fbpx

ଅସହ୍ୟ ହେଉଛି କି ପିଠି ଯନ୍ତ୍ରଣା ? ଜାଣନ୍ତୁ କିପରି ପାଇବେ ମୁକ୍ତି

ଦିନଥିଲା ଏକ ନିର୍ଦ୍ଧିଷ୍ଟ ବୟସ ପରେ ପିଠି ଯନ୍ତ୍ରଣା ବା ବ୍ୟାକ୍ ପେନ୍ ଲୋକମାନଙ୍କୁ ଅତିଷ୍ଠ କରୁଥିଲା । ପ୍ରାୟ ୮୦ ପ୍ରତିଶତ ଲୋକ ଜୀବନକାଳରେ ଥରେ ଅଧେ ଏହି ଯନ୍ତ୍ରଣା ନିଶ୍ଚୟ ଭୋଗିଥାନ୍ତି । ଏହି ଯନ୍ତ୍ରଣା ଆରମ୍ଭ ହେଲେ ସାରା ଦିନଚର୍ଯ୍ୟା ପ୍ରଭାବିତ ହୋଇଥାଏ । କାରଣ ସାରାଦିନ ବସିବା, ଉଠିବା, ନଇଁବା ଆଦି ବିଭିନ୍ନ କାମ କରିବା କଷ୍ଟକର ହୋଇପଡେ ।

ଏହି ସ୍ଥିତିରେ ପ୍ରାୟ ଲୋକ ପେନ୍ କିଲର୍ ଖାଇ ଯନ୍ତ୍ରଣାକୁ ତୁରନ୍ତ କମ୍ କରିବାକୁ ପ୍ରୟାସ କରିଥାନ୍ତି । କିନ୍ତୁ ପେନ୍ କିଲର୍ ଖାଇ ଏହାକୁ ଚାପିବା ଦ୍ୱାରା କିଛିଦିନ ପରେ ପୁଣି ଯନ୍ତ୍ରଣା ଅନୁଭବ ହୋଇଥାଏ ।

ଆଜିକାଲି ଲେକାଙ୍କ ପାଖରେ ନିଜ ପାଇଁ ମଧ୍ୟ ସମୟ ନାହିଁ । ବ୍ୟସ୍ତବହୁଳ ଜୀବନ ଯୋଗୁ କୌଣସି ଶାରିରୀକ ଶ୍ରମ କରିବାକୁ ଲୋକମାନଙ୍କ ପାଖରେ ସମୟ ନାହିଁ, ଯାହାର ପରିଣତି ହେଉଛି କମ୍ ବୟସରୁ ଲୋକଙ୍କ ବୟସ ବଢିଚାଲିଛି । କିନ୍ତୁ ଏହାକୁ ଆପଣ ନିୟନ୍ତ୍ରଣ କରିପାରିବେ । ପିଠି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଦିନକୁ ନିଜ ପାଇଁ ୧୦ରୁ ୧୫ ମିନିଟ୍ ସମୟ ନିଶ୍ଚୟ ଦିଅନ୍ତୁ । ନିୟମିତ ଏହି ସମୟରେ ବ୍ୟାୟାମ କରିବା ଦ୍ୱାରା ଆପଣଙ୍କ ଶରୀର ଫିଟ୍ ରହିବା ସହ ପିଠି ଯନ୍ତ୍ରଣାରୁ ମୁକ୍ତି ମିଳିପାରିବ । ଚାଲନ୍ତୁ ଜାଣିବା ଏମିତି କେତେକ ବ୍ୟାୟାମ ବିଷୟରେ..

କ୍ୟାଟ୍ ଷ୍ଟ୍ରେଚ୍ :

ଏହି ଷ୍ଟ୍ରେଚ୍ କରିବା ଦ୍ୱାରା ପିଠିପଟେ ଟାଣି ହେବା ପରି ଅନୁଭବ ହୋଇଥାଏ । ଯାହାଦ୍ୱାରା ପିଠିପଟ ମଜଭୁତ ହେବା ସହ ମାଂସପେଶୀକୁ ସ୍ୱାଭାବିକ୍ କରିବାରେ ସହଯୋଗ ମିଳିଥାଏ । ଏହା ମେରୁଦଣ୍ଡର ନମନୀୟତା ବଢାଏ । ଏହି ବ୍ୟାୟାମ କରିବା ପାଇଁ ପ୍ରଥମେ ବିଲେଇ ପରି ହାତ ଓ ପାଦରେ ଭାର ଦେଇ ବସିପଡନ୍ତୁ। ଏବେ ବିଲେଇ ପରି ନିଜ ଅଣ୍ଟା ବା ପେଟ ନିମ୍ନ ଭାଗ ଆଡକୁ ନେବା ସହ ଲୋୟର ବ୍ୟାକ୍ ଅଂଶକୁ ଓଟ ପରି ଉପର ଆଡକୁ ନିଅନ୍ତୁ। ଏହି କ୍ୟାଟ୍-କ୍ୟାମେଲ ପ୍ରକ୍ରିୟାକୁ ବାରମ୍ବାର ଦୋହରାନ୍ତୁ।

