଁ ଯେଉଁମାନେ କେଶକୁ ଅଧିକ ଧ୍ୟାନ ଦିଅନ୍ତି ସେମାନଙ୍କ ପାଇଁ ଅଧିକ ଲୁଣ ଖାଇବା ଠିକ୍ ନୁହେଁ । କାରଣ ବିଶ୍ୱାସ କରାଯାଏ ଯେ ଅଧିକ ଲୁଣ ଖାଇବା ଦ୍ୱାରା କେଶ ଧଳା ହୋଇଯାଏ ।

Get real time updates directly on you device, subscribe now.