fbpx

ଅସମୟରେ କେଶ ଧଳା ହେଉଛି କି ? କେମିକାଲ କୁ କୁହନ୍ତୁ ନା, ବ୍ୟବହାର କରନ୍ତୁ ପ୍ରାକୃତିକ Hair Dye

Advertisement

ଓଡ଼ିଶା ଭାସ୍କର: ଆଜିକାଲି ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଅସନ୍ତୁଳିତ ଖାଦ୍ୟପେୟ ଯୋଗୁଁ ବ୍ୟକ୍ତିକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି । ପ୍ରାପ୍ତ ବୟସ ପୂର୍ବରୁ ଅଧିକାଂଶ ଲୋକଙ୍କ କେଶ ଧଳା ହେବା ଏକ ସାଧାରଣ ସମସ୍ୟା ଭାବେ ଉଭା ହୋଇଛି । ବଂଶଗତ କିମ୍ବା ଅନ୍ୟ କୌଣସି ରୋଗ କାରଣରୁ କମ୍ ବୟସରେ କେଶ ଶୀଘ୍ର ଧଳା ହୋଇଥାଏ । ଏହି ସମସ୍ୟାରୁ ବର୍ତ୍ତିବା ପାଇଁ ବ୍ୟକ୍ତି ବଜାରରେ ଉପଲବ୍ଧ ହେଉଥିବା କେମିକାଲ ଉତ୍ପାଦ ବ୍ୟବହାର କରିଥାଏ । ଫଳରେ ବ୍ୟକ୍ତି ଜଣଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ତେବେ ଆସନ୍ତୁ ଜାଣିବା ପ୍ରାକୃତିକ ଉପାୟରେ କେଶକୁ ରଂଗ କରିବା ଉପାୟ ବିଷୟରେ ।

୧. ଅଁଳା: ଅଁଳାରେ ଭରପୁର ମାତ୍ରାରେ ଭିଟାମିନ ‘ସି’ ରହିଛି ଯାହା କେଶ ପାଇଁ ବେଶ ଲାଭଦାୟକ । ନିୟମିତ ଅଁଳା ସେବନ କରିବା ଦ୍ୱାରା ବିଭିନ୍ନ ପ୍ରକାର କେଶ ସମସ୍ୟା ଦୂରେଇ ଥାଏ । ଧଳା କେଶର ଉପଚାର କରିବା ପାଇଁ ଅଁଳା ପାଉଡର ଏବଂ ପାଣିର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ କେଶରେ ୧୫ରୁ ୨୦ ମିନିଟ ପର୍ଯ୍ୟନ୍ତ ଲଗାଇ ରଖିବା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଏହି ପ୍ରକ୍ରିୟାକୁ ସପ୍ତାହରେ ଗୋଟିଏ ଥର କରନ୍ତୁ ।

୨. ବ୍ଲାକ୍ ଟି: ବ୍ଲାକ୍ ଟି ରେ ଥିବା tannin କେଶକୁ ପ୍ରାକୃତିକ ଉପାୟରେ କଳା କରିବାରେ ସହାୟକ ହୋଇଥାଏ । ଏଥିପାଇଁ ଏକ ପାତ୍ରରେ କିଛି ଚାହା ପତିକୁ ଗାଢ଼ା କରି ଫୁଟାନ୍ତୁ । ଥଣ୍ଡା ହେବା ପରେ ଏହି ପେଷ୍ଟ କେଶରେ ଲଗାନ୍ତୁ । ପରେ ୧୫ରୁ ୨୦ ମିନିଟ ପରେ ଧୋଇଦିଅନ୍ତୁ । ସପ୍ତାହରେ ଥରେ କିମ୍ବା ୨ ଥର ଏହି ପ୍ରକ୍ରିୟା କରନ୍ତୁ ।

୩. କଫି: ଧଳା କେଶର ଉପଚାର ପାଇଁ କଫିର କାଢ଼ା ବ୍ୟବହାର କରିପାରିବେ । ଏହା କେଶକୁ କଳା କରିବାରେ ସହାୟକ ହୋଇଥାଏ । ଏକ ପାତ୍ରରେ ୨ କପ ବା ଆବଶ୍ୟକ ପରିମାଣରେ ପାଣି ସହ କିଛି କଫି ମିଶାଇ ଅଧା ହେବା ପର୍ଯ୍ୟନ୍ତ ଫୁଟାନ୍ତୁ । ଥଣ୍ଡା ହେବା ପରେ କେଶରେ ଲଗାଇ ୧୫ରୁ ୨୦ ମିନିଟ ପରେ ଥଣ୍ଡା ପାଣିରେ କେଶ ଧୋଇ ଦିଅନ୍ତୁ ।

୪. ଭୃଶଙ୍ଗ ପତ୍ର: ଖାଦ୍ୟପେୟର ସ୍ୱାଦ ବୃଦ୍ଧି କରିବା ପାଇଁ ଭୃଶଙ୍ଗ ପତ୍ର ବ୍ୟବହାର ହୋଇଥାଏ । କିନ୍ତୁ ଏହା କେଶ ପାଇଁ ମଧ୍ୟ ବେଶ ଉପକାରୀ ହୋଇଥାଏ । ନଡ଼ିଆ ତେଲରେ କିଛି ଭୃଶଙ୍ଗ ପତ୍ର ମିଶାଇ ଫୁଟାନ୍ତୁ । ତେଳ ଥଣ୍ଡା ହେବା ପରେ କେଶ ଧୋଇବାର ୩୦ରୁ ୬୦ ମିନିଟ ପୂର୍ବରୁ ଧିରେ ଧିରେ କେଶରେ ମସାଜ କରନ୍ତୁ । ଏହା ଦ୍ୱାରା କେଶ ଘନ, କଳା ଓ ଲମ୍ବା ହେବା ସହ ଚମକ ବୃଦ୍ଧି ହୋଇଥାଏ ।

 

Get real time updates directly on you device, subscribe now.