fbpx

ଖୋଜଚାଲିଛି ନକଲି ସାର୍ଟିଫିକେଟର ଚେର, ଜିଲ୍ଲା ମୁଖ୍ୟ ଡାକଘରେ କ୍ରାଇମବ୍ରାଞ୍ଚ ଟିମର ଚଢ଼ାଉ

Advertisement

ଭୂବନେଶ୍ୱର:ଫେକ ସାର୍ଟିଫିକେଟର ମୂଳକରେ ପହଞ୍ଚିବା ପାଇଁ ଆଜି ତଦନ୍ତ ଚଳାଇଛି କ୍ରାଇମବ୍ରାଞ୍ଚ । ଗୋଟିଏ ପରେ ଗୋଟିଏ ବିଭାଗରେ ଫେକ ସାର୍ଟିଫିକେଟ ଚେର ଲମ୍ବିବାରେ ଲାଗିଛି । ଆଜି ଚତୁର୍ଥଦିନରେ ମଧ୍ୟ ତନା ଘନା ଚାଲିଛି । ଆଜି ମୁଖ୍ୟ ଡାକରେ ମଧ୍ୟ ରେଡ ଚଳାଇଛି । ବଲାଙ୍ଗିର ଜିଲ୍ଲା ମୁଖ୍ୟ ଡାକଘରେ କ୍ରାଇମବ୍ରାଞ୍ଚ ଟିମ ତଦନ୍ତ କରୁଛି । ପୋଷ୍ଟାଲ ଅଧୀକ୍ଷକଙ୍କ ସହ କ୍ରାଇମବ୍ରାଞ୍ଚ ଟିମ ଆଲୋଚନା କରୁଛନ୍ତି । ଏହା ସହିତ ୪ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ଖୋଳତାଡ କରିବ କ୍ରାଇମବ୍ରାଞ୍ଚ ।

ତେବେ ଦିନକୁ ଦିନ ନକଲି ସାର୍ଟିଫିକେଟ ବିଭାଗରେ ଚେର ଲମ୍ବିବା ସହିତ । ନୂଆ ନୂଆ ବିଭାଗ ଏଥିରେ ଯୋଡି ହେବାକୁ ଯାଉଛି । ଗତକାଲି ଶିକ୍ଷକ ମାନଙ୍କ ନକଲି ସାର୍ଟିଫିକେଟକୁ ନେଇ ତନାଘନା ଚାଲିଥିବା ବେଳେ ଏବେ ଡାକ ବିଭାଗରେ ମଧ୍ୟ ନକଲି ସାର୍ଟିଫିକେଟ ରାକେଟ ବ୍ୟାପିଛି ବୋଲି ସୂଚନା ମିଳିଛି । ଡାକ , ସମବାୟ ପରେ ଏବେ ଶିକ୍ଷା କ୍ଷେତ୍ରରେ ମଧ୍ୟ ଏହି ଫେକ ସାର୍ଟିଫିକେଟ ଚେର ଲମ୍ବିଛି।

Get real time updates directly on you device, subscribe now.