fbpx
BSKY SKY
BSKY SKY

ସେଭିଂ ପରେ କଳା ଦେଖାଯାଉଛି କି ମୁହଁ? ଆପଣାନ୍ତୁ ଏହି ଟିପ୍ସ, ଚମକିଯିବ ଚେହେରା

BSKY

କିଛି ପୁରୁଷ ଦାଢ଼ି ରଖିବାକୁ ପସନ୍ଦ କରୁଥିବା ବେଳେ ଆଉ କିଛି ପୁରୁଷ କ୍ଲିନ୍ ସେଭ୍ କରିବାକୁ ପସନ୍ଦ କରନ୍ତି । କିଛି ଅଫିସରେ କ୍ଲିନ୍ ସେଭ୍ କରିବାକୁ ଅତ୍ୟନ୍ତ ଜରୁରୀ ହୋଇଥାଏ ଓ ଏପରି ପରିସ୍ଥିତିରେ ପୁରୁଷଙ୍କୁ ପ୍ରତିଦିନ ସେଭିଂ ହେବାକୁ ପଡିଥାଏ । ରେଗୁଲାର ସେଭିଂ କରିବାରୁ ସ୍କିନ୍ ଉପରେ ଖରାପ ପ୍ରଭାବ ପଡ଼ିଥାଏ । ମୁହଁ ଶୁଖିଯିବା ସହ ଜଳିବା ଭଳି ଅନୁଭବ ହୋଇଥାଏ ।

ପ୍ରତିଦିନ ସେଭିଂ କରିବା ଦ୍ଵାରା ମୁହଁ କଳା ପଡିବା ହେଉଛି ସବୁଠାରୁ ବଡ଼ ସମସ୍ୟା । ଏହା ବ୍ୟତୀତ ବି ଅନେକ ସାଇଡ୍ ଇଫେକ୍ଟ୍ ରହିଛି । ଏସମସ୍ତ ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଥିଲେ ସେଭିଂ ପରେ କିଛି ଟିପ୍ସ ଆପଣେଇବାକୁ ପଡିବ । ଏହି ଟିପ୍ସ ଦ୍ୱାରା ସେଭିଂ ପରେ ମୁହଁରେ ଆସୁଥିବା ସମସ୍ୟା ଦୂରେଇ ଯିବା ସହ ଆପଣଙ୍କ ଚେହେରା ଆହୁରି ଚମକିବ ।

କଞ୍ଚା କ୍ଷୀର :-
ସେଭ୍ କରିବା ପରେ ମୁହଁରେ କଞ୍ଚା କ୍ଷୀର ଲଗାନ୍ତୁ । ଏହାକୁ ଲଗାଇବା ପାଇଁ ଗୋଟିଏ ପାତ୍ରରେ ପାଞ୍ଚରୁ ଛଅ ଚାମଚ କଞ୍ଚା କ୍ଷୀର ନେଇ ସେଥିରେ କଟନ୍ ବୁଡ଼ାଇ ମୁହଁରେ ଲଗାନ୍ତୁ । ଏହାକୁ ୧୦ ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ମୁହଁରେ ଲଗାଇ ଛାଡିଦିଅନ୍ତୁ । ଏହା ପରେ ମୁହଁକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଫଳରେ ସେଭିଂ ପରେ ମୁହଁ କଳା ହେବାର ସମସ୍ୟା ଦୂରେଇ ଯିବ ।

କଞ୍ଚା ଆଳୁ :-
କଞ୍ଚା ଆଳୁ ତ୍ୱଚା ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ସେଭିଂ ପରେ ମୁହଁରେ ଆପଣ କଞ୍ଚା ଆଳୁ ଲଗାଇ ପାରିବେ । ଏହାକୁ ପ୍ରୟୋଗ କରିବା ପାଇଁ ଏକ କଞ୍ଚା ଆଳୁକୁ ଘସିକରି ଏହାର ରସ ବାହାର କରନ୍ତୁ । ଏହାର ରସକୁ କଟନ୍ ସହିତ ମୁହଁରେ ଲଗାନ୍ତୁ । ଏହାକୁ ୧୦-୧୫ ମିନିଟ୍ ପର୍ଯ୍ୟନ୍ତ ମୁହଁରେ ଶୁଖିବାକୁ ଦିଅନ୍ତୁ ଏବଂ ତା’ପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ । ଏହାଦ୍ୱାରା ଚେହେରାର କଳାପଣ ଓ ଜଳିବା ସମସ୍ୟା ଦୂରେଇ ଯିବ ।

ଭଣ୍ଡା:-
ଭଣ୍ଡା ତ ସମସ୍ତେ ପସନ୍ଦ କରନ୍ତି । ଭଣ୍ଡା ସ୍ୱାସ୍ଥ୍ୟ ପାଇଁ ଯେତିକି ଲାଭଦାୟକ, ତ୍ୱଚା ପାଇଁ ମଧ୍ୟ ସେତିକି ଲାଭଦାୟକ । କ୍ଲିନ ସେଭ୍ ପରେ ମୁହଁରେ ଭଣ୍ଡା ଲଗାଇଲେ ମୁହଁରୁ ଶୁଖାପଣ ଦୂର ହୋଇଥାଏ ।

Get real time updates directly on you device, subscribe now.