fbpx

Face Transplantକୁ ଭାରତରେ ମିଳିଲା ମଞ୍ଜୁରୀ: ଏସିଡ୍ ଆଟାକ୍ ପୀଡ଼ିତଙ୍କ ପାଇଁ ଆସିଲା ସଞ୍ଜିବନୀ, ଆରମ୍ଭ ହେବ ନୂଆ ଅଧ୍ୟାୟ

ନୂଆଦିଲ୍ଲୀ: ଅନେକ ସମୟରେ ପ୍ରେମ ବ୍ୟାପାର ଓ ଅନ୍ୟ କାରଣ ପାଇଁ କିଛି ଖଳ ପ୍ରକୃତିର ଲୋକମାନେ କାହା ଉପରେ ଏସିଟ୍ ଆଟାକ୍ କରିବାକୁ ପଛାଇ ନଥାନ୍ତି । ଜଣେ ଏସିଡ୍ ପୀଡ଼ିତଙ୍କ ଦୁଃଖର କାହାଣୀ ନ କହିବା ହିଁ ଭଲ । ମୁହଁ ସହିତ ଶରୀରର ଯେ କୌଣସି ଅଙ୍ଗରେ ଏସିଡ୍ ପଡ଼ିବା ମାତ୍ରକେ ତାହା ନଷ୍ଟ ହୋଇଯାଇଥାଏ । କୌଣସି ଦୋଷ ନକରି ବି ସମାଜ ଆଗରେ ଜଣେ ମଣିଷ ନିଜର ଖରାପ ମୁହଁକୁ ଲଜ୍ଜ୍ୟାରେ ଦେଖାଇବାକୁ କୁଣ୍ଠାବୋଧ କରିଥାଏ । ଏଥିସହିତ ଏପରି ମାମଲାରେ ରୋଗୀ ଡିପ୍ରେସନକୁ ଚାଲିଯାଇଥାଏ ।

ତେବେ ଏସିଡ୍ ପୀଡ଼ିତଙ୍କ ପାଇଁ ଆସିଛି ଏକ ଖୁସି ଖବର । ଏଣିକି ଭାରତରେ ଫେସ୍ ଟ୍ରାନ୍ସପ୍ଲାଣ୍ଟ ହୋଇପାରିବ । ନିକଟରେ ହରିୟାଣାର ଏକ ଘରୋଇ ହସ୍ପିଟାଲ ଏଥିପାଇଁ ମଞ୍ଜୁରୀ ପ୍ରଦାନ କରିଛି । ଏହି ଅନୁମତି ମିଳିବା ପରେ ଏସିଡ୍ ଆଟାକ ପୀଡ଼ିତ ମୁହଁ ପ୍ରତ୍ୟାରୋପଣ କରିପାରିବେ । ଫେସ ଟ୍ରାନ୍ସପ୍ଲାଣ୍ଟ କରିବା ପାଇଁ ଗତ ଜାନୁଆରୀ ମାସରେ ଉତ୍ତରପ୍ରଦେଶର ଫରିଦାବାଦର ଏକ ଘରୋଇ ହସ୍ପିଟାଲ ହରିୟାଣାର ସ୍ୱାସ୍ଥ୍ୟ ବିଭାଗଠାରୁ ଅନୁମତି ମାଗିଥିଲା । ତେବେ କିଛି ସର୍ତ୍ତ ରଖି ଘରୋଇ ଅମୃତା ହସ୍ପିଟାଲକୁ ଫେସ୍ ଟ୍ରାନ୍ସପ୍ଲାଣ୍ଟ ପାଇଁ ମଞ୍ଜୁରୀ ପ୍ରଦାନ କରାଯାଇଛି ।

ଫେସ୍ ଟ୍ରାନ୍ସପ୍ଲାଣ୍ଟ ପାଇଁ ଅନୁମତି ମାଗିବା ଏହା ପ୍ରଥମ ଘଟଣା ନୁହେଁ । ପାଖାପାଖି ୬ ବର୍ଷ ପୂର୍ବେ ବେଙ୍ଗାଲୁରୁର ନାରାୟଣ ହସ୍ପିଟାଲ କର୍ଣ୍ଣାଟକ ସରକାରଙ୍କ ଠାରୁ ଏଥିପାଇଁ ଅନୁମତି ମାଗିଥିଲା । ମାତ୍ର ଏହାକୁ ଅନୁମତି ଦେଲେ ଅପରାଧୀ ନିଜକୁ ବଞ୍ଚାଇବା ପାଇଁ କସମେଟିକ ପ୍ରକ୍ରିୟାର ପ୍ରୟୋଗ କରିବାର ସମ୍ଭାବନା ବଢ଼ିଯିବ ବୋଲି ସରକାରଙ୍କ ତରଫରୁ କୁହାଯାଇଥିଲା । ତେଣୁ ଏହାକୁ ଅନୁମତି ଦିଆଯାଇନଥିଲା ।

ଭାରତରେ ଫେସ୍ ଟ୍ରାନ୍ସପ୍ଲାଣ୍ଟ କୌଣସି ବଡ଼ ଚ୍ୟାଲେଞ୍ଜଠାରୁ କମ୍ ନୁହେଁ । ଲୋକମାନେ ଲିଭର, ହୃଦୟ, ଫୁସଫୁସ ଦାନ କରିବାକୁ ରାଜି ହୋଇଥାନ୍ତି ମାତ୍ର ଟ୍ରାନ୍ସପ୍ଲାଣ୍ଟ ପାଇଁ ବଡି ଡୋନେଟ କରିବାକୁ ପଛଘୁଞ୍ଚା ଦେଇଥାନ୍ତି । କାରଣ ଏହାଦ୍ୱାରା ମୃତକଙ୍କ ଚେହେରା ପ୍ରଭାବିତ ହୋଇଯାଇଥାଏ । ଫଳରେ ପୀଡ଼ିତଙ୍କ ଚେହେରା ପରିବାର ସଦସ୍ୟ ମଧ୍ୟ ଚିହ୍ନି ପାରିନଥାନ୍ତି । ଫେସ୍ ଟ୍ରାନ୍ସପ୍ଲାଣ୍ଟ ପାଇଁ ୧୫-୨୦ ଘଣ୍ଟା ସମୟ ଲାଗୁଥିବା ବେଳେ ଏଥିପାଇଁ ୧୦-୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ । ରୋଗୀଙ୍କର ବିକୃତ ଚେହେରାକୁ ଲୁଚାଇବା ଓ ଡ୍ୟାମେଜ ଅଙ୍ଗକୁ ପୁଣି ଥରେ ଆକାର ଦେବା ହିଁ ଫେସ୍ ଟ୍ରାନ୍ସପ୍ଲାଣ୍ଟର ମୁଖ୍ୟ ଉଦ୍ଦେଶ୍ୟ ।

Get real time updates directly on you device, subscribe now.