fbpx

ଲାଗିଲା ମହଙ୍ଗାର ଝଟକା : ପୁଣି ତୈଳର ଦର ପାର କଲା ୯୦ ଡଲାର, ଶସ୍ତା ନହୋଇ ପାରେ ପେଟ୍ରୋଲ ଡିଜେଲ

ନୂଆଦିଲ୍ଲୀ : ବର୍ଷ ଶେଷରେ ସାଉଦିଆରବ ତୈଳ ଉତ୍ପାଦନର ହ୍ରାସ ଘୋଷଣା କରିବା ପରେ ହଠାତ ଏହାର ମୂଲ୍ୟ ବୃଦ୍ଧି ପାଇଛି । ବ୍ରେଣ୍ଟ ଅଶୋଧିତ ମୂଲ୍ୟ ବ୍ୟାରେଲ ପିଛା 90 ଡଲାରରୁ ଅଧିକରେ ପହଞ୍ଚିଛି। ସରକାରୀ ସାଉଦି ପ୍ରେସ ଏଜେନ୍ସି ଅନୁଯାୟୀ, ସାଉଦି ଆରବ ଚଳିତ ବର୍ଷ ଶେଷ ସୁଦ୍ଧା ସ୍ୱେଚ୍ଛାକୃତ ଭାବେ 10 ମିଲିୟନ ବିପିଡି ଅଶୋଧିତ ତୈଳ ଉତ୍ପାଦନ ବୃଦ୍ଧି କରିବ। ଗତ ମାସରେ ବ୍ରେଣ୍ଟ ଅଶୋଧିତ ବ୍ୟାରେଲ ପିଛା 6 ଡଲାର ବୃଦ୍ଧି ପାଇଥିଲା । ତେବେ ଭାରତରେ ଅଶୋଧିତ ତୈଳର ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇବା ଯୋଗୁଁ, ଭାରତକୁ ଏବେ ଝଟକା ଲାଗିଛି ।

ଭାରତ ତାହାର ଆବଶ୍ୟକତା ପାଇଁ ୮୫ ପ୍ରତିଶତ ତେଲ ବିଦେଶରୁ ଆମଦାନୀ କରେ । କଞ୍ଚା ତେଲର ମୂଲ୍ୟ ବୃଦ୍ଧି ହେଲେ ଏହାର ଆମଦାନୀରେ ମଧ୍ୟ ଅଧିକ ଟଙ୍କା ଖର୍ଚ୍ଚ ହେବ ତେବେ ତାହା ଅନୁସାରେ ତୈଳ ଦରରେ ମଧ୍ୟ ବୃଦ୍ଧି ପାଇବ । ଯଦି ଅଶୋଧିତ ତୈଳର ମୂଲ୍ୟ ଆହୁରି ବୃଦ୍ଧି ହେଉଛି, ତେବେ ସରକାରଙ୍କୁ ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିବାକୁ ପଡିବ, ଏହାର ଅର୍ଥ ହେଉଛି ସରକାର ପୁଣି କୋଟି କୋଟି ଟଙ୍କାର ଟିକସ କ୍ଷତି ସହିବେ । ମୋଟ ଉପରେ, ସାଧାରଣ ଜନତାଙ୍କ ମୁଦ୍ରାସ୍ଫୀତିର ଭାର ବୃଦ୍ଧି ପାଇବ । ଖୁଚୁରା ମୁଦ୍ରାସ୍ଫୀତି ସାତ ପ୍ରତିଶତ ଅତିକ୍ରମ କରିସାରିଛି । ଏଭଳି ପରିସ୍ଥିତିରେ ମୁଦ୍ରାସ୍ଫୀତି ହ୍ରାସ କରିବାକୁ ଆରବିଆଇର ଉଦ୍ୟମ ଅଧିକ କଷ୍ଟସାଧ୍ୟ ହେବ। କଞ୍ଚା ତେଲର ଦାମ ବଢିବା ଫଳରେ ପେଟ୍ରେଲ ଡିଜେଲ ମଧ୍ୟ ବଢିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.