fbpx

ବାର ଉପରେ ଚଢ଼ାଉ କଲେ ଅବକାରୀ ବିଭାଗ, ନକଲି ମଦ ଜବତ

ନିଶ୍ଚିନ୍ତକୋଇଲି: ପୁଣି ବାର ଉପରେ ଅବକାରୀ ବିଭାଗର ଚଢ଼ାଉ । କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଧିନ ନିଶ୍ଚିନ୍ତକୋଇଲି ବଜାରରେ ଥିବା ଏସଆର ବାର ଉପରେ କଟକ ଅବକାରୀ ବିଭାଗ ଚଢ଼ାଉ କରିଛି । ଏହି ବାରରୁ ବ୍ୟାପକ ନକଲି ମଦ, ଠିପି, ଷ୍ଟିକର ଜବତ କରିଛି ଅବକାରୀ ବିଭାଗ । ଅବକାରୀ ବିଭାଗର ୧୦ ଜଣିଆ ଟିମ ଅତର୍କିତ ଚଢ଼ାଉ କରିଥିଲେ।

ସୂଚନାରୁ ପ୍ରକାଶ ବାରରେ ନକଲି ମଦ ବିକ୍ରି ହେଉଥିବା ଖବର ପାଇଁ ଅବକାରୀ ବିଭାଗର ୧୦ ଜଣିଆ ଟିମ ଅତର୍କିତ ଚଢ଼ାଉ କରିଥିଲେ । ଅବକାରୀ ବିଭାଗର ଡେପୁଟି କମିଶନର ଅରୂପା ପାଣିଗହୀ ନେତୃତ୍ୱରେ ଅବକାରୀ ବିଭାଗ ଅଧିକାରୀ ବିଜୟ ଭୂଷଣ ନାୟକ, କମଳ ଲୋଚନ ପାଇକରାୟ, ଈଶ୍ୱର ଟୁଡୁ ପ୍ରମୁଖ ଗୁରୁବାର ସକାଳୁ ଭଦ୍ରେଶ୍ୱର ଥାନା ଅଧୀନ ଝଡେଶ୍ୱରପୁର ଗ୍ରାମରୁ ପଯ୍ୟାପ୍ତ ପରିମାଣର ନକଲି ମଦ ଜବତ କରିଥିଲେ । ଏହି ମାମଲାରେ ୩ ଜଣକୁ ଅଟକ ରଖି କେନ୍ଦୁପାଟଣା ଅବକାରୀ କାଯ୍ୟଳୟରେ ତଦନ୍ତ ଚାଲିଥିବା ଜଣାପଡ଼ିଛି । ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି ।

Get real time updates directly on you device, subscribe now.