fbpx

ପ୍ରେମିକ ନିଶାରେ ବେକାବୁ ବିବାହିତ ମହିଳା, ପୁଅ ଓ ସ୍ୱାମୀକୁ ଛାଡ଼ି ଛୁ’ ମାରିବା ବେଳେ ଧରାପଡ଼ିଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍ୱାମୀ ଓ ପୁଅକୁ ଛାଡ଼ି ପ୍ରେମିକ ସହିତ ଛୁ’ ମାରିବା ପାଇଁ ଯୋଜନା କରିଥିଲେ ମହିଳା । ତେଣ ବିଳମ୍ବିତ ରାତିରେ ପ୍ରେମିକ ସହ ଫେରାର୍ ହେବା ସମୟରେ ସ୍ଥାନୀୟ ଲୋକଙ୍କ ହାତରେ ଧରାପଡ଼ିବା ପରେ ଏବେ ଲୋକ ଲଜ୍ୟାର ଶିକାର ହୋଇଛନ୍ତି ବିବାହିତା ମହିଳା । ବର୍ତ୍ତମାନ ଏହି ଲୁଚାଛପା ପ୍ରେମ ମଞ୍ଚେଶ୍ୱର ଥାନା ନହରକଣ୍ଟା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଦୁର୍ଭାଗ୍ୟର ବିଷୟ ଯେ, ଯେଉଁ ପ୍ରେମିକ ପାଇଁ ସ୍ୱାମୀ ଓ ପୁଅକୁ ଛାଡ଼ି ଫେରାର୍ ହେବାକୁ ବସିଥିଲେ ସେ ଘଟଣାସ୍ଥଳରୁ ଚମ୍ପଟ ମାରିଛି । ହେଲେ ଭଡ଼ାରେ କାର୍ ନେଇ ଆସିଥିବା ବିଚରା ଡ୍ରାଇଭର୍ ସ୍ଥାନୀୟ ଲୋକଙ୍କ ହାତରେ ଧରାପଡ଼ି ଖୁବ୍ ଛେଚା ଖାଇଛି । ବର୍ତ୍ତମାନ ଘଟଣା ପଦାକୁ ଆସିବା ପରେ ଲୋକ ମାନେ ମହିଳାଙ୍କୁ ଛି’ ଛାକର୍ କରୁଛନ୍ତି ।

ଘଟଣା ଅନୁଯାୟୀ, ରେଳବାଇରେ ଚାକିରୀ କରୁଥିବା ସ୍ୱାମୀ ଓ ୧୦ ବର୍ଷର ପୁଅ ସହ ମହିଳା ଜଣକ ଗୋଟିଏ ସରକାରୀ କ୍ୱାଟର୍ସରେ ରହୁଥିଲେ । ସେ ସୋସିଆଲ୍ ମିଡିଆରେ ବେଶ୍ ଆକ୍ଟିଭ୍ ରୁହନ୍ତି । ଏହାରି ମଧ୍ୟରେ ଜଣେ କମ୍ ବୟସର ଯୁବକଙ୍କ ସହିତ ତାଙ୍କର କଥା ବାର୍ତ୍ତା ଆରମ୍ଭ ହୋଇଥିଲା । ଆଉ କଥା ହଉ ହଉ ପ୍ରେମ ବି ହୋଇଗଲା । ଖାଲି ସେତିକି ନୁହେଁ ସ୍ୱାମୀ ଘରେ ନଥିବା ବେଳେ ଉକ୍ତ ଯୁବକ ତାଙ୍କ ଘରକୁ ଯାଆସ ମଧ୍ୟ କରେ । ଏକଥା ପୁଅ ଜରିଆରେ ସ୍ୱାମୀଙ୍କ କାନରେ ପଡ଼ିବାରୁ ତାଗିଦ୍ କରିଥିଲେ । କିନ୍ତୁ ଏଥିରେ ସ୍ୱାମୀଙ୍କ ସହ ଓଲଟି ଝଗଡ଼ା କରି ବାପଘରକୁ ଚାଲିଯାଇଥିଲେ ମହିଳା । ସେଠାରେ ପ୍ରେମିକଙ୍କ ସହ ମିଳାମିଶା କରିବାରେ କୌଣସି ବାରଣ ନଥିବାରୁ ଖୁଲମଖୁଲା ଏକାଠି ହେଉଥିଲେ । ଏଥିରେ ବାପା-ମାଆ ରୋକ୍ ଲଗାଇବାକୁ ଚେଷ୍ଟା କରୁଥିବାରୁ ଗାଁର ବିଭିନ୍ନ ସ୍ଥାନରେ ଲୁଚିଛପି ଦେଖାକରନ୍ତି ।

ଦିନେ ଗାଁ ନଦୀ ପଠାରେ ଦୁହିଁଙ୍କୁ ଏକାଠି ଥିବା ଦେଖି ସ୍ଥାନୀୟ ଲୋକେ ତାଗିଦ୍ କରିଥିଲେ ଏବଂ ଘରେ ନେଇ ଛାଡ଼ିଥିଲେ । ଏହାପରେ ମହିଳା ଜଣକ ସ୍ଥିର କଲେ ଘର ଛାଡ଼ି ସବୁଦିନ ପାଇଁ ପ୍ରେମିକ ସହ ଚାଲିଯିବେ । ତେଣୁ ଯୋଜନା ଅନୁସାରେ ଗତକାଲି ରାତିରେ ପ୍ରେମିକ କାର୍ ନେଇ ମହିଳାଙ୍କ ଘରପାଖକୁ ଆସିଥିଲେ । କାର୍ ଟିକୁ ଗୋଟିଏ ଅନ୍ଧାରୁଆ ସ୍ଥାନରେ ରଖି ଅପେକ୍ଷା କରିଥିଲେ । ସେଦିନ ଗାଁର ଜଣଙ୍କ ଭୋଜି ଥିବାରୁ ସେଠାରେ ଥିବା ଲୋକ ମାନେ ଦୂରରୁ କାର୍ କୁ ଦେଖି ସନ୍ଦେହ କରିଥିଲେ ଏବଂ ନଜରରେ ରଖିଥିଲେ । କିଛି ସମୟ ପରେ ଯେତେବେଳେ ମହିଳା ଜଣଙ୍କ ଘରୁ ବାହାରି କାର୍ ଭିତରେ ପଶିଥିଲେ, ସେହି ସମୟରେ ଲୋକମାନେ ତାକୁ ଧରିଥିଲେ । ହେଲେ ପ୍ରେମିକ ଖସି ପଳାଇଥିଲେ । ଆଉ କାର୍ ଡ୍ରାଇଭର୍ ଏବଂ ମହିଳା ଧରାପଡ଼ିଥିଲେ ।

Get real time updates directly on you device, subscribe now.