CHARIDHAM

ଗବେଷଣାରୁ ପ୍ରକାଶ: ବାୟୁ ପ୍ରଦୂଷଣ ସଂସ୍ପର୍ଶରେ କିଛି ସମୟ ପାଇଁ ଆସିଲେ ବଢୁଛି ଗର୍ଭପାତର ଆଶଙ୍କା

ବାୟୁ ପ୍ରଦୂଷଣ ସଂସ୍ପର୍ଶରେ କିଛି ସମୟ ପାଇଁ ଆସିଲେ, ଗର୍ଭପାତ ଆଶଙ୍କା ବଢୁଥିବା ଏକ ସଦ୍ୟ ଗବେଷଣାରୁ ଜଣାପଡ଼ିଛି। ବାୟୁ ପ୍ରଦୂଷଣ ଯୋଗୁ ଆଜ୍‌ମାଠୁ ନେଇ ସମୟପୂର୍ବ ପ୍ରସବ ପର୍ଯ୍ୟନ୍ତ ସମସ୍ୟା ବଢ଼ିବାରେ ଲାଗିଛି।

ଏହାସହ ଗବେଷଣାରେ ବାୟୁ ପ୍ରଦୂଷଣ ଯୋଗୁ ଶରୀରରେ ହେଉଥିବା ବିଭିନ୍ନ ପ୍ରକାର ଖରାପ ପ୍ରଭାବକୁ ଯୋଡ଼ି ନିଷ୍କର୍ଷ ବାହାର କରିଛନ୍ତି। ଆମେରିକାର ୟୁଟା ବିଶ୍ୱବିଦ୍ୟାଳୟର ଗବେଷକମାନେ ଜାଣିବାକୁ ପାଇଛନ୍ତି, ୟୁଟାର ଅଧିକାଂଶ ଗର୍ଭବତୀ ମହିଳା ବାୟୁପ୍ରଦୂଷଣ ସଂସ୍ପର୍ଶରେ ଆସିବା ଫଳରେ ସେମାନଙ୍କ ଗର୍ଭପାତ ଆଶଙ୍କା ୧୬ ପ୍ରତିଶତ ବୃଦ୍ଧି ପାଇଥିଲା।

୨୦୦୭ ରୁ ୨୦୧୫ମଧ୍ୟରେ କରାଯାଇଥିବା ଗବେଷଣାରେ ୧୩୦୦ ମହିଳାଙ୍କୁ ସାମିଲ କରାଯାଇଥିଲା, ଯେଉଁମାନେ ଗର୍ଭପାତ ପରେ ଚିକିତ୍ସା ପାଇଁ ଜରୁରୀକାଳୀନ ବିଭାଗରେ ଥିଲେ। ଗବେଷକ ଦଳ ଏହି ସମୟରେ ସେମାନଙ୍କ ଗର୍ଭପାତର ପ୍ରମୁଖ କାରଣ ଜାଣିବାକୁ ବିଭିନ୍ନ ପ୍ରକାରର ପ୍ରୟାସ ଚଳାଇଥିଲେ। କିନ୍ତୁ ଶେଷ ମୁହୂର୍ତ୍ତରେ ବାୟୁ ପ୍ରଦୂଷଣ ଏହାର ପ୍ରମୁଖ କାରଣ ଥିବା ଜାଣିବାକୁ ପାଇଥିଲେ।