 

ଲୋୟର ବ୍ୟାକ୍ ରୋଟେସନାଲ୍ ଷ୍ଟ୍ରେଚ୍ :

ଏହି ବ୍ୟାୟାମ ମେରୁଦଣ୍ଡକୁ ସପୋର୍ଟ ଦେଇଥାଏ ଏବଂ ମାଂସପେଶୀକୁ ରିଲାକ୍ସ କରିଥାଏ । ଏଥିପାଇଁ ଯୋଗମ୍ୟାଟ୍ ଉପରେ ଶୋଇପଡି ଦୁଇ ହାତକୁ ସଂପ୍ରସାରିତ କରିଦିଅନ୍ତୁ । ଗୋଟିଏ ଗୋଡ ଉଠାଇ ୯୦ ଡିଗ୍ରୀର କୋଣ କରି ଅନ୍ୟ ଗୋଡ ଉପରେ ରଖନ୍ତୁ । କିଛି ସମୟ ପରେ ଅନ୍ୟ ଗୋଡକୁ ଏହି ମୁଦ୍ରାରେ ରଖନ୍ତୁ । ଏହି ପ୍ରକ୍ରିୟାକୁ ୧୦ରୁ ୧୨ ଥର କରନ୍ତୁ ।

ନି ଟୁ ଚେଷ୍ଟ ଷ୍ଟ୍ରେଚ୍ :

ଏହି ଷ୍ଟ୍ରେଚ୍ କରିବା ଦ୍ୱାରା ନିତମ୍ବର ମାଂସପେଶୀ ନମନୀୟ ହୋଇଥାଏ । ଫଳରେ ବ୍ୟାକ୍ ପେନ୍ରୁ ମୁକ୍ତି ମିଳିଥାଏ । ଏହାକୁ କରିବା ପାଇଁ ମ୍ୟାଟ୍ ଉପରେ ସିଧା ଶୋଇଯାଆନ୍ତୁ । ଏବେ ଆଣ୍ଠୁକୁ ମୋଡି ଛାତି ପର୍ଯ୍ୟନ୍ତ ଆଣିବାକୁ ପ୍ରୟାସ କରନ୍ତୁ । ଦୁଇ ହାତରେ ଦୁଇ ଆଣ୍ଠୁକୁ ଧରି ରଖନ୍ତୁ । ଏହି ପ୍ରକ୍ରିୟାକୁ ୮ରୁ ୧୦ ଥର ଦୋହରାନ୍ତୁ । ଏପରିକି ଏହି ବ୍ୟାୟାମ କରିବା ସମୟରେ ଯଦି ଚାହିଁବେ ଗୋଟିଏ ଆଣ୍ଠୁକୁ ମଧ୍ୟ ଛାତି ଯାଏ ଷ୍ଟ୍ରେଚ୍ କରି ଆଣିପାରିବେ ।

ପିଜନ୍ ପୋଜ୍ :

ସିଧା ବସନ୍ତୁ । ଗୋଟିଏ ଗୋଡ଼କୁ ଧୀରେ ପଛକୁ ସିଧା ଭାବେ ନେଇ ନିଅନ୍ତୁ । ଆଗକୁ ଥିବା ଗୋଡ଼କୁ ମୋଡି ରଖନ୍ତୁ । ଦୁଇ ହାତକୁ ମୋଡି ଭୂମି ଉପରେ ରଖନ୍ତୁ ଏବଂ ତା’ ଉପରେ ମୁଣ୍ଡକୁ ରଖି ଦିଅନ୍ତୁ । ଏହି ସ୍ଥିତିରେ କାନ କାନ୍ଧକୁ ନ ଛୁଇଁବା ଆବଶ୍ୟକ । ଏହି ମୁଦ୍ରାରେ କିଛି ସମୟ ପାଇଁ ବସି ରୁହନ୍ତୁ ।

Get real time updates directly on you device, subscribe now.