ନକଲି ସାର୍ଟିଫିକେଟ ମାମଲା ; ରିମାଣ୍ଡ ପରେ ଜେଲ୍ ଗଲେ ଅଭିଯୁକ୍ତ

ଭୁବନେଶ୍ୱର : ନକଲି ସାର୍ଟିଫିକେଟ ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ରିମାଣ୍ଡ ସରିବା ପରେ ଜେଲକୁ ପଠାଇଛି । ମନୋଜ ମିଶ୍ର ଓ ଆଲୋକ ଉଦଗାତାଙ୍କ ସମେତ ୪ ଅଭିଯୁକ୍ତଙ୍କୁ ଜେଲ ପଠାଯାଇଛି । ରିମାଣ୍ଡ ପରେ ଅଭିଯୁକ୍ତଙ୍କୁ କୋର୍ଟରେ ମଧ୍ୟ ହାଜର କରାଯାଇଥିଲା ।

ସୂଚନାଯୋଗ୍ୟ, ନକଲି ସାର୍ଟିଫିକେଟକୁ ନେଇ ଓଡିଶାରେ ଚର୍ଚ୍ଚା ଜୋର ଧରିଥିଲା । ଚାକିରି ପାଇଁ ଆବେଦନ କରିଥିବା ନକଲି ସାର୍ଟିଫିକେଟ୍ ଧାରୀଙ୍କୁ ପୋଲିସ ଧରି ଜେରା କରିବା ସହ ଗତକାଲି ଉଭୟ ବିକ୍ରତା ଏବଂ କ୍ରେତାଙ୍କୁ ସାମ୍ନାସାମ୍ନି କରିଥିଲା । ୩୮ ଜଣ ଆବେଦନକାରୀଙ୍କ ମଧ୍ୟରୁ ୧୭ ଜଣଙ୍କୁ ଗିରଫ କରାଯାଇଥିବାବେଳେ ୨ ଜଣ ରାଜସାକ୍ଷୀ ହୋଇଛନ୍ତି । ଅନ୍ୟ ୧୯ ଜଣ ଏବେ ବି ଫେରାର ଅଛନ୍ତି ।

ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ର, ଆଲୋକ ଉଦ୍‌ଗାତାଙ୍କ ସହ ଆବେଦନକାରୀ ଦୁଇଜଣ ତ୍ରିବିହାରୀ ପଣ୍ଡା ଓ ପରେଶ ବୁଡ଼େକଙ୍କୁ ମଧ୍ୟ ପୁଲିସ ତିନିଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିଥିଲା। ମୁହାଁମୁହିଁ କ୍ରେତା ଓ ବିକ୍ରେତାଙ୍କୁ ଜେରା କରାଯାଇଥିଲା । ଫଳରେ ଏହି ର‌୍ୟାକେଟରେ ସାମିଲ ଥିବା ଅନ୍ୟ ଅଭିଯୁକ୍ତଙ୍କ ବିଷୟରେ ସୂଚନା ମିଳିପାରିବ ।