fbpx

୫ ଦିନିଆ ରିମାଣ୍ଡରେ ଗଲା ରସିକିଆ ନକଲି ଡାକ୍ତର: ହେବ ପଲିଗ୍ରାଫ୍ ଟେଷ୍ଟ

ଭୁବନେଶ୍ୱର: ରାଜଧାନୀରୁ ନକଲି ଡାକ୍ତର ରମେଶ ସ୍ୱାଇଁ ଗିରଫ ମାମଲା । ଠକ ରମେଶକୁ ୫ ଦିନିଆ ରିମାଣ୍ଡରେ ନେଲା ପୋଲିସ । ରିମାଣ୍ଡ ପାଇଁ ଅନୁମତି ଦେଲେ ଏସଡିଜେଏମ କୋର୍ଟ । ତେବେ ୭ ଦିନିଆ ରିମାଣ୍ଡ ଆବେଦନ କରିଥିବାବେଳେ ୫ ଦିନ ପାଇଁ ରିମାଣ୍ଡ ଅନୁମତି ଦେଇଛନ୍ତି କୋର୍ଟ । ଗୁଆହାଟୀ ମହିଳାଙ୍କୁ ଠକେଇ ମାମଲାରେ ରିମାଣ୍ଡ ଆବେଦନ କରିଥିଲା ପୋଲିସ । ରିମାଣ୍ଡ ବେଳେ ରମେଶର ପଲିଗ୍ରାଫ୍ ଟେଷ୍ଟ ମଧ୍ୟ କରାଯିବ ।

ସେପଟେ ଠକ ରମେଶଙ୍କ ବିରୋଧରେ ବଢ଼ିଲା ଠକେଇ ଅଭିଯୋଗ ସଂଖ୍ୟା । ପାହାଳରେ ଏକ ଜାଗାରେ ପାଚେରୀ ବୁଲେଇବାକୁ କହି ଠିକାଦାରଙ୍କଠାରୁ ଠକିଛି ୭୦ ହଜାର ଟଙ୍କା । ଏନେଇ ପାହାଳ ଥାନାରେ ଓ ମହିଳା ଥାନାରେ ଅଭିଯୋଗ କଲେ ଠିକାଦାର ଉପେନ୍ଦ୍ର ମହାରଣା । ରମେଶ ନିଜ ଜମିରେ ୩ ମହଲା କୋଠା କରିବା କଥା ଠିକାଦାରଙ୍କୁ କହିଥିଲେ । ଉକ୍ତ ଜାଗାର ମାଲିକାନା ରମେଶ କି ନୁହେଁ ଯାଞ୍ଚ କରିବ ପୋଲିସ ।

Get real time updates directly on you device, subscribe now.