fbpx

ଆସନ୍ତା ଦୁଇଦିନ ମଧ୍ୟରେ ବନ୍ଦ ହୋଇପାରେ ଫେସବୁକ୍ ଓ ଟ୍ୱିଟର!

ନୂଆଦିଲ୍ଲୀ: ଆସନ୍ତା ଦୁଇଦିନ ମଧ୍ୟରେ ଫେସବୁକ, ଟ୍ୱିଟର ଓ ଇନଷ୍ଟାଗ୍ରାମ ସେବା ବନ୍ଦ ହୋଇପାରେ । ଏହି ସୋସିଆଲ ମିଡ଼ିଆ କମ୍ପାନୀଗୁଡ଼ିକ ସରକାରୀ ନିୟମ ପାଳନ କରିନଥିବାରୁ ଏନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିବା ଜଣାପଡ଼ିଛି । ଗତ ଫେବୃଆରୀ ମାସରେ କିଛି ନିୟମ ପାଳନ ନେଇ ସରକାର ଏହି କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲ । ସରକାର କମ୍ପାନୀଗୁଡ଼ିକୁ ୩ ମାସର ସମୟ ଦେଇଥିଲେ, ଯାହାର ଅବଧି ଆସନ୍ତା ୨୬ ତାରିଖରେ ସମାପ୍ତ ହେବାକୁ ଯାଉଛି ।
ସୂଚନା ଅନୁଯାୟୀ, ଡିଜିଟାଲ କଣ୍ଟେଣ୍ଟକୁ ନିୟନ୍ତ୍ରଣ କରିବା ପାଇଁ ଆଇଟି ମନ୍ତ୍ରାଳୟ ପକ୍ଷରୁ କିଛି ଗାଇଡଲାଇନ ଜାରି କରାଯାଇଥିଲା । କମ୍ପ୍ଲେନ୍ସ ଅଫିସର, ନୋଡାଲ ଅଫିସର ପଦରେ କିଛି ଭାରତୀୟଙ୍କୁ ନିଯୁକ୍ତ କରିବାକୁ ଏହି କମ୍ପାନୀଗୁଡ଼ିକୁ କୁହାଯାଇଥିଲା, ଯାହାକି କମ୍ପାନୀମାନେ ବର୍ତ୍ତମାନ ସୁଦ୍ଧା ପାଳନ କରିନାହାନ୍ତି । ତେଣୁ ଏହି କମ୍ପାନୀଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ବୋଲି କୁହାଯାଉଛି ।

Get real time updates directly on you device, subscribe now.