fbpx

ମାରୁତି ଗୋଦାମରେ ବିସ୍ଫୋରଣ, ଭୟଙ୍କର ଅଗ୍ନିକାଣ୍ଡରେ ୧୬ଟି କାର ଜଳି ପାଉଁଶ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ପ୍ରୟାଗରାଜରେ ଥିବା ମାରୁତି ଗୋଦାମରେ ଅଗ୍ନିକାଣ୍ଡ । ସିଏନଜି ଗ୍ୟାସ ଫାଟି ଏହି ଅଗ୍ନିକାଣ୍ଡ ହୋଇଥିବା ସୂଚନା । ତେବେ ଏହି ଅଗ୍ନିକାଣ୍ଡରେ ୧୬ଟି କାର ପୋଡି ପାଉଁଶ ହୋଇଛି । ପୁରୁଣା ଡିଜି ରେଡରେ ଏହି ଅଗ୍ନକାଣ୍ଡ ଘଟିଛି । ସୂଚନା ଅନୁସାରେ ୧୧ କେଭି ବିଦ୍ୟୁତ ତାର ହଠାତ ଛିଣ୍ଡି ପଡି ସେଠାରେ ଥିବା କାର ଗୁଡିକ ଉପରେ ପଡିଥିଲା । ଫଳରେ କାର ଭିତରେ ଥିବା ସିଏନଜି ସିଲିଣ୍ଡର ଫାଟିଥିଲା, ଯାହା ଫଳରେ ବିସ୍ଫୋରଣ ହୋଇଥିଲା ।

 

ଏହି ଅଗ୍ନିକାଣ୍ଡ ପରେ ସେଠାରେ ଥିବା ଲୋକମାନେ ଭୟଭୀତ ହୋଇଥିଲେ । ନିଆଁ ଏତେ ପରିମାଣର ଭୟଙ୍କର ଥିଲା ଫଳରେ ସେଠାରେ ଆଖ ପାଖରେ ଥିବା କାର ଗୁଡିକ ଜଳି ଯାଇଥିଲା । ଏହି କାର ଗୁଡିକର ମୂଲ୍ୟ ୨ କୋଟିର ହେବ ବୋଲି ଅନୁମାନ କରାଯାଉଛି । ଏହି ଘଟଣାର ଖବର ମିଳିବା ପରେ ୭ ଅଗ୍ନିସମ ପହଞ୍ଚି ନିଆଁକୁ ଆୟତ କରିଥିଲା । ଅଗ୍ନିସମ ବାହିନୀକୁ ୨ଘଣ୍ଟା ଲାଗିଥିଲା ନିଆଁକୁ ଆୟତ କରିବା ପାଇଁ । ଲୋକମାନଙ୍କ କହିବା ଅନୁସାରେ ଏଠାରେ ଥିବା ୧୧ କେଭି ବିଦ୍ୟୁତ ତାର କାର ଉପରେ ଛିଡି ପଡିବାରୁ ଏହି ଦୁର୍ଘଟଣା ଘଟିଛି ।

Get real time updates directly on you device, subscribe now